fbpx

୧୩ ବର୍ଷୀୟ ଝିଅ ସ୍କୁଲରେ ଶୁଣାଇଲା ନିଜ ବଳତ୍କାରର କାହାଣୀ, ପଢନ୍ତୁ ପୂରା ଆର୍ଟିକିଲ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୂଣେରେ ଜଣେ ଚାତ୍ରୀ ନିଜ ସାଙ୍ଗରେ ହୋଇଥିବା ଆଶ୍ଚର୍ଯ୍ୟଜନକ କାହାଣୀ ନିଜ ମୁହଁରେ ଶୁଣାଇଛି । ଏହାପରେ ପୋଲିସ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଝିଅର ବାପା, ଦାଦା ଏବଂ ଭାଇଙ୍କୁ ଗିରଫ କରିଛି । ଏହି ମାମଲା ଖୁଲାସା ହେବା ପରେ ସାରା ମହାରାଷ୍ଟ୍ରରେ ନିନ୍ଦା ଚାଲିଛି ।

ଛାତ୍ରୀ ଜଣକ ସ୍କୁଲରେ ଚାଲିଥିବା ସ୍ପେଶାଲ ସେସନରେ ପୋଲିସକୁ ନିଜ ସାଙ୍ଗରେ ହୋଇଥିବା ଦୁଷ୍କର୍ମ ବିଷୟରେ କହିଛି । ସେ କହିଛନ୍ତି ଯେ, ତାଙ୍କ ସହ ଜୁଲାଇ ୨୦୨୩ରେ ସଂପର୍କୀୟ ଭାଇ ଖରାପ କାମ କରିଛି । ଏହାପରେ ତାଙ୍କୁ ସେ ଧମକ ଦେଇଥିଲେ ଯେ, ଯଦି ଏହି କଥା କାହାକୁ କହିବେ ତେବେ ଛାତ୍ରୀଙ୍କୁ ସେ ଜୀବନରୁ ମାରିଦେବେ । ଡରିଯାଇଥିବା ସେହି ଝିଅ ଏହି କଥା କାହାକୁ କହିପାରୁନଥିଲେ ।

ଛାତ୍ରୀ ଏହି ସେସନରେ କାନ୍ଦି କାନ୍ଦି ନିଜ ସଙ୍ଗେ ହୋଇଥିବା ଯୌନ ଉତ୍ପୀଡନ ବିଷୟରେ କହିଛନ୍ତି । ଛାତ୍ରୀ ଜଣଙ୍କ କହିଛନ୍ତି ଯେ, ଜାନୁଆରୀ ୨୦୨୪ରେ ତାଙ୍କ ଦାଦା ତାଙ୍କ ସହ ଦୁଷ୍କର୍ମ କରିଛନ୍ତି । ଏହାପରେ ତାଙ୍କ ବାପା ତାଙ୍କୁ ଦୁଷ୍କର୍ମ କରିଛନ୍ତି । ସେମାନଙ୍କ ବୟସ ୪୦ ହେବ ବୋଲି ଛାତ୍ରୀ ଜଣକ କହିଛନ୍ତି । ସେହିପରି ସଂପର୍କୀୟ ଭାଇଙ୍କ ବୟସ ପାଖାପାଖି ୨୦ ବର୍ଷ ହେବ ।

ପୋଲିସ ଏହି ମାମଲାରେ ପୀଡିତ ଛାତ୍ରୀଙ୍କ ସଂପର୍କୀୟ ଭାଇ, ତାଙ୍କ ଦାଦା ଏବଂ ବାପାଙ୍କୁ ଗିରଫ କରିଛନ୍ତି । ଏଥିସହ ଭାରତୀୟ ଦଣ୍ଡ ସଂହିତା ଏବଂ ଯୌନ ଅପରାଧରେ ଶିଶୁ ସଂରକ୍ଷଣ ଅଧିନିୟମ ଅନୁଯାୟୀ, ମାମଲା ରୁଜ୍ଜୁ କରିଛନ୍ତି ।

Get real time updates directly on you device, subscribe now.