fbpx

ବୁଲେଟପ୍ରୁଫ କଫି! ଯାହାର ଦିୱାନା ଅଟନ୍ତି ସେଲିବ୍ରିଟି, ଆପଣ ପିଇଛନ୍ତି କି…

ଓଡିଶା ଭାସ୍କର : ଆପଣମାନେ କଫି ତ ପିଇଥିବେ ନିଶ୍ଚୟ । ତେବେ କେବେ ଆପଣ ବୁଲେଟପ୍ରୁଫ କଫି ପିଇଛନ୍ତି! ବଲିଉଡର ବହୁ ସେଲିବ୍ରିଟି ନିଜର ଦିନଚର୍ଯ୍ୟାର ଆରମ୍ଭ କରନ୍ତି ଏହି ବୁଲେଟପ୍ରୁଫ କଫିରୁ । ଯାହାକୁ ଘି’ କଫି ମଧ୍ୟ କୁହଯାଏ । କୃତି ସେନନ, ଅଦିତି ରାଓ ହୈଦରୀ, ରକୁଲ ପ୍ରୀତ ସିଂଙ୍କ ଭଳି ଅଭିନେତ୍ରୀ ଏହାକୁ ବ୍ୟବହାର କରନ୍ତି । ସେମାନେ ଏହି ଘି’ ବା ବୁଲେଟପ୍ରୁଫ କଫିର ଦିୱାନା ଅଟନ୍ତି । ଏହି କଫି ଘିଅରୁ ତିଆରି କରାଯାଏ । ଜାଣିବା ଏହାର ଲାଭକାରିତା…
ବୁଲେଟପ୍ରୁଫ କଫି ଯେ କେବଳ ଆପଣଙ୍କୁ ଊର୍ଜା ପ୍ରଦାନ କରିବ ତାହା ନୁହେଁ ବରଂ ଏହା ଜଣକର ପାଚନ ସ୍ୱାସ୍ଥ୍ୟକୁ ବି ସୁସ୍ଥ ରଖେ । ତାହାସହ ଜଣକର ବ୍ଲଟ ସୁଗରକୁ ବି ଏହା ନିୟନ୍ତ୍ରିତ କରି ରଖିପାରେ । ଏହାବାଦ ଓଜନ କମ କରିବାରେ ମଧ୍ୟ ସହାୟତା କରେ ଏହି ବୁଲେଟପ୍ରୁଫ କଫି । ଯାହା ଫଳରେ ଅଭିନେତ୍ରୀମାନେ ଏହା ପାନ କରି ନିଜର ଶରୀରର ସନ୍ତୁଳନ ରକ୍ଷା କରନ୍ତି ଓ ସିନେମାର ଚରିତ୍ର ଅନୁଯାୟୀ ନିଜର ଓଜନ ମଧ୍ୟ କମାନ୍ତି । ଅଭିନେତ୍ରୀମାନଙ୍କୁ ଏହି କଫି ସୁନ୍ଦରତା ପ୍ରଦାନ କରେ । ଫଳରେ ସେମାନେ ନିଜର ଲୁକରେ ଫ୍ୟାନ୍ସଙ୍କ ହୃଦୟ ଜିତି ପାରନ୍ତି । ବୁଲେଟପ୍ରୁଫ କଫି ସେହି ବ୍ୟକ୍ତିମାନଙ୍କ ପାଇଁ ବି ଲାଭଦାୟକ ଯାହାଙ୍କୁ ବାରମ୍ବାର ଭୋକ ଲାଗିଥାଏ । ଏହାକୁ ବଟର କଫି ଓ କିଟୋ କଫି ବି କୁହାଯାଏ । କିଟୋ ଡାଇଟ କରିବା ପାଇଁ ଏହା ପିଇ ଥାଆନ୍ତି ଅଭିନେତା ଓ ଅଭିନେତ୍ରୀମାନେ । ଯେଉଁଥିରେ କମ୍ କାର୍ବୋହାଇଡ୍ରେଟର ବ୍ୟବହାର ହୁଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ଏହା ଆପଣଙ୍କ କ୍ରେବିଙ୍ଗକୁ ବି କଣ୍ଟ୍ରୋଲ କରେ । କହିରଖୁ, ଘି ଆପଣଙ୍କ ଡାଇଜେସନକୁ ଧିମା କରିଥାଏ । ଫଳରେ ଏହି କଫିରେ ଘି ଥିବାରୁ ଏହାକୁ ପିଇଲେ ଭୋକ ମରିଯାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ, ବୁଲେଟପ୍ରୁଫ କଫିକୁ ଦିନକୁ ଦୁଇ କଫରୁ ଅଧିକ ପିଇବା ଅନୁଚିତ । କାରଣ ଏମିତି କଲେ ଓଜନ କମିବା ସ୍ଥାନରେ ତାହାର ବିପରୀତ ପ୍ରଭାବ ପଡି ଓଜନ ବଢିଚାଲିବ ।

Get real time updates directly on you device, subscribe now.