fbpx

ନା ଚନ୍ଦନ ତିଳକ…ନା ଚରଣାମୃତ, ଅଯୋଧ୍ୟା ରାମ ମନ୍ଦିରରେ ଏବେ ଦିଆଯିବ ନାହିଁ ଭିଆଇପି ସେବା

ଲକ୍ଷ୍ନୌ: ଆଯୋଧ୍ୟାରେ ଶ୍ରୀ ରାମ ମନ୍ଦିର ପ୍ରତିଷ୍ଠା ହେବା ପରଠାରୁ ଭକ୍ତଙ୍କ ମନରେ ବେଶ ଉତ୍ସାହ ଦେଖାଦେଇଥିଲା । ପ୍ରତିଦିନ ରାମଲଲାଙ୍କ ଦର୍ଶନ କରିବା ପାଇଁ ଏଠାକ ଲକ୍ଷ ଲକ୍ଷ ଭକ୍ତ ସୁଅ ଛୁଟିବାରେ ଲାଗିଛି । ପ୍ରଭୁଙ୍କ ଦରବାରରେ ସମସ୍ତେ ସମାନ ତେଣୁ ସମସ୍ତଙ୍କ ସହ ସମାନ ବ୍ୟବହାର ହେବା ଉଚିତ । କିଛି ଭିଆଇପିଙ୍କୁ ବିଶେଷ ସୁବିଧା ମିଳୁଥିବା ନେଇ ରାମମନ୍ଦିର ଟ୍ରଷ୍ଟ ନିକଟରେ ଅଭିଯୋଗ ଆସିଛି । ଏହା ପରେ ଏହି ବ୍ୟବସ୍ଥା ଉପରେ ରୋକ୍ ଲଗାଇବା ପାଇଁ ଟ୍ରଷ୍ଟ ପକ୍ଷରୁ ଦୃଢ଼ ପଦକ୍ଷେପ ନିଆଯାଇଛି ।

ରାମ ମନ୍ଦିର ତୀର୍ଥ କ୍ଷେତ୍ର ଟ୍ରଷ୍ଟ କାର୍ଯ୍ୟାଳୟ ପ୍ରଭାରୀ ପ୍ରକାଶ ଗୁପ୍ତାଙ୍କ କହିବାନୁଯାୟୀ କିଛି ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି । ଶ୍ରଦ୍ଧାଳୁଙ୍କ ମନରେ ଥିବା ସନ୍ଦେହ ଏବଂ ଅସନ୍ତୋଷ ଭାବନାକୁ ଦୂର କରିବା ପାଇଁ ଟ୍ରଷ୍ଟ ପକ୍ଷରୁ ୩ଟି ପ୍ରମୁଖ ପରିବର୍ତ୍ତନ କରାଯାଇଛି ।

– ପ୍ରଥମ କୌଣସି ବିଶିଷ୍ଟ ବ୍ୟକ୍ତି କିମ୍ବା ଭିଭିଆଇପିଙ୍କୁ ଶ୍ରୀ ରାମ ମନ୍ଦିର ପରିସରରେ ଚନ୍ଦନ ବା ତିଳକ ଲଗାଯିବ ନାହିଁ ।

– ଦ୍ୱିତୀୟ କୌଣସି ବ୍ୟକ୍ତିଙ୍କୁ ଚରଣାମୃତ ଦିଆଯିବ ନାହିଁ ।

– ତୃତୀୟ ଦର୍ଶନାର୍ଥୀମାନେ ପୂଜାରୀଙ୍କୁ ଦକ୍ଷିଣା ଦେବା ପରିବର୍ତ୍ତେ କେବଳ ଦାନ ପାତ୍ରରେ ଦାନ କରିବେ । ପୂର୍ବରୁ ଭକ୍ତମାନେ ପୂଜାରୀଙ୍କୁ ଠାକୁରଙ୍କ ଚରଣରେ ଅର୍ପଣ କରିବା ପାଇଁ କିଛି ଟଙ୍କା, ମୂଲ୍ୟବାନ ଜିନିଷ ଏବଂ ବସ୍ତ୍ର ଦାନ କରାଯାଉଥିଲା ଯାହାକୁ ପୂଜାରୀ ନିଜ ପାଖରେ ରଖିଦେଉଥିଲେ । ପୂଜାରୀଙ୍କ ପର୍ଯ୍ୟାପ୍ତ ବେତନ ଦିଆଯାଉଛି ତେଣୁ ଭକ୍ତମାନେ ଦାନ ପେଟିରେ ଦାନ କରିବା ଉଚିତ ।

Get real time updates directly on you device, subscribe now.