fbpx

ସଂସଦରେ କେବେ ଜାରି ହେବ ବଜେଟ? କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁ ଘୋଷଣା କଲେ ତାରିଖ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ସଂସଦୀୟ କାର୍ଯ୍ୟମନ୍ତ୍ରୀ କିରଣ ରିଜିଜୁ ଶନିବାର ଦିନ ଏକ୍ସରେ ପୋଷ୍ଟ କରି ସଂଦସର ଆଗାମୀ ବଜେଟ ଅଧିବେଶନର ଘୋଷଣା କରିଛନ୍ତି । କିରଣ ରିଜିଜୁ କହିଛନ୍ତି ଯେ, ମାନନୀୟ ରାଷ୍ଟ୍ରପତି ଭାରତ ସରକାରଙ୍କ ସୁପାରିଶରେ ୨୨ ଜୁଲାଇରେ ସଂସଦରେ ବଜେଟ ଅଧିବେଶନ ଡାକରାକୁ ଅନୁମୋଦନ କରିଛନ୍ତି । ସେ କହିଛନ୍ତି ଯେ, ଏଥର ବଜେଟ ଅଧିବେଶନ ୨୨ ଜୁଲାଇ ୨୦୨୪ରେ ଆରମ୍ଭ ହେବ । ବଜେଟ ଅଧିବେଶନ ୧୨ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ । ସେହିପରି ରିଜିଜୁ କହିଛନ୍ତି ଯେ, ଲୋକସଭାରେ ୨୩ ଜୁଲାଇରେ ବଜେଟ ଜାରି ହେବ ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀରେ ଅନ୍ତରୀଣ ବଜେଟ ଜାରି କରିଥିଲେ, କାରଣ ଏହା ସାଧାରଣ ନିର୍ବାଚନର ବର୍ଷ ଥିଲା । ସେ ଲଗାତାର ସପ୍ତମ ଥର ପାଇଁ ସପ୍ତମ ବଜେଟ ଜାରି କରିବେ । ସେ କହିଥିଲେ ଯେ, କେନ୍ଦ୍ର ସରକାର ଦେଶର ନାଗରିକମାନଙ୍କ ଜୀବନରେ ପରିବର୍ତ୍ତନ ପାଇଁ ସମର୍ପିତ ଅଟନ୍ତି, ଏବଂ ସେଥିପାଇଁ ନିରନ୍ତର ପ୍ରୟାସ କରୁଛନ୍ତି । ଲୋକସଭା ନିର୍ବାଚନ ୨୦୨୪ ପରେ ୨୪ ଜୁନର ସଂସଦର ବିଶେଷ ଅଧିବେଶନ ଅୟୋଜିତ କରାଯାଇଥିଲା । ଯେଉଁଠାରେ ନୂଆ ସାଂସଦମାନେ ଶପଥ ନେଇଥିଲେ ଏବଂ ୨୭ ଜୁନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ସଂଘୀୟ ଅଧିବେଶନକୁ ସମ୍ବୋନ୍ଧିତ କରିଥିଲେ ।

Get real time updates directly on you device, subscribe now.