fbpx

ଜୁଲାଇ ୬ରୁ ଆରମ୍ଭ ହେବାକୁ ଥିବା NEET UG କାଉନସେଲିଂ ସ୍ଥଗିତ

ନୂଆଦିଲ୍ଲୀ: ପରବର୍ତ୍ତୀ ସୂଚନା ଜାରି ହେବା ପର୍ଯ୍ୟନ୍ତ ନିଟ-ୟୁଜି କାଉନସେଲିଂ ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଛି । ଏହି କାଉନସେଲିଂ ଆଜିଠାରୁ ଆରମ୍ଭ ହେବାର ଥିଲା । ତେବେ ନିଟ ୟୁଜି କାଉନସେଲିଂ ଆୟୋଜିତ କରୁଥିବା ମେଡିକାଲ କାଉନସିଲ କମିଶନ (ଏମସିସି) ପକ୍ଷରୁ ଏହି ସ୍ଥଗିତ ପଛର କାରଣ ବିଷୟରେ ସ୍ପଷ୍ଟ କରାଯାଇ ନାହିଁ । ଖୁବଶୀଘ୍ର ଏମସିସି ଏକ ନୋଟିସ୍ ଜାରି କରି ଏନେଇ ସୂଚନା ଦେଇ ପାରନ୍ତି । ଏହା ପୂର୍ବରୁ ସୁପ୍ରିମକୋର୍ଟ ନିଟ ପିଜି ୨୦୨୪ ପରୀକ୍ଷାର କାଉନସେଲିଂକୁ ସ୍ଥଗିତ ରଖିବା ଆବେଦନକୁ ଖାରଜ କରିଦେଇଥିଲେ । ନିଟ କାଉନେଲିଂ ଅଚାନକ ଖୋଲିବା ଓ ବନ୍ଦ ହେବା ଜିନିଷ ନୁହେଁ ବୋଲି କୋର୍ଟ କହିଥିଲେ ।

ଜୁଲାଇ ୬ରୁ ନିଟ ୟୁଜି କାଉନସେଲି ପ୍ରକ୍ରିୟା ଆରମ୍ଭ ହେବାର ଥିଲା । ମାତ୍ର ପରବର୍ତ୍ତୀ ନିର୍ଦ୍ଦେଶନାମା ଜାରି ନହେବା ପର୍ଯ୍ୟନ୍ତ ଏହି କାଉନସେଲିଂ ପ୍ରକ୍ରିୟାକୁ ଏମସିସି ପକ୍ଷରୁ ସ୍ଥଗିତ ରଖାଯାଇଛି । ନିଟ ୟୁଜି ବିବାଦକୁ ନେଇ ଜୁଲାଇ ୮ରେ ସୁପ୍ରିମକୋର୍ଟରେ ଶୁଣାଣି ହେବ । କାଉନସେଲିଂ ଉପରେ ରୋକ ଲଗାଇବାକୁ ସୁପ୍ରିମକୋର୍ଟ ଦୁଇଥର ଅଗ୍ରାହ୍ୟ କରିଦେଇଥିଲେ । ନିଟ ୟୁଜି ପେପର ଲିକ ଓ ଅନିୟମିତତାକୁ ଦୃଷ୍ଟିରେ ରଖି ଏହା ପୂର୍ବରୁ ଜୁନ ୧୧ ଓ ଜୁନ ୨୦ର ନିଟ ୟୁଜି କାଉନସେଲିଂ ଉପରେ ରୋକ ଲଗାଇବାକୁ ସୁପ୍ରିମକୋର୍ଟରେ ଯାଚିକା ଦାୟର ହୋଇଥିଲା । ମାତ୍ର ଏହା ଉପରେ ରୋକ ଲଗାଇବା ନେଇ ଦୁଇଥର ଯାକ ସର୍ବୋଚ୍ଚ ଅଦାଲତ ଅଗ୍ରାହ୍ୟ କରିଦେଇଥିଲେ । ଯଦି ପରୀକ୍ଷା ଜାରି ରହିବ ତେବେ କାଉନସେଲିଂ ମଧ୍ୟ ଜାରି ରହିବ ବୋଲି କୋର୍ଟ କହିଥିଲେ ।

Get real time updates directly on you device, subscribe now.