fbpx

ଟି-୨୦ ବିଶ୍ୱକପ: ପ୍ରଥମ ଟିମ୍ ଭାବେ ସେମିରେ ପହଞ୍ଚିଲା ଇଂଲଣ୍ଡ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ୨୦୨୪ରେ ପ୍ରବେଶ କରିଛି ଇଂଲଣ୍ଡ । ଜୋସ ବଟଲରଙ୍କ ଅଧିନାୟକତ୍ୱରେ ଇଂଲଣ୍ଡ ସୁପର-୮ରେ ନିଜର ଅନ୍ତିମ ମ୍ୟାଚରେ ଆମେରିକାକୁ ୧୦ ୱିକେଟରେ ପରାସ୍ତ କରିଛି । ଏଥିସହିତ ସେମିଫାଇନାଲରେ ପ୍ରଥମ ଦଳ ଭାବେ ଇଂଲଣ୍ଡ ଏଣ୍ଟ୍ରି ମାରିଛି । ଇଂଲଣ୍ଡର ଏହି ବିଜୟରେ ଅଧିନାୟକ ବଟଲର, ଦ୍ରୁତ ବୋଲର କ୍ରିସ ଜୋର୍ଡାନ ଓ ସ୍ପିନର ଆଦିଲ ରଶିଦଙ୍କ ବଡ଼ ଭୂମିକା ରହିଥିଲା ।

ପ୍ରଥମେ ବ୍ୟାଟିଂ ଆମେରିକା ୧୮.୫ ଓଭରରେ ୧୧୫ ରନରେ ଅଲଆଉଟ୍ ହୋଇଯାଇଥିଲା । ଏନଆର କୁମାର ସର୍ବାଧିକ ୩୦ ରନ୍ ସଂଗ୍ରହ କରିଥିଲା । ଇଂଲଣ୍ଡ ପକ୍ଷରୁ କ୍ରିସ ଜୋର୍ଡାନ ସର୍ବାଧିକ ୪ଟି ୱିକେଟ ଅକ୍ତିଆର କରିଥିଲେ । ଜବାବରେ ଇଂଲଣ୍ଡ ମାତ୍ର ୯.୪ ଓଭରରେ କୌଣସି ୱିକେଟ ନ ହରାଇ ୧୧୭ ରନ୍ ସଂଗ୍ରହ କରିନେଇଥିଲା । ଅଧିନାୟକ ବଟଲର ମାତ୍ର ୩୮ଟି ବଲରୁ ୮୩ ରନ୍ ସଂଗ୍ରହ କରିଥିଲେ । ଆମେରିକାର କୌଣସି ବୋଲର ଇଂଲଣ୍ଡର ବ୍ୟାଟ୍ସମ୍ୟାନଙ୍କ ଉପରେ ପ୍ରଭାବ ପକାଇ ପାରିନଥିଲେ ।

Get real time updates directly on you device, subscribe now.