fbpx

‘Deepfake’ ଭିଡିଓରେ କ୍ରିପ୍ଟୋ ସ୍କାମକୁ ପ୍ରୋତ୍ସାହିତ କରୁଛନ୍ତି ଏଲନ ମସ୍କ, ପରେ ଘଟିଲା ଏହା..

ନୂଆଦିଲ୍ଲୀ: ବର୍ତ୍ତମାନ ଡିପଫେକକୁ ନେଇ ଖୁବ ଚର୍ଚ୍ଚା ଚାଲିଛି । ହେଲେ ଏହି ଚର୍ଚ୍ଚା ଲୋକଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । କିଛିଦିନ ତଳେ ସେଲିବ୍ରିଟିମାନଙ୍କର ଡିପଫେକ ଭିଡିଓ ଖୁବ ଜୋରରେ ଭାଇରାଲ ହେଉଥିଲା । ଏହା ବିରୋଧରେ ଅନେକ ଅଭିଯୋଗ ମଧ୍ୟ ହୋଇଛି । ଏହାରି ମଧ୍ୟରେ ଆଉ ଏକ ଖବର ସାମ୍ନାକୁ ଆସିଛି । ଏଥିରେ ଟେସଲାର ସିଇଓ ଏବଂ ସ୍ପେସ୍କଏକ୍ସର ମାଲିକ ଏଲନ ମସ୍କ ଡିପଫେକ ଭିଡିଓର ସିକାର ହୋଇଛନ୍ତି ।

ଏଲନ ମସ୍କଙ୍କ ଡିପଫେକ ଭିଡିଓକୁ ୟୁଟ୍ୟୁବରେ ଲାଇବଷ୍ଟ୍ରିମ କରାଯାଇଥିଲା, ଯାହାର ପ୍ରସାରଣ ୫ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା । ସୂଚନା ମୁତାବକ ଏହି ଡିପଫେକ ଭିଡିଓରେ ଏଲନ ମସ୍କ ଲାଇବଷ୍ଟ୍ରୀମରେ କ୍ରିପ୍ଟୋ କରେନ୍ସି ସ୍କାମକୁ ପ୍ରୋତ୍ସାହିତ କରୁଥିବା ନଜର ଆସିଛି । ଏହି ଭିଡିଓରେ ମସ୍କ ଏକ କ୍ଲିପରେ ଟେସଲା ଇଭେଣ୍ଟରୁ ଲାଇବଷ୍ଟ୍ରୀମ ଭଳି ଦେଖାଯାଉଛି । ଏହି ନକଲି ଭିଡିଓକୁ ପରେ ଡିଲିଟ କରାଯାଇଛି ।

ଏଲନ ମସ୍କଙ୍କ ଏହି ଭିଡିଓକୁ ନେଇ ଅନେକ ଚର୍ଚ୍ଚା ହେଉଥିବା ବେଳେ ବଜାରରେ ଲୋକେ ଉତ୍ତ୍ୟକ୍ତ ହୋଇଛନ୍ତି । ଭିଡିଓ କ୍ଲିପରେ ମସ୍କଙ୍କ ଏଆଇ ଜେନେରେଟେଡ ଭଏସ ଅଛି ଏବଂ ସେ କ୍ରିପ୍ଟୋକରେନ୍ସି ସହ ଜଡିତ ୱେବସାଇଟକୁ ଯିବାକୁ ଏବଂ ଗିଭଆୱେରେ ଭାଗ ନେବାକୁ କହୁଥିଲେ । ମସ୍କ ଏହି ଡିପଫେକ ଭିଡିଓରେ ଗିଭଆୱେରେ ଭାଗ ନେବା ପାଇଁ ବିଟକଏନ, ଏଥେରିୟମ ବା ଡଗକଏନ ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଭିଡିଓରେ ଏହା ଦାବି ମଧ୍ୟ କରିଛନ୍ତି ଯେ, ଆପଣ ଯାହା ବି ରାଶି ଜମା କରିବେ, ସିଷ୍ଟମ କ୍ରିପ୍ଟୋକରେନ୍ସିର ଦ୍ୱିଗୁଣିତ ରାଶିକୁ ଆପନଙ୍କୁ ପଠାଇଦିଆଯିବ । ତେବେ ଏହି ଲାଇଭଷ୍ଟ୍ରୀମରେ ୩୦ ହଜାରରୁ ଅଧିକ ଅଡିଏନ୍ସ ଏଥିରେ ସାମିଲ ଥିଲେ ।

Get real time updates directly on you device, subscribe now.