fbpx

ଅନ୍ୟମାନଙ୍କର ଏହିସବୁ ଜିନିଷ କେବେବି କରନ୍ତୁନି ବ୍ୟବହାର, ନଚେତ ଘୋଟିଯିବ ରୋଗବ୍ୟାଧି

ବାସ୍ତୁ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ବସ୍ତୁର ନିଜସ୍ୱ ଉର୍ଜା ରହିଛି । ବସ୍ତୁକୁ ଯଥାସ୍ଥାନରେ ରଖିଲେ ଏହାର ସକାରାତ୍ମକ ପ୍ରଭାବ ପଡ଼ିଥାଏ । ଅନ୍ୟର ବ୍ୟବହୃତ କେତେକ ଜିନିଷ ବ୍ୟବହାର କଲେ ତା’ର ନକରାତ୍ମକ ପ୍ରଭାବ ଆପଣଙ୍କ ଉପରେ ପଡ଼ିପାରେ ବୋଲି ବାସ୍ତୁ ଶାସ୍ତ୍ରର ମତ । ଅନ୍ୟର କେଉଁ ଜିନିଷ ନିହାତି ଆବଶ୍ୟକ ନହେଲେ ବ୍ୟବହାର କରିବେ ନାହିଁ, ଜାଣିବା …

-ଅନ୍ୟର ହାତଘଡ଼ି ପିନ୍ଧନ୍ତୁ ନାହିଁ । ଏହା ଆପଣଙ୍କ ଅଗ୍ରଗତିରେ ବାଧା ପହଞ୍ଚାଇପାରେ ।

-ଅନ୍ୟର ବସ୍ତ୍ର ଆଦୌ ପିନ୍ଧନ୍ତୁ ନାହିଁ । ଯଦି ଆବଶ୍ୟକ ପଡ଼ୁଛି, ତେବେ ସେହି ବସ୍ତ୍ର ବା ପୋଷାକକୁ ପ୍ରଥମେ ଭଲ ଭାବେ ଧୋଇ ତା’ପରେ ପିନ୍ଧିବା ଉଚିତ । ସ୍ୱାସ୍ଥ୍ୟ ଦୃଷ୍ଟିରୁ ମଧ୍ୟ ଅନ୍ୟର ବସ୍ତ୍ର ପରିଧାନ ଅନୁଚିତ । ଅନ୍ୟର ବସ୍ତ୍ର ପିନ୍ଧିଲେ ଦୁର୍ଭାଗ୍ୟ ଆପଣଙ୍କ ପିଛା କରିପାରେ । ରୋଗବ୍ୟାଧିରେ ପଡିବା ସହିତ ନକାରାତ୍ମକ ଚିନ୍ତା ଘେରିପାରେ ।

-ସହିପରି ଅନ୍ୟର ଅଳଙ୍କାର ପିନ୍ଧନ୍ତୁ ନାହିଁ । ଆମେ ଅନେକ ସମୟରେ ନିଜ ବନ୍ଧୁପରିଜନ ପିନ୍ଧିଥିବା ମୁଦି ଯଦି ପସନ୍ଦ ହୁଏ, ତାକୁ ନିଜ ଆଙ୍ଗୁଠିରେ ଗଳାଇ ପରଖି ନେଉ । ଏପରି ମଧ୍ୟ ନକରିବାକୁ ବାସ୍ତ୍ରୁ ଶାସ୍ତ୍ର ପରାମର୍ଶ ଦିଏ । ଏହି ଅଭ୍ୟାସ କୁପ୍ରଭାବ ପକାଇବାର ଯଥେଷ୍ଟ ସମ୍ଭାବନା ରହିଛି ।

Get real time updates directly on you device, subscribe now.