fbpx

(Video) ସନ୍ନ୍ୟାସ ନେବେ ଜାଡେଜା! ଟି-୨୦ ବିଶ୍ୱକପ ମଝିରେ ଝଟକା ଦେଲେ ଷ୍ଟାର ଅଲରାଉଣ୍ଡର

ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ୱକପରେ ଭାରତ ଭଦମଦାର ପ୍ରଦର୍ଶନ କରି ସୁପର-୮ରେ ପ୍ରବେଶ କରିଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟରେ ଦଳର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ପ୍ରଦର୍ଶନ ଫିକା ପଡ଼ିଛି । ୩ଟି ମ୍ୟାଚରେ ଜାଡେଜା ଖାସ ପ୍ରଦର୍ଶନ କରିବାରେ ଫେଲ ହୋଇଛନ୍ତି । ବ୍ୟାଟିଂ ପାଇଁ କମ୍ ଥର ସୁଯୋଗ ମିଳିଥିବା ବେଳେ ବୋଲିଂରେ ମଧ୍ୟ ନିରାଶ କରିଛନ୍ତି ଜାଡେଜା । ତେବେ ଏଭଳି ପରିସ୍ଥିତିରେ ଜାଡେଜା ଟିମ ଇଣ୍ଡିଆକୁ ଏକ ବଡ଼ ଝଟକା ଦେଇଛନ୍ତି । କ୍ରିକେଟରୁ ସନ୍ନ୍ୟାସ ନେବା ସମ୍ପର୍କରେ ସେ ଖୁବଶୀଘ୍ର ଘୋଷଣା କରିପାରନ୍ତି ବୋଲି ଆଲୋଚନା ଆରମ୍ଭ ହୋଇଛି ।

ଭାରତୀୟ ଟିମର ରବିନ୍ଦ୍ର ଜାଡେଜା ହେଉଛନ୍ତି ଜଣେ ଅଭିଜ୍ଞ ଅଲରାଉଣ୍ଡର । ହେଲେ ଏବେ ସେହି ଖେଳାଳୀଙ୍କୁ ନେଇ ସାମ୍ନାକୁ ଆସିଛି ଏକ ବଡ଼ ଅପଡେଟ । ବର୍ତମାନ ସମୟରେ ଜାଡେଜାଙ୍କ ପାଇଁ ଟି୨୦ ବିଶ୍ୱକପ ୨୦୨୪ ସଂସ୍କରଣ ବ୍ୟକ୍ତିଗତ ଭାବେ ବହୁତ ଖରାପ ଯାଉଥିବା ପରି ମନେ ହେଉଛି । ଯେଉଁ କାରଣ ପାଇଁ ଚର୍ଚା ହେଉଛି କି ଏବେ କପ୍ତାନ ରୋହିତ ଶର୍ମା ଓ ହେଡ କୋଚ ରାହୁଲ ଦ୍ରାବିଡ ବି ଜାଡେଜାଙ୍କୁ ପ୍ଲେଇଂ ୧୧ରୁ ବାହାର କରି ତାଙ୍କ ଜାଗାରେ ଅନ୍ୟ ଖେଳାଳୀଙ୍କୁ ଟ୍ରାଏ କରିପାରନ୍ତି । ଏମିତିରେ ଜାଡେଜାଙ୍କ ସହ ଜଡିତ ମିଡିଆ ରିପୋର୍ଟ ହିସାବରେ, ରବୀନ୍ଦ୍ର ଜାଡେଜା ଖୁବଶୀଘ୍ର ସନ୍ନ୍ୟାସ ନେଇ ଘୋଷଣା କରିପାରନ୍ତି ।

ଏବେ ସୁଦ୍ଧା ଏହି ଅଭିଜ୍ଞ ଅଲରାଉଣ୍ଡର ଜଣକ ଇଣ୍ଟରନ୍ୟାସନାଲ ଟି୨୦ କ୍ରିକେଟରେ ୬୯ଟି ମୁକାବିଲା ଖେଳିଛନ୍ତି । ଏହାରି ମଧ୍ୟରେ ସେ ହାସଲ କରିଛନ୍ତି ୫୩ଟି ଓିକେଟ । ହେଲେ ଗତ ୩ଟି ମୁକାବିଲାରେ ରବୀନ୍ଦ୍ର କିଛି ଓିକେଟ ନେଇନାହାନ୍ତି । ଏହାରି ମଧ୍ୟରେ ଜାଡେଜା, ନିଜ ବଲ୍ଲାରୁ ଅଳ୍ପ ରନ କରିଛନ୍ତି । ସେଥିପାଇଁ କୁହା ଯାଉଛି କି, ରବୀନ୍ଦ୍ର ଜାଡେଜା ଆସନ୍ତା ସମୟରେ ସନ୍ନ୍ୟାସ ନେଇ ଘୋଷଣା କରିପାରନ୍ତି । ଟିମ ଇଣ୍ଡିଆ ପାଇଁ ଟି୨୦ ଫର୍ମାଟରେ ନିଜ କ୍ୟାରିଅରର ଆରମ୍ଭ ୨୦୦୯ରେ କରିଥିଲେ । ସେବେଠୁ ଏବେ ଯାଏଁ ଭାରତ ପାଇଁ ଟି୨୦ ବିଶ୍ୱକପ ୨୦୨୪ରେ ଭାଗ ନେବା ଭିତରେ କିଛି ଖାସ ପ୍ରଦର୍ଶନ କରିନାହାନ୍ତି । ଯେଉଁ କାରଣ ପାଇଁ ଫ୍ୟାନ୍ସ ସୋସିଆଲ ମିଡିଆରେ ଚର୍ଚ୍ଚା କରୁଛନ୍ତି କି, ଭାରତୀୟ ଟିମ ପାଇଁ ଟି୨୦ ଫର୍ମାଟରେ ସେ ନିଜର ଶେଷ ମୁକାବିଲା ଖେଳିସାରିଲେଣି ।

ଆପଣ ତ ଜାଣିଥିବେ କି, ୨୦୨୪ ଟି୨୦ ବିଶ୍ୱକପର ପ୍ରଥମ ୩ଟି ମୁକାବିଲାରେ ଜାଡେଜା ପ୍ଲେଇଂ ୧୧ରେ ସାମିଲ ଥିଲେ । ହେଲେ ଏବେ ଯାଏଁ ତାଙ୍କ ବ୍ୟାଟରୁ ଗୋଟିଏ ବି ରନ୍ ଆସିନାହିଁ । ସେହିପରି ବୋଲିଂରେ ବି ସେ କିଛି ଚମକ୍ରାର କରିପାରିନାହାନ୍ତି । ଏସବୁକୁ ଦେଖିଲେ ସମସ୍ତେ ଆକଳନ କରୁଛନ୍ତି କି, ତାଙ୍କ ଜାଗାରେ ପ୍ଲେଇଂ ୧୧ରେ କୁଲଦୀପ ଯାଦବଙଅକୁ ମଉକା ମିଳିପାରେ ।

Get real time updates directly on you device, subscribe now.