fbpx

ବରିଷ୍ଠ ନାଗରିକଙ୍କ ପାଇଁ ଖୁସି ଖବର, ଟ୍ରେନରେ ଯାତ୍ରାରେ ମିଳିବ ବିଶେଷ ସୁବିଧା

ନୂଆଦିଲ୍ଲୀ: ଭାରତୀୟ ରେଳ ଯାତ୍ରାରେ ବରିଷ୍ଠ ନାଗରିକଙ୍କୁ ମିଳିବ ଜବରଦସ୍ତ ଫାଇଦା । କୋରନା ମହାମାରି ସମୟରେ ବରିଷ୍ଠ ନାଗରିକଙ୍କ ପାଇଁ ଲାଗୁ ହୋଇଥିବା ଟ୍ରେନ ଭଡାର ରିହାତି ଅଟକ ରହିଥିଲା । ବର୍ତ୍ତମାନ ଏହା ପୁଣିଥରେ ଲାଗୁ ହେବା ନେଇ କେନ୍ଦ୍ର ରେଳମନ୍ତ୍ରୀ ଘୋଷଣା କରିବାକୁ ଯାଉଛନ୍ତି । ୪ ବର୍ଷ ଧରି ବନ୍ଦ ଥିବା ରିହାତ ଭଡା ପୁନର୍ବାର ଲାଗୁ କରାଗଲେ କୋଟି କୋଟି ବରିଷ୍ଠ ନାଗରିକମାନେ ଉପକୃତ ହେବା ସହ ସୁବିଧାରେ ଯାତ୍ରା କରିପାରିବେ ।

ଖବର ଅନୁଯାୟୀ, କେବଳ ୬୦ ବର୍ଷରୁ ଅଧିକ ବରିଷ୍ଠ ନାଗରିକଙ୍କ ପାଇଁ ଏହି ସୁବିଧା ଉପଲବ୍ଧ ହେବ । ଯଦି ଆପଣ ରେଗୁଲାର ଟ୍ରେନ ଯାତ୍ରା କରୁଛନ୍ତି ତେବେ ଏହି ସୁବିଧାର ଲାଭ ଉଠାଇ ପାରିବେ । ଆପଣମାନଙ୍କୁ ବରିଷ୍ଠନାଗରିକ ପାଇଁ ଫର୍ମ ପୁରଣ କରିବାକୁ ହେବ । ଏହି ଫର୍ମ ପୂରଣ କରି ପୈଠ କଲା ପରେ ଆପଣ ଏହି ସୁବିଧା ପାଇ ପାରିବେ । କେବଳ ଏତିକି ନୁହେଁ , ଏସି, ଳୋଇବା କୋଚ ଉପରେ ମଧ୍ୟ ୫୦ ପ୍ରତିଶତ ରିହାତି ଦେବା ଲାଗି କୁହାଯାଇଥିବାର ଜଣାପଡିଛି ।

Get real time updates directly on you device, subscribe now.