fbpx

ବିନା ଟିକେଟରେ ଯାତ୍ରା କଲେ ମିଳିବନି ଦଣ୍ଡ !

ନୂଆଦିଲ୍ଲୀ, ୧୭ା୬: ଭାରତୀୟ ରେଳବାଇ ଛୋଟ ଛୋଟ ଅପରାଧ ପାଇଁ ଜେଲ ଦଣ୍ଡ ହଟାଇବା ପାଇଁ ଯୋଜନା କରୁଛି ।ଏନେଇ ପ୍ରସ୍ତୁତି ମଧ୍ୟ ଚାଲିଛି । ଯେମିତିକି ବିନା ଟିକେଟରେ ଟ୍ରେନରେ ଯାତ୍ରା କଲେ ଆଗକୁ ଆଉ ଜେଲ ଦଣ୍ଡ ହେବ ନାହିଁ କିନ୍ତୁ ସେମାନଙ୍କଠାରୁ ଜୋରିମାନା ଆଦାୟ କରାଯିବ । କୋର୍ଟ ଉପରୁ ଚାପ କମାଇବା ପାଇଁ କେନ୍ଦ୍ର ସରକାର କିଛି ଭାରତୀୟ ଆଇନ ଓ ବ୍ୟବସ୍ଥା ହଟାଇବାକୁ ଯୋଜନା କରୁଛନ୍ତି । ଆଗରୁ ଟ୍ରେନ, ଷ୍ଟେସନରେ ଅପରାଧ କରିବା ସମୟରେ ଜୋରିମାନା ସହ କାରାଦଣ୍ଡ ବ୍ୟବସ୍ଥା କରାଯାଇଥିଲା । ଏବେ କିନ୍ତୁ ଜେଲ ଦଣ୍ଡ ଆଉ ହେବ ନାହିଁ । ବିନା କାରଣରେ ଆଲାର୍ମ ଚେନ ଟାଣିବା, ବିନା ଅନୁମତିରେ ଷ୍ଟେସନ ଭିତରକୁ ଯିବା, ସଂରକ୍ଷିତ କୋଚରେ ଯାତ୍ରା କରିବା, ବିନା ଟିକେଟରେ ଯାତ୍ରା କରିଲେ ଜେଲ ଦଣ୍ଡ ହେବ ନାହିଁ ବୋଲି ସୂଚନା ରହିଛି ।

Get real time updates directly on you device, subscribe now.