ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ

ନୂଆଦିଲ୍ଲୀ: ଝାଡ଼ଖଣ୍ଡର ରାଜ୍ୟପାଳ ସି ପି ରାଧାକୃଷ୍ଣନ ହେମନ୍ତ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ ହେବା ପାଇଁ ନିମନ୍ତ୍ରଣ କରିଛନ୍ତି । ରାଜଭବନର ଅଧିକାରୀମାନେ ଗୁରୁବାର ଦିନ ଏହି ସୂଚନା ଦେଇଛନ୍ତି । ସୋରେନ ଆଜି ହିଁ ରାଜ୍ୟର ୧୩ତମ ମୁଖ୍ୟମନ୍ତ୍ରୀ ପଦବୀର ଶପଥ ନେବେ । ଶପଥ ଗ୍ରହଣ ସମାରୋହ ସଂଧ୍ୟା ୫ଟାରେ ରାଜଭବନରେ ହେବ । ଚଳିତ ବର୍ଷ ଶେଷରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ନେତୃତ୍ୱରେ ପରିବର୍ତ୍ତନକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି ।

ନ୍ୟୁଜ ଏଜେନ୍ସି ପିଟିଆଇ ମୁତାବକ, ଏହା ପୂର୍ବରୁ ଜେଏମଏମ ର ନେତା ଦାବି କରିଥିଲେ ଯେ, ହେମନ୍ତ ସୋରେନ ସାତ ଜୁଲାଇରେ ସିଏମ ପଦବୀ ପାଇଁ ଶପଥ ନେବେ । ଶପଥ ତାରିଖ ଆସିବା ପରେ ହେମନ୍ତ ସୋରେନ ଏକ୍ସରେ ଲେଖିଛନ୍ତି ଯେ, ‘ପ୍ରତି ଅନ୍ୟାୟକୁ ଏହା ଜଣାଅଛି ଯେ, ଗୋଟିଏ ଦିନ ତାକୁ ନ୍ୟାୟ ପରାସ୍ତ କରିବ.. ଜୟ ଝାଡ଼ଖଣ୍ଡ.’