fbpx

(Video)କୁଏତ୍‌ରେ ଭୀଷଣ ଅଗ୍ନିକାଣ୍ଡ, ୪ ଭାରତୀୟଙ୍କ ସହିତ ୪୧ ଲୋକ ଜୀବନ୍ତ ଜଳିଗଲେ

କୁଏତ୍‌: ଦକ୍ଷିଣ କୁଏତ୍‌ରେ ଏକ ବିଲ୍ଡିଂରେ ନିଆଁ ଲାଗିଯିବା ଫଳରେ ୪ ଭାରତୀୟଙ୍କ ସହିତ ୪୧ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଅଗ୍ନିକାଣ୍ଡରେ କୋଠାଟି ପୁରା ଜଳିପୋଡି ପାଉଁଶ ହୋଇଯାଇଛି । ଆଜି ସକାଳେ ଏହି ଅଗ୍ନିକାଣ୍ଡ ଘଟିଛି । କୁଏତ୍ ସରକାର ଏହି ଅଗ୍ନିକାଣ୍ଡ ଘଟଣା ପାଇଁ ରିଅଲ୍ ଇଷ୍ଟେଟ୍ ମାଲିକଙ୍କୁ ଦାୟୀ କରିଛନ୍ତି । ମିଳିଥିବା ଏକ ରିପୋର୍ଟ ଅନୁସାରେ ଏହି ଘଟଣାରେ ୧୫ ଜଣ ଲୋକ ଗୁରୁତର ବି ହୋଇଛନ୍ତି । କିଛି ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।

ଏହି ଅଗ୍ନିକାଣ୍ଡ ଘଟଣା ଦକ୍ଷିଣ କୁଏତ୍ ମଞ୍ଜଫ ସହରରେ ହୋଇଛି । ନିଆଁ ସଂସ୍ପର୍ଶରେ ଆସି ମୋଟ ୪୧ ଲୋକଙ୍କ ମୃତ୍ୟୁ ହୋଇଯାଇଛି । କୁଏତ୍ ଉପପ୍ରଧାନମନ୍ତ୍ରୀ ଶେଖ ଫହଦ ୟୁସୁଫ ସୌଦ ଅଲ ସବାହ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେ ଏହି ଅଗ୍ନିକାଣ୍ଡ ଲାଗି ରିଅଲ ଇଷ୍ଟେଟ୍ ଓନରଙ୍କୁ ଦାୟୀ କରିଛନ୍ତି । ସେ କହିଛନ୍ତି ରିଅଲ ଇଷ୍ଟେଟ୍ ମାଲିକଙ୍କ ଲୋଭ କାରଣରୁ ଏହି ଭୟାବହ ଘଟଣା ଘଟିଛି ।

ରିପୋର୍ଟରୁ ଜଣାପଡିଛି ଯେଉଁ ବିଲ୍ଡିଂରେ ନିଆଁ ଲାଗିଛି ସେଥିରେ ବହୁ ସଂଖ୍ୟାରେ ଶ୍ରମିକ ରହୁଥିଲେ । ବିଲ୍ଡିଂରୁ ବହୁ ଲୋକଙ୍କୁ ଉଦ୍ଧାର କରାଯାଇଥିଲେ ବି ଭୀଷଣ ଧୂଆଁ ଓ ନିଆଁରେ ଅଣନିଃଶ୍ୱାସୀ ହୋଇ ବହୁ ଲୋକ ମୃତ୍ୟୁମୁଖରେ ପଡିଛନ୍ତି ।

Get real time updates directly on you device, subscribe now.