fbpx

ଏଆଇ ଫିଲ୍ଡରେ କରିବାକୁ ଚାହାନ୍ତି କ୍ୟାରିଅର, ଆଜି ହିଁ ନିଅନ୍ତୁ ଆଡମିଶନ

ଓଡିଶା ଭାସ୍କର: ଅଧୁନା ଦୁନିଆରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର କ୍ରେଜ ଦ୍ରୁତଗତିରେ ବଢି ଚାଲିଛି । ଏହି ପରିପେକ୍ଷୀରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଅନେକ କୋର୍ସ ଉପଲବ୍ଧ । ଯାହାକୁ କରି ସେମାନେ ନିଜର ଏକ ସୁନ୍ଦର କ୍ୟାରିଅର କରିପାରିବେ । ଏଆଇ କ୍ଷେତ୍ରରେ ଶିକ୍ଷା, ସ୍ୱାସ୍ଥ୍ୟ ତଥା ରୋଜଗାରର ପଥ ସୁଗମ ହେବାରେ ଲାଗିଛି । ଏ କ୍ଷେତ୍ରରେ ସାରା ବିଶ୍ୱରେ ଏବେ କ୍ରାନ୍ତି ଆସିଛି । ଏଆଇ କ୍ଷେତ୍ରରେ କ୍ୟାରିଅର କଲେ ଚାକିରିର ସୁରକ୍ଷା ସହ ମୋଟା ଦରମା ମଧ୍ୟ ମିଳିଥାଏ । ଏଆଇ ଓ ମେସିନ ଲର୍ଣ୍ଣିଂରେ କ୍ୟାରିଅର କରିବାକୁ ହେଲେ ଜଣକୁ ବିଟେକ୍, ଏମ୍ଟେକ୍ ପାଠ୍ୟକ୍ରମରେ ଅଧ୍ୟୟନ କରିବାର ଆବଶ୍ୟକତା ରହିଛି । ଏଥିସହିତ ଅନ୍ୟ ପାଠ୍ୟକ୍ରମର ମଧ୍ୟ ବିକଳ୍ପ ଅଛି । ଜଣେ ଅନଲାଇନରେ ଫ୍ରି କୋର୍ସ କରି ମଧ୍ୟ ଏଥିରେ କ୍ୟାରିଅର କରିପାରିବ ।
ଏଆଇ କ୍ଷେତ୍ରରେ କ୍ୟାରିଅର କରିବା ପାଇଁ ଗଣିତ ବିଷୟ ସହ ପ୍ରୋଗ୍ରାମିଂ କୌଶଳ ଥିବା ବି ନିତାନ୍ତ ଆବଶ୍ୟକ । ଯଦି ଜଣକ ପାଖରେ ଏହି କୌଶଳ ନାହିଁ, ତେବେ ସେ ଅନଲାଇନ ପାଠ୍ୟକ୍ରମରୁ କିମ୍ବା ବୁଟ ଶିବିରର ଉପଯୋଗ କରି ତାହା ଶିଖି ପାରିବ । ଏଆଇ ତୀବ୍ରଗତିରେ ଧାଉଁଥିବା କ୍ଷେତ୍ର ଅଟେ । ଫଳରେ ଦିନକୁ ଦିନ ଏହାର ଆବଶ୍ୟକତା ମଧ୍ୟ ବଢିଚାଲିଛି । ସେଥିପାଇଁ ଏଥିରେ କ୍ୟାରିଅର କରିବାର ଅନେକ ବିକଳ୍ପ ରହିଛି । ଆଗାମୀ ଦିନରେ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସର ଚାହିଦା ଲୋକଙ୍କ ମଧ୍ୟରେ ଆହୁରି ବଢି ବୋଲି ଆକଳନ କରାଯାଉଛି । ଏଥିରେ ବ୍ୟବହୃତ ବୈଷୟିକ ଜ୍ଞାନକୌଶଳ ଓ ପ୍ରାକ୍ଟିକାଲ ଜ୍ଞାନ ବିଷୟରେ ଜାଣିଥିବା ବ୍ୟକ୍ତି ପାଇଁ ସୁଯୋଗ ବେଶୀ ରହିବ । ଫଳରେ ତାହାର କ୍ୟାରିଅର ମଧ୍ୟ ପ୍ରଶସ୍ତ ହେବ ।
ଛାତ୍ରଛାତ୍ରୀ ସ୍ନାତକୋତ୍ତର, ପୋଷ୍ଟ ଗ୍ରାଜୁଏଟ ଡିପ୍ଲୋମା ପ୍ରୋଗ୍ରାମ ଇନ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ ଆଣ୍ଡ ଡିପ ଲର୍ଣ୍ଣିଂ, ଫୁଲଟେକ ମେସିନ ଲର୍ଣ୍ଣିଂ ଆଣ୍ଡ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ ପ୍ରୋଗ୍ରାମ, ପୋଷ୍ଟ ଗ୍ରାଜୁଏଟ ପ୍ରୋଗ୍ରାମ ଇନ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ ଆଣ୍ଡ ମେସିନ ଲର୍ଣ୍ଣିଂ ତଥା ପିଜି ପ୍ରୋଗ୍ରାମ ଇନ ମେସିନ ଲର୍ଣ୍ଣିଂ ଆଣ୍ଡ ଏଆଇ ଭଳି କୋର୍ସ କରିପାରିବେ । ଛାତ୍ରଛାତ୍ରୀ ଏହି ସବୁ କୋର୍ସ କରି ସାରିବା ପରେ ଚାକିରି ପାଇ ପାରିବେ ଓ ମୋଟା ଅଙ୍କର ଦରମା ସହ ନିଜର ସୁନେଲି ଭବିଷ୍ୟତ ନିର୍ମାଣ କରି ପାରିବେ ।

Get real time updates directly on you device, subscribe now.