fbpx

ଆଜି ଯୋଗୀ ଆଦିତ୍ୟନାଥଙ୍କ ମନ୍ତ୍ରୀମଣ୍ଡଳ ବୈଠକ, ଲୋକସଭା ନିର୍ବାଚନରେ ପରାଜୟର କାରଣକୁ ନେଇ କରିବେ ସମୀକ୍ଷା

ଲକ୍ଷ୍ନୌ: ଶନିବାର ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମନ୍ତ୍ରୀମଣ୍ଡଳ ବୈଠକ କରିବେ । ଏହି ବୈଠକରେ ଲୋକସଭା ନିର୍ବାଚନର ଫଳାଫଳକୁ ନେଇ ସମୀକ୍ଷା କରିବେ । ଏହା ସହ ସରକାରଙ୍କ ସମସ୍ତ ବିଭାଗର କାର୍ଯ୍ୟକାରିତାକୁ ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଆଜି ଲୋକ ଭବନରେ ପୂର୍ବାହ୍ନ ୧୧ଟୋରେ ଏହି ବୈଠକ ଅନୁଷ୍ଠିତ ହେବ ।

ଚଳିତ ଲୋକସଭା ନିର୍ବାଚନରେ ବିଜେପି ୮୦ଟି ଅସନରୁ ମାତ୍ର ୩୩ଟି ଆସନରେ ବିଜୟ ଲାଭ କରିଛି । ଅପରପକ୍ଷରେ ନିର୍ବାଚନରେ ପରାଜୟ ପରେ ଯୋଗୀ ଗୁରୁବାର ଦିଲ୍ଲୀ ଗସ୍ତ କରିଥିଲେ ଯେଉଁଠି ସେ ଦଳର ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ଅନ୍ୟ ଶୀର୍ଷ ନେତାଙ୍କୁ ଭେଟି ଥିଲେ । ୟୁପିରେ ବିଜେପିର ପରାଜୟକୁ ଗମ୍ଭୀରତାର ସହ ନେଇ ଯୋଗୀ ମନ୍ତ୍ରୀ ମଣ୍ଡଳ ବୈଠକ ପରେ ସନ୍ଧ୍ୟାରେ ଖାଲି ପଦବୀରେ ନିଯୁକ୍ତିର ସମୀକ୍ଷା କରିବେ । ଏଥିପାଇଁ ସେ ସମସ୍ତ ବିଭାଗର ଖାଲି ପଦବୀ ସମ୍ପର୍କରେ ସବିଶେଷ ତଥ୍ୟ ମାଗିଛନ୍ତି । ସନ୍ଧ୍ୟା ୬ଟାରେ ବିଭିନ୍ନ ଆୟୋଗ ଏବଂ ବୋର୍ଡ଼ ମାଧ୍ୟମରେ ଖାଲି ଥିବା ପଦବୀରେ ନିଯୁକ୍ତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଏକ ଉପସ୍ଥାପନା ହେବ । ଏଥିପାଇଁ ଉତ୍ତର ପ୍ରଦେଶ ଲୋକ ସେବା ଆୟୋଗ ତଥା ଅଧିନସ୍ଥ ସେବା ଚୟନ ଆୟୋଗଙ୍କ ଅଧ୍ୟକ୍ଷଙ୍କ ସହ ଉତ୍ତର ପ୍ରଦେଶ ପାୱାର କର୍ପୋରେସନ ଲିମିଟେଡ଼, ଉତ୍ତର ପ୍ରଦେଶ ସହକାରୀ ସଂସ୍ଥାଗତ ସେବା ମଣ୍ଡଳ, ପୋଲିସ ଭର୍ତ୍ତି ଏବଂ ପ୍ରମୋସନ ବୋର୍ଡ଼, ଉତ୍ତର ପ୍ରଦେଶ ସେବା ଚୟନ ଆୟୋଗର ଅଧ୍ୟକ୍ଷ ତଥା ବିଭିନ୍ନ ବିଭାଗର ମୁଖିଆଙ୍କ ବୈଠକ ପାଇଁ ଡକାଯାଇଛି ।

Get real time updates directly on you device, subscribe now.