fbpx

ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱକପ: ସଞ୍ଜୁ ସାମସନଙ୍କୁ ମିଳିବ କି ମୌକା, ଶିବମ୍ ଦୁବେ ହେବେ କି ବାହାର! ବାଂଲାଦେଶ ବିରୋଧରେ ଭାରତର ସମ୍ଭାବିତ ଚୂଡାନ୍ତ ଏକାଦଶ …

ବାରବାଡୋସ: ଭାରତ ଓ ବାଂଲାଦେଶ, ଗୋଟିଏ ମାସରୁ କମ୍ ସମୟ ବି ହୋଇନି; କିନ୍ତୁ ଦ୍ୱିତୀୟଥର ପାଇଁ ଆମ୍ନାସାମ୍ନା ହେବେ । ବିଶ୍ୱକପ୍ର ଅଭ୍ୟାସ ମ୍ୟାଚରେ ଏହି ଦୁଇ ଦଳ ମହାମୁହିଁ ହୋଇଥିଲେ । ମାତ୍ର ଏଥର ଦୁଇ ଦଳ ଲଢିବେ ସୁପର ୮ ର ମହାମୁକାବିଲା ପାଇଁ । ଯିଏ ଜିତିବ ସେହି ଦଳ ପାଇଁ ସେମିଫାଇନାଲ ରାସ୍ତା ସହଜ ହେବ । ଭାରତୀୟ ସମୟ ସନ୍ଧ୍ୟା ୮ଟାରେ ଏହି ମ୍ୟାଚ ଆଣ୍ଟିଗୁଆ ଓ ବରବୁଡାର ଭିଭିଏନ ରିଚାର୍ଡ ଷ୍ଟାଡିୟମ୍ରେ ଖେଳାଯିବ । ଭାରତ ଟୁର୍ଣ୍ଣାମେଣ୍ଟରେ ଏ ପର୍ଯ୍ୟନ୍ତ ଅପରାଜିତ ଥିବାବେଳେ ବାଂଲାଦେଶ ନିଜ ଫର୍ମର ଅନୁସନ୍ଧାନରେ ରହିଛି । କେସିଂଟନ ଓଭାଲରେ ଦର୍ଶକେ ରୋମାଞ୍ଚକର ମୁକାବିଲା ଦେଖିବାର ସମ୍ଭାବନା ବି ବେଶ ଅଧିକ ରହିଛି । ଐତିହାସିକ ଭାବରେ ଦେଖିବାକୁ ଗଲେ ଭାରତର ପଲା ଏହି ମ୍ୟାଚରେ ବାଂଲାଦେଶ ଅପେକ୍ଷା ଭାରି ରହିଛି । କିନ୍ତୁ, ଟିମ୍ ଇଣ୍ଡିଆ ବାଂଲାଦେଶର ସାହସୀ ସ୍ୱଭାବକୁ କେବେ ବି ହାଲକାରେ ନେବନି । ଭାରତ ନିଜର ଶକ୍ତିଶାଳୀ ଏକାଦେଶ ସହ ଆଫଗାନିସ୍ତାନକୁ ହରାଇଥିଲା । ଭାରତ ଚାହିଁବ ନିଜର ଫର୍ମରେ ନ ଥିବା ତାରକା ଫର୍ମ ଫେରିପାଇ ଏହି ମ୍ୟାଚରେ ଆଗକୁ ଅଗ୍ରସର ହେବେ ।

ଭାରତର ଷ୍ଟାର ବ୍ୟାଟର ରନ ମେସିନ କିଙ୍କ କୋହଲି ଓ ହିଟମ୍ୟାନ ରୋହିତ ଶର୍ମା ଏବେ ଯାଏଁ ଆଖିଦୃଶିଆ ପ୍ରଭାବଶାଳୀ ପ୍ରଦର୍ଶନ କରି ପାରି ନାହାନ୍ତି । ଉଭୟ ବ୍ୟାଟର ରନରେ ତୀବ୍ରତା ଆଣିବାରେ ଚେଷ୍ଟା କରିଛନ୍ତି ମାତ୍ର ସୀମିତ ସଫଳତା ପାଇଛନ୍ତି । ଶିବମ ଦୁବେ, ଯାହାଙ୍କୁ ପାୱାର ହିଟିଂ ପାଇଁ ଚୟନ କରାଯାଇଛି; ସେ ନିଜର ଆଇପିଏଲ ଫର୍ମ ଦୋହରାଇବାରେ ବିଫଳ ହୋଇଛନ୍ତି । କେବଳ ୟୁଏସ ବିପକ୍ଷରେ ସେ ୩୧ ରନର ଉପଯୋଗୀ ପାରି ଖେଳିଛନ୍ତି । ସୂର୍ଯ୍ୟ କୁମାର ଯାଦବ ସୂର୍ଯ୍ୟ ଭଳି ଚମକି ପ୍ରକାଶର ପ୍ରମାଣ ଦେଇଛନ୍ତି । ଯାହା ଟିମ୍ ଇଣ୍ଡିଆ ପାଇଁ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଛି । ଏହି ମ୍ୟାଚରେ ଦୁବେଙ୍କ ଖରାପ ପ୍ରଦର୍ଶନ କାରଣରୁ ସଞ୍ଜୁ ସାମସନଙ୍କୁ ମୌକା ମିଳିବାର ସମ୍ଭାବନା ରହିଛି ।

ସୁପର ୮ ରେ ବାଂଲାଦେଶ ବିପକ୍ଷରେ ଭାରତର ସମ୍ଭାବ୍ୟ ଏକାଦଶ:
ପ୍ରାରମ୍ଭିକ ବ୍ୟାଟର: ରୋହିତ ଶର୍ମା, ବିରାଟ କୋହଲି
ମଧ୍ୟକ୍ରମ: ଋଷଭ ପନ୍ତ ( ୱିକେଟ ରକ୍ଷକ), ସୂର୍ଯ୍ୟ କୁମାର ଯାଦବ, ସଞ୍ଜୁ ସାମସନ
ଅଲରାଉଣ୍ଡର: ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ରବିନ୍ଦ୍ର ଜାଡେଜା
ବୋଲର: କୁଲଦୀପ ଯାଦବ, ଯଶପ୍ରୀତ ବୁମରା, ଅର୍ଶଦୀପ ସିଂ

Get real time updates directly on you device, subscribe now.