fbpx

ବିଶ୍ୱର କେଉଁ ଦେଶ ପାଖରେ କେତେ ଅଛି ପରମାଣୁ, କିଏ ଅଧିକ ଶକ୍ତିଶାଳୀ ପରମାଣୁ ସମ୍ପନ୍ନ ରାଷ୍ଟ୍ର

ଓଡିଶା ଭାସ୍କର: ପରମାଣୁ ବୋମାର ନାଁ ଶୁଣିବା ମାତ୍ରେ ହିଁ ମଣିଷର ମନରେ ଏକ ଭୟର ବାତାବରଣ ଖେଳିଯାଏ । ମାତ୍ର କିଛି ସେକେଣ୍ଡ ମଧ୍ୟରେ ଏହା ବିଶ୍ୱକୁ ଧ୍ୱଂସମୁଖକୁ ନେଇଯିବାର କ୍ଷମତା ରଖିଥାଏ । ଯାହାର ମାନବୀୟ ଓ ପର୍ଯ୍ୟାବରଣୀୟ ପରିଣାମ ସ୍ଥାୟୀ ଓ ବିନାଶକାରୀ ହୋଇପାରେ । ଯଦି କେବଳ ନ୍ୟୁୟର୍କରେ ଗୋଟିଏ ପରମାଣୁ ବିସ୍ପୋରଣ ହୁଏ ତେବେ ସେଠାକାର ପ୍ରାୟ ୫୮୩,୧୬୦ ଜଣଙ୍କ ମୃତ୍ୟୁ ଘଟିବ । ଋଷ, ସଂଯୁକ୍ତ ରାଷ୍ଟ୍ର ଆମେରିକା, ୟୁନାଇଟେଟ କିଙ୍ଗଡମ୍, ଫ୍ରାନ୍ସ, ଚୀନ, ଭାରତ, ପାକିସ୍ତାନ, ଇଜରାଇଲ ଓ ଉତ୍ତରକୋରିଆକୁ ମିଶେଇକି ମୋଟ ୧୨,୦୦୦ ରୁ ଅଧିକ ପରମାଣୁ ଅସ୍ତ୍ର ଅଛି । ଏହି ପରମାଣୁଗୁଡିକ ମଧ୍ୟରେ ଅଧିକାଂଶ ପାଖରେ ହିରୋସିମା ଉପରେ ପକାଯାଇଥିବା ପରମାଣୁ ବୋମାଠୁ ବି ଅଧିକ ଶକ୍ତି ରହିଛି । ୩୨ ଟି ଭିନ୍ନ ଭିନ୍ନ ରାଷ୍ଟ୍ର ପରମାଣୁ ଅସ୍ତ୍ରର ବିଧ୍ୱଂସ ଭଳି ସମସ୍ୟା ମଧ୍ୟରେ ଗତି କରୁଛନ୍ତି । ସେଥିମଧ୍ୟରୁ ୬ ଟି ଦେଶ ପାଖରେ ପରମାଣୁ ଶକ୍ତି ରହିଛି ଓ ଏଥିରେ ମୋଟ ୨୮ ଟି ଦେଶ ପରମାଣୁ ଶକ୍ତିଥିବା ରାଷ୍ଟ୍ରର ସମର୍ଥନ କରନ୍ତି ।
ଋଷ ପାଖରେ ସବୁଠୁ ଅଧିକ ପରମାଣୁ ଅସ୍ତ୍ର ରହିଛି । ଏହି ଦେଶ ପାଖରେ ମୋଟ ୫,୫୦୦ ଟି ପରମାଣୁ ଅସ୍ତ୍ର ରହିଛି । ସେହିଭଳି ଆମେରିକା ମୋଟ ୫,୦୪୪ ଟି ପରମାଣୁ ଅସ୍ତ୍ରର ଅଧିକାରୀ । ଯାହା ଆମେରିକା ଓ ଅନ୍ୟ ୫ ଟି ଦେଶ ଯଥା – ତୁର୍କୀ, ଇଟାଲି, ବେଲଜିୟମ୍, ଜର୍ମାନୀ ଓ ନେଦରଲାଣ୍ଡ ପାଖରେ ରହିଛି । ଏହି ଦୁଇ ଦେଶ ପାଖରେ ଥିବା ପରମାଣୁ ଶକ୍ତି ବିଶ୍ୱର ମୋଟ ପରମାଣୁ ଶକ୍ତିର ୯୦ ପ୍ରତିଶତ ଅଟେ । ସେହିଭଳି ଉତ୍ତରକୋରିଆ ଓ ଇଜରାଇଲ ପାଖରେ ଥିବା ମୋଟ ବାରହେଡସ୍ର ସଂଖ୍ୟା ବର୍ତ୍ତମାନ ପର୍ଯ୍ୟନ୍ତ ପୁଷ୍ଟି ହୋଇ ପାରି ନାହିଁ । ଉତ୍ତରକୋରିଆ ପାଖରେ ୪୦-୫୦ ଭିନ୍ନ ଭିନ୍ନ ଅସ୍ତ୍ର ତିଆରି କରିବା ପାଇଁ ପର୍ଯ୍ୟାପ୍ତ ପରିମାଣରେ ସାମଗ୍ରୀ ରହିଛି । ସେହିଭଳି ଇଜରାଇଲ ପାଖରେ ୨୦୦ ଟି ସାମଗ୍ରୀ ରହିଛି । ତାହାସହ ଆନୁମାନିକ ଭାବରେ କହିବାକୁ ଗଲେ ଇଜରାଇଲ ମୋଟ ୯୦ ଟି ବାରହେଡସ୍ ରଖିଛି ।
ଦୁନିଆର ୯ ପରମାଣୁ ଶକ୍ତିସମ୍ପନ୍ନ ରାଷ୍ଟ୍ର: ଋଷ, ଆମେରିକା, ଚୀନ, ଫ୍ରାନ୍ସ, ୟୁନାଇଟେଟ କିଙ୍ଗଡମ୍, ପାକିସ୍ତାନ, ଭାରତ, ଇଜରାଇଲ, ଉତ୍ତରକୋରିଆ

Get real time updates directly on you device, subscribe now.