fbpx

NEET Exam Controversy: ଏନଟିଏକୁ ନୋଟିସ ଜାରି କରି ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଶୁକ୍ରବାର ଦିନ ନୀଟ ମାମଲାକୁ ନେଇ ଶୁଣାଣି ହୋଇଛି । କୋର୍ଟ ସିବିଆଇ ଯାଞ୍ଚ ଦାବିର ପିଟିସନ ଉପରେ ନୀଟ ପରୀକ୍ଷା କରୁଥିବା ଏଜେନ୍ସି ଏନଟିଏ କୁ ନୋଟିସ ଜାରି କରି ଜବାବ ମାଗିଛନ୍ତି । ଅନ୍ୟପକ୍ଷରେ ଏନଟିଏ ପକ୍ଷରୁ ଅବେଦନ କରାଯାଇଥିବା ଭିନ୍ନ-ଭିନ୍ନ ହାଇକୋର୍ଟରେ ଦାଖଲ କରାଯାଇଥିବା ଆବେଦନକୁ ନେଇ ଜବାବ ମାଗିଛନ୍ତି । କୋର୍ଟ କହିଛନ୍ତି ଯେ, ଏନଟିଏର ଜବାବ ଜାଣିବା ଆବଶ୍ୟକ ଅଟେ ।

ସୁପ୍ରିମକୋର୍ଟ କହିଛନ୍ତି ଯେ, ଜବାବ ଦାଖଲ କରାଯିବା ପରେ ବର୍ତ୍ତମାନ ମାମଲାର ଆଗାମୀ ଶୁଣାଣି ୮ ଜୁଲାଇରେ କରାଯିବ । ଶୁଣାଣି ସମୟରେ ଆବେଦନକାରୀଙ୍କ ଓକିଲଙ୍କ କହିବାନୁଯାୟୀ, ଏହି ମାମଲା ୨୪ ଲକ୍ଷ ଛାତ୍ରଙ୍କ ଭବିଷ୍ୟତ ସହ ଜଡିତ । ଏଥିପାଇଁ କୋ;ର୍ ଏହି ମାମଲା ଉପରେ ଶୀଘ୍ର ଶୁଣାଣି କରନ୍ତୁ । ଏହା ଉପରେ ସୁପ୍ରିମକୋର୍ଟ କହିଛନ୍ତି ଯେ, ଆମେ ଏହାକୁ ଗଭୀରତାର ସହ ନେଉଛୁ ।

ଓକିଲ ଛାତ୍ରଛାତ୍ରୀଙ୍କ ପ୍ରାଣ ହାରିବା କଥା ମଧ୍ୟ ଦାବି କରିଛନ୍ତି । ଏହାକୁ ଶୁଣି କୋର୍ଟ କହିଛନ୍ତି ଯେ, ଏପରି ଭାବନାତ୍ମକ ଡକ୍ୟୁମେଣ୍ଟ ରଖନ୍ତୁ ନାହିଁ । ଆଇନ ଆଦେଶ ପାଳନ କରି ଏନଟିଏର ଜବାବ ଦେଖିବା ଜରୁରୀ ଅଟେ । ତେବେ ଏହି ମାମଲା ଉପରେ ଶୁଣାଣି ସୁପ୍ରିମକୋର୍ଟ ୮ ଜୁଲାଇରେ କରିବେ । ତେଣୁ ୮ ଜୁଲାଇ ନୀଟ ମାମଲା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମାମଲା ।

Get real time updates directly on you device, subscribe now.