fbpx

(Video) ନା ପାଣ୍ଡିଆନ-ନା କୁଟେ…ରାଜନୀତିରେ ନବୀନ ଖେଳିବେ ମାଷ୍ଟରଷ୍ଟ୍ରୋକ, ବଦଳିବ ବିଜେଡିର ଚିତ୍ର

ଓଡ଼ିଶା ଭାସ୍କର: ଓଡ଼ିଶା ରାଜନୀତିରେ ଦେଖିବାକୁ ମିଳିଛି ଏକ ବଡ଼ ପରିବର୍ତ୍ତନ । ଦୀର୍ଘ ୨୪ ବର୍ଷ କାଳ ଶାସନ କ୍ଷମତାରେ ରହିବା ପରେ ମଧ୍ୟ ବିିଜେଡିକୁ ପରାସ୍ତ କରିବାରେ ସପଳ ହୋଇଛି ଭାରତୀୟ ଜନତା ପାର୍ଟି ବିଜୁ ଜନତା ଦଳକୁ ଏବେ ନବୀନ ଭରସା । ଅନ୍ୟ ଉପରେ ଭସା କରିବା ଛାଡ଼ି ବେ ନିଜେ ଲଢ଼ିବା ପାଇଁ ପ୍ରସ୍ତୁତ ହେଉଛନ୍ତିଓଡ଼ିଶାର ପୂର୍ବତନ ଅଧ୍ୟକ୍ଷ । ତେବେ ୨୦୨୪ ନିର୍ବାଚନରେ ହରାଇଥିବା ଜନତାଙ୍କ ବିଶ୍ୱାସ ଫେରି ପାଇବା ପାଇଁ ଏବେ ନବୀନ ଖେଳିବେ ମାଷ୍ଟର ଷ୍ଟ୍ରୋକ । ବିଧାୟକ ମାନଙ୍କୁ ଟ୍ୟୁସନ କରିଥିଲେ । ଆଉ ଏବେ ଟ୍ୟୁସନରେ ହୋଇଥିବା ପରୀକ୍ଷାର ରେଜଲ୍ଟ ବାହାରିବ । ଏହାର ମାନେ ହେଉଛି ପୁରା ବଦଳି ବାକୁ ଯାଉଛି ବିଜେଡି । ଯିଏ ଯେଉଁ ଦାୟିତ୍ୱରେ ରହିଛି ସମସ୍ତଙ୍କୁ ବଦଳି କରିବା ନେଇ ନିଷ୍ପତ୍ତି ନେଇପାରନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ।

୨୦୨୪ ନିର୍ବାଚନରେ ବିଜେଡି ସାମ୍ନା କରିଥିବା ଏହି ବଡ଼ ପରାଜୟକୁ ଭୁଲି ପାରିନାହାନ୍ତି ନବୀନ ପଟ୍ଟନାୟକ । ସେଥିପାଇଁ ନବୀନ ଏବେ ସମ୍ପୂର୍ଣ୍ଣ ସକ୍ରିୟ ହୋଇ ବାରମ୍ବାର ନବୀନ ନିବାସରେ ବୈଠକ କରୁଛନ୍ତି । ସାଂଗଠନିକ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛିବୋଲି ଅ।।ା କରାଯାଉଛି । ବିଜେଡିରେ ଆମୁଳ ଚୁଳ ପରିବର୍ତ୍ତନ ସହ ନବୀନ ବିରୋଧୀ ଦଳର ନେତା ହେବା ନେଇ ଚର୍ଚ୍ଚା ଜୋର ଧରିଛି । ୨୪ ବର୍ଷ ହେଲା ସରକାର ହୋଇ ଓଡ଼ିଶାକୁ ଶାସନ କରୁଥିବା ବିଜୁ ଜନତା ଦଳ ଏବେ ବିରୋଧୀ ହୋଇ ଶାସକ ଦଳକୁ ଘେରାଉ କରିବା ପାଇଁ ନବୀନ ପ୍ଲାନ କରୁଛନ୍ତି ବୋଲି କୁହାଯାଉଛି । ତେବେ ଏଥିପାଇଁ ନୂଆ ନେତା ମାନେ ସାମ୍ନାକୁ ଆସିପାରନ୍ତି ।

କିଛି ବିଧାୟକ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀ ଦଳର ନେତା ଭାବରେ ବାଛୁଥିବା ବେଳେ ଏମିତି ଅନେକ ବିଧାୟକ ରହିଛନ୍ତି ଯେଉଁମାନେ ବିରୋଧୀ ଦଳର ନେତା ହେବା ପାଇଁ ନାଁ ଦେଇଛନ୍ତି । ଉପ ବିରୋଧୀ ଦଳର ନେତା ଦୌଡ଼ରେ ରହିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ । ଏହା ସହ ବରିଷ୍ଠ ବିଧାୟିକା ପ୍ରମିଳା ମଲ୍ଲିକଙ୍କୁ ବିରୋଧୀ ଦଳର ମୁଖ୍ୟ ସଚେତକ ଏବଂ ପ୍ରତାପ ଦେବଙ୍କୁ ଉପ ମୁଖ୍ୟ ସଚେତକ ଭାବରେ ଦଳ ନିଯୁକ୍ତ କରିପାରେ ବୋଲି ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.