fbpx

ଚଳିତ ଟି-୨୦ ବିଶ୍ୱକପରେ ହାରିବ ପାକିସ୍ତାନ, ଜିତିବ ଭାରତ! ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ କ୍ରିକେଟ ମ୍ୟାଚକୁ ସାରା ବିଶ୍ୱର କ୍ରୀଡ଼ାପ୍ରେମୀ ଉତ୍ସୁକତାର ସହିତ ଚାହିଁ ରହିଥାନ୍ତି । ତେବେ ଚଳିତ ଟି-୨୦ ବିଶ୍ୱକପରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଗୋଟିଏ ଗ୍ରୁପ (ଗ୍ରୁପ-ଏ)ରେ ରହିଥିବା ବେଳେ ଆସନ୍ତା ୯ ତାରିଖରେ ଦୁହେଁ ପରସ୍ପରକୁ ଭେଟିବେ । ତେବେ ଗତବର୍ଷ ଭାରତରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ଭାରତ ନିକଟରୁ ପାକିସ୍ତାନ ହାରିଥିବା ବେଳେ ଏଥର ମଧ୍ୟ ସେମାନଙ୍କ ମଧ୍ୟରେ ରୋମାଞ୍ଚକର ମୁକାବିଲା ହେବ । ଚଳିତ ବିଶ୍ୱକପରେ ଭାରତ-ପାକ୍ ମ୍ୟାଚର ଟିକେଟର ମୂଲ୍ୟ ଲକ୍ଷାଧିକ ଟଙ୍କାରେ ପହଞ୍ଚିଥିବା ବେଳେ କିଏ ଜିତିବ ଆଉ କିଛି ହାରିବ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ତେବେ ଏହା ମଧ୍ୟରେ ପୂର୍ବତନ ଭାରତୀୟ କିକେଟର ନବଜୋତ ସିଂହ ଭାରତ-ପାକ୍ ମୁକାବିଲାର ଫଳାଫଳକୁ ନେଇ ନିଜର ମତ ଦେଇଛନ୍ତି । ସେ କହିଛନ୍ତି ଯେ, ଚଳିତ ଟି-୨୦ ବିଶ୍ୱକପରେ ପାକିସ୍ତାନ ଉପରେ ଭାରତ ଭାରି ପଡ଼ିବ । ଅନ୍ୟପକ୍ଷରେ ପାକିସ୍ତାନ ବ୍ୟାକଫୁଟରେ ରହିଥିବା ମନେହେଉଛି । ପାକିସ୍ତାନ କିଛି ବି କରିପାରେ । ମାତ୍ର ଭାରତର ବିଜୟ ସମ୍ଭାବନା ଅଧିକ ଦେଖାଯାଉଛି । ପାକିସ୍ତାନକୁ ହରାଇବା ସହିତ ଭାରତ ବିଶ୍ୱ ଚାମ୍ପିୟନ ହେଉ ଏହା ସାରା ଭାରତବାସୀ ଚାହୁଁଛନ୍ତି ।

ପାକିସ୍ତାନ ପ୍ରାକ୍ଟିସ ମ୍ୟାଚରେ ହାରିବା ସହିତ ଆମେରିକା ନିକଟରୁ ମଧ୍ୟ ହାରି ସାରିଛି । ଅନ୍ୟପକ୍ଷରେ ଭାରତ ପ୍ରାକ୍ସିସ ମ୍ୟାଚରେ ୧୮୨ ରନ୍ ସଂଗ୍ରହ କରି ଜିତିବା ସହିତ ବିଶ୍ୱକପର ପ୍ରଥମ ମ୍ୟାଚରେ ଆୟର୍ଲାଣ୍ଡକୁ ୯୭ ରନରେ ଅଲଆଉଟ୍ କରିବା ପରେ ବିଜୟୀ ହୋଇଥିଲା । ମୋତେ ଲାଗୁଛି ପାକିସ୍ତାନ ଟିମ୍ ଗୋଟିଏ ଡେଣା ଥିବା ଏକ ପକ୍ଷୀ ସଦୃଶ । ଦଳର ବୋଲିଂ ଶକ୍ତିଶାଳୀ ହୋଇଥିଲେ ହେଁ ବ୍ୟାଟିଂ ଦୁର୍ବଳ ରହିଛି । ପାକିସ୍ତାନ କିଛି ବି କରିପାରେ, ଭାରତ ତା’ଠାରୁ ଆଗରେ ରହିଛି ।

Get real time updates directly on you device, subscribe now.