fbpx

ସଲମାନ ଅକ୍ଷୟଙ୍କଠୁ ବି ଅଧିକ ଫିସ ନିଅନ୍ତି ଏ ସୁପରଷ୍ଟାର, ଆଲିସାନ ଘର ଓ ବିଳାସପୂର୍ଣ୍ଣ କାରର ମାଲିକ

ହାଇଦ୍ରାବାଦ: ଦକ୍ଷିଣ ଭାରତୀୟ ସିନେମାରେ ମୁଖ୍ୟତଃ ତେଲୁଗୁ, ତାମିଲ, କନ୍ନଡ ତଥା ମାଲାୟାଲମ୍ ଭାଷାର ବହୁ ବଡ ବଡ ଷ୍ଟାର ଅଛନ୍ତି । ତାମିଲ ସିନେମାର ଏମିତି ଜଣେ ଅଭିନେତା ଅଛନ୍ତି ଯାହାଙ୍କୁ ଷ୍ଟାର ନୁହେଁ ସୁପର ଷ୍ଟାର କହିଲେ ତାଙ୍କ ନାମର ସାର୍ଥକତା ବହନ କରିବ । ଏମିତି ଏକ ନାଁ ହେଉଛି ଜୋସେଫ ବିଜୟ ଚନ୍ଦ୍ରଶେଖର । ଯାହାଙ୍କୁ ଫ୍ୟାନ୍ସ କହନ୍ତି ଥାଲାପତି ବିଜୟ । ବିଜୟ ସାଉଥ ସିନେ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା । କରୋନା ସମୟରେ ଯେତେବେଳେ ଅନ୍ୟ ଅଭିନେତାମାନଙ୍କ ସିନେମା ଫ୍ଲପ୍ କିମ୍ବା ସୀମିତ ଆୟର ଟ୍ୟାଗ ହାସିଲ କରୁଥିଲା ସେତେବେଳେ ଥାଲାଙ୍କ ସିନେମା ବ୍ଲକବଷ୍ଟର ହେଉଥିଲା । ଥାଲାପତି ବିଜୟଙ୍କ ସିନେମା କେବଳ ସାଉଥରେ ନୁହେଁ ନର୍ଥରେ ମଧ୍ୟ ହାଲ୍ଲାବୋଲ କରିଥାଏ । ସୁପରଷ୍ଟାର ବିଜୟ ଆଜି ନିଜର ୫୦ ତମ ଜନ୍ମ ଦିନ ପାଳୁଛନ୍ତି । ଜାଣିବା ତାଙ୍କ ଜୀବନ, ଫିସ ଓ ନେଟୱର୍ଥ ବାବଦରେ..

୨୨ ଜୁନ ୧୯୭୪ ମସିହାରେ ଚେନ୍ନାଇରେ ଜନ୍ମିତ ବିଜୟଙ୍କ ପିତାଙ୍କ ନାଁ ଏସ ଏ ଚନ୍ଦଶେଖର ଜଣେ ନିର୍ଦ୍ଦେଶକ ଓ ମା’ ଜଣେ ପ୍ରଚ୍ଛଦପଟ ଗାୟକ । ବିଜୟଙ୍କ ପିତା କ୍ରିଷ୍ଟିୟାନ ହୋଇଥିବାବେଳେ ମା’ ହିନ୍ଦୁ ଅଟନ୍ତି । ବିଜୟ ଉଭୟ ଧର୍ମକୁ ମାନନ୍ତି । ଥାଲାଙ୍କ ଜଣେ ଭଉଣୀ ଥିଲେ ଯାହାଙ୍କ ୨ ବର୍ଷ ବୟସରେ ଦେହାନ୍ତ ହୋଇଥିଲା । ବିଜୟ ଚେନ୍ନାଇରୁ ବିଦ୍ୟାଳୟ ପାଠପଢା ସାରିଛନ୍ତି । ଭିଜୁଆଲ କମ୍ୟୁନିକେଶନରେ ସେ ସ୍ନାତକ କରିଛନ୍ତି । ବିଜୟ ୨୫ ଅଗଷ୍ଟ ୧୯୯୯ ମସିହାରେ ତାମିଲ ଶ୍ରୀଲଙ୍କନ ଝିଅ ସଙ୍ଗୀଥା ସୁରଲିଙ୍ଗମ୍ ଙ୍କୁ ବିବାହ କରିଛନ୍ତି । ତାଙ୍କର ଦୁଇ ସନ୍ତାନ ଅଛନ୍ତି । ଯାହାଙ୍କ ନାଁ ସଞ୍ଜୟ ଓ ଦିବ୍ୟା ।

୧୦ ବର୍ଷ ବୟସରେ ବିଜୟ ଶିଶୁ କଳାକାର ଭାବରେ ଅଭିନୟ ଦୁନିଆରେ ପାଦ ଥାପିଥିଲେ । ଶିଶୁକଳାକାର ଭାବରେ ସେ ଅନେକ ସିନେମାରେ ଅଭିନୟ କରିଛନ୍ତି, ମାତ୍ର ୧୯୯୨ ମସିହାରେ ଫିଲ୍ମ ‘ନାଲଇୟା ଥୀରପୁ’ରେ ମୁଖ୍ୟ ଚରିତ୍ରରେ ଆସିଥିଲେ । ପରବର୍ତ୍ତୀ ସମୟରେ ସେ ତାମିଲ, କନ୍ନଡ, ତେଲୁଗୁ ସିନେମାରେ ଅଭିନୟ କରି ଦକ୍ଷିଣ ଭାରତୀୟ ସିନେମାରେ ନିଜର ଦବଦବା ଜାହିର କରି ପାରିଛନ୍ତି ଆଉ ଥାଲାପତିରୁ ସୁପରଷ୍ଟାର ହୋଇ ପାରିଛନ୍ତି । ବିଜୟ ଗୋଟିଏ ସିନେମା କରିବା ପାଇଁ ୫୦ ରୁ ୭୦ କୋଟି ନେଇ ଥା’ନ୍ତି । ଗୋଟିଏ ବିଜ୍ଞାପନ ପାଇଁ ତାଙ୍କୁ ପାଉଣା ମିଳେ ପ୍ରାୟ ୫ ରୁ ୧୦ କୋଟି । ତାହା ସହ ଥାଲାପତି ଅଲଗା ଅଲଗା ବିଜନେସରୁ ଆୟ କରନ୍ତି ।
ଥାଲାପତି ବିଜୟଙ୍କ ଲୋକପ୍ରିୟତା ରଜନୀକାନ୍ତ ପରେ ଦ୍ୱିତୀୟ ସ୍ଥାନରେ ରହିଛି । ନିଜର ସିନେମାରେ ବିଜୟ ସର୍ବଦା ନିଜର ବେଷ୍ଟ ଦେଇ ଥାଆନ୍ତି । କୁହାଯାଏ, ଚେନ୍ନାଇରେ ତାଙ୍କର ୮୦ କୋଟିର ବଙ୍ଗଳା ଓ ବିଳାସପୂର୍ଣ୍ଣ କାର ଅଛି । ରୟାଲ ଲାଇଫଷ୍ଟାଇଲ ଜିଉଁଥିବା ବିଜୟଙ୍କ ୪୭୪ କୋଟିର ନେଟୱର୍ଥ ରହିଛି ।

Get real time updates directly on you device, subscribe now.