fbpx

କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼

ଭୁବନେଶ୍ୱର : (ଓଡ଼ିଶା ଭାସ୍କର) ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼ ହୋଇଛି । କଂଗ୍ରେସ ଭବନରେ ପଶି କାଳିମାଡ଼ କଲେ ଅସନ୍ତୁଷ୍ଟ ଗୋଷ୍ଠୀ । କଂଗ୍ରେସ ଭବନରେ ଚାମ୍ବରରେ ବସିଥିବା ବେଳେ କାଳିମାଡ଼ ହୋଇଥିବା ସୂଚନା ।

କାଳି ମାଡ଼କୁ ନେଇ ପ୍ରତିକ୍ରିୟା ରଖିଲେ ପିସିସି ସଭାପତି ଶରତ ପଟ୍ଟନାୟକ । “ଏହା ମୋ ପାଇଁ ନୂଆ ନୁହେଁ, ମୁଁ ଦବିଯିବିନି ବୋଲି କହିଲେ ଶରତ । ପୂର୍ବଥର ପିସିସି ସଭାପତି ଥିବା ବେଳେ ଅଣ୍ଡା, ପଥର ମାଡ଼ ହୋଇଥିଲା । ଏସବୁ ନେଇ ମୁଁ ବ୍ୟଥିତ ନୁହେଁ କି ଦବି ଯିବାର ପ୍ରଶ୍ନ ଉଠୁନି ।

ବିଜେପି କିମ୍ବା ଅନ୍ୟ କାହା ଦ୍ବାରା ପ୍ରରୋଚିତ ଦୁର୍ବୃତ୍ତ ଏମିତି କରିଛନ୍ତି । କଂଗ୍ରେସ ଉତ୍‌ଥାନ କରୁଥିବା ଦେଖି କିଛି ଅହଂକାରୀ ଏଭଳି କରୁଥିବେ । ଏମିତି କେତେ ଆସିଛନ୍ତି, ଯାଇଛନ୍ତି; ସେସବୁ ଖାତିର୍‌ କରେନି । କଂଗ୍ରେସକୁ ଦୁର୍ବଳ କରିବାକୁ ଉଦ୍ୟମ କରୁଥିବା ଶକ୍ତିକୁ ବରଦାସ୍ତ କରିବୁନି।”

Get real time updates directly on you device, subscribe now.