fbpx

ଡାର୍କନେଟରେ କେମିତି ଲିକ ହୁଏ ପେପର, ନେଟ ପରୀକ୍ଷାକୁ ନେଇ ଚର୍ଚ୍ଚାରେ ‘କଳା ଦୁନିଆ’

ଓଡିଶା ଭାସ୍କର: ବର୍ଷକୁ ୩୬୫ ଦିନ ଥାଏ ଆଉ ଦୁଇ ବର୍ଷକୁ ହୁଏ ପ୍ରାୟ ୭୩୦ ଦିନ । ଏହି ବର୍ଷଟିଏ, ଦୁଇବର୍ଷ ବା ତାହାଠୁ ଅଧିକ ସମୟ ପର୍ଯ୍ୟନ୍ତ ଜଣେ ଛାତ୍ର କଠିନ ପରିଶ୍ରମ, ଅଧ୍ୟବସାୟ କରି ଅଧ୍ୟୟନ କରେ ପରୀକ୍ଷାରେ ସଫଳ ହେବା ପାଇଁ । ମାତ୍ର ପ୍ରଶ୍ନପତ୍ର ଲିକ୍ ତାହାର ସବୁ ପରିଶ୍ରମକୁ କେଇ ସମୟ ମଧ୍ୟରେ ପାଣି ଫୋଟକା ଫାଟିଲା ପରି ଚୁରମାର୍ କରି ଦିଏ । ଏହିକ୍ରମରେ ଡାର୍କନେଟରେ ପେପର ଲିକ ହେବା ମଧ୍ୟ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଡାର୍କ ବା ଅନ୍ଧକାର ମଧ୍ୟକୁ ଠେଲି ଦେଉଛି । ତେବେ ଜାଣିବା ଏହି ଡାର୍କନେଟ ବିଷୟରେ…

ଦେଶରେ ନିଟ ପେପର ଲିକ ମାମଲା ନ ଥମୁଣୁ ୟୁଜିସି ନେଟ ପେପର ଲିକ ସାମ୍ନାକୁ ଆସିଲା । ଏହି ପେପର ଲିକକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମ୍ବାଦିକ ସମ୍ମିଳନୀରେ କହିଲେ ଯେ ଏହି ପେପର ଲିକ ଡାର୍କନେଟରେ ହୋଇଛି । ଡାର୍କନେଟରେ ପେପର ଲିକ ହେବା ପରେ ବି ଅପରାଧୀର ସୁରା ମିଳି ନ ଥାଏ । ଡାର୍କନେଟ ବା ଡାର୍କ ୱେବ ହେଉଛି ଇଣ୍ଟରନେଟର ସେହି ଅଂଶ ଯେଉଁଥିରେ ସବୁ ପ୍ରକାର କାର୍ଯ୍ୟକୁ ସହଜରେ ସଫଳ କରି ହୁଏ । ଇଣ୍ଟରନେଟର ପ୍ରାୟ ୯୬ ପ୍ରତିଶତ ଅଂଶ ଡିପ ୱେବ ଓ ଡାର୍କ ୱେବ ଅଧୀନରେ ଆସିଥାଏ । ୟୁଜର୍ସ କିନ୍ତୁ ଇଣ୍ଟରନେଟ କଣ୍ଟେଣ୍ଟର ୪ ପ୍ରତିଶତ ଅଂଶ ବ୍ୟବହାର କରନ୍ତି । ଯାହାକୁ ସରଫେସ ୱେବ କୁହାଯାଏ । ଡିପ ୱେବରେ ଉପଲବ୍ଧ ବିଷୟକୁ ବ୍ୟବହାର କରିବା ପାଇଁ ପାସୱାର୍ଡର ଆବଶ୍ୟକତା ରହିଥାଏ ।

ସାଇବର ଏକ୍ସପର୍ଟ ଡାର୍କ ୱେବକୁ ଖୋଲିବା ପାଇଁ ଟାଁର ବ୍ରାଉଜରର ବ୍ୟବହାର କରନ୍ତି । ଡାର୍କ ୱେବରେ ଡ୍ରଗ୍ସ, ଅସ୍ତ୍ର, ଚାଇଲଡ ପର୍ନ ଭଳି ସମ୍ବେଦନଶୀଳ ଜିନିଷସବୁ ମିଳେ । ପ୍ରକାଶଥାଉ ଯେ ଡାର୍କ ୱେବ ଓନିୟନ ରାଉଟିଂ ବୈଷୟିକ ଜ୍ଞାନକୌଶଳରେ କାମ କରିଥାଏ । ଏହା ୟୁଜର୍ସଙ୍କୁ ଟ୍ରାକିଂ ଓ ସର୍ବିଲାନ୍ସରୁ ବଞ୍ଚାଇଥାଏ ଓ ସେମାନଙ୍କ ଗୋପନୀୟତାକୁ ବଜାୟ ରଖେ । ତାହାସହ ଅନେକ ସ୍ଥାନରେ ରୁଟ ଓ ରି-ରୁଟର କରେ । ସାଧାରଣ ଭାଷାରେ କହିବାକୁ ଗଲେ ଡାର୍କ ୱେବ ଆଇପି ଏଡ୍ରେସରେ କନେକ୍ଟ ଓ ଡିସ୍କକନେକ୍ଟ ହୁଏ । ଯାହାକୁ ଟ୍ରାକ କରିବା କାଠିକର ପାଠ ଅଟେ । ଡାର୍କ ୱେବ ସହ ଡିଲ କରିବା ପାଇଁ ବିଟକଏନ ଭଳି ଭର୍ଚୁଆଲ କରେନ୍ସି ବ୍ୟବହୃତ ହୋଇଥାଏ .

ଏଥିରେ କେବଳ ପେପର ଲିକ ଭଳି ଅପରାଧ ହୋଇ ନ ଥାଏ । ଏଥିସହିତ ସୁପରୀ ଦେବା, ଅସ୍ତ୍ରଶସ୍ତ୍ରର ଆଦାନପ୍ରଦାନ ଭଳି ସଙ୍ଗୀନକାର୍ଯ୍ୟ ସବୁ ହୁଏ । ଡାର୍କ ୱେବରେ ବହୁତଗୁଡିଏ ଏମିତି ସ୍କେମର୍ସ ଥାଆନ୍ତି ଯେଉଁମାନେ ଶସ୍ତାରେ ଅନେକଗୁଡିଏ ଜିନିଷ ବିକ୍ରି କରନ୍ତି ଯାହା ବ୍ୟାନ ଥାଏ ।

Get real time updates directly on you device, subscribe now.