fbpx

ଓଡ଼ିଶା ଫେରିବେ ୧୯୯୦ ବ୍ୟାଚ୍‌ର ବରିଷ୍ଠ ଆଇଏଏସ୍‌ ମନୋଜ ଆହୁଜା

ଭୁବନେଶ୍ୱର : (ଓଡ଼ିଶା ଭାସ୍କର) ଓଡ଼ିଶା ଫେରିବେ ବରିଷ୍ଠ ଆଇଏଏସ୍‌ ମନୋଜ ଆହୁଜା । ୧୯୯୦ ବ୍ୟାଚ୍‌ର ବରିଷ୍ଠ ଆଇଏଏସ୍‌ ହେଉଛନ୍ତି ମନୋଜ ଆହୁଜା । ଏବେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ସଚିବ ଅଛନ୍ତି ମନୋଜ ଆହୁଜା । ମନୋଜଙ୍କୁ ଓଡ଼ିଶା ଫେରାଇବା ନେଇ କ୍ୟାବିନେଟ କମିଟିର ମଂଜୁରୀ ହୋଇଛି । ରାଜ୍ୟ ସରକାରଙ୍କ ଆବେଦନ ଆଧାରରେ ମଂଜୁରୀ ଦେଲା କ୍ୟାବିନେଟ ।

ତେବେ ଆଗକୁ ସେ ତାଙ୍କର ଗୁରୁ ଦାୟୁତ୍ୱକୁ ସୂଚାର ରୂପେ ତୁଲାଇବେ ବୋଲି ଆଶା ରହିଛି । ତେବେ ତାଙ୍କୁ କେଉଁ ବିଭାଗର ଦାୟୁତ୍ୱ ମିଳିବ ସେନେଇ ଏଯାଏଁ କୌଣସି ସୂଚନା ମିଳି ପରି ନାହିଁ । ମନୋଜ ଆହୁଜା ପୂର୍ବରୁ ବିଭିନ୍ନ ବିଭାଗର ଦାୟୁତ୍ୱକୁ ସଠିକ୍ ଭାବରେ ତୁଲାଇଛନ୍ତି ।

Get real time updates directly on you device, subscribe now.