fbpx

କେନ୍ଦ୍ର ସରକାର ଋତୁସ୍ରାବ ଜନିତ ମାସିକ ଛୁଟିକୁ ନେଇ ଏକ ଆଦର୍ଶ ମଡେଲ ପ୍ରସ୍ତୁତ କରନ୍ତୁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ରାଜ୍ୟ ତଥା ଅନ୍ୟାନ୍ୟ ହିତାଧିକାରୀଙ୍କ ସହ ପରାମର୍ଶ କରି ମହିଳା କର୍ମଚାରୀଙ୍କ ଋତୁସ୍ରାବ ଜନିତ ମାସିକ ଛୁଟିରେ ଏକ ମଡେଲ ନୀତି ପ୍ରସ୍ତୁତ କରିବାକୁ ସୋମବାର ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ ଏହା ଏକ ପ୍ରସଙ୍ଗ ନୁହେଁ, ଯାହାକୁ କୋର୍ଟ ଦେଖିବା ଉଚିତ୍‌। ଏହା ବ୍ୟତୀତ ବେଞ୍ଚ ଏହା ମଧ୍ୟ କହିଛି ଯେ, ଯଦି ମହିଳାମାନଙ୍କୁ ଏପରି ଛୁଟି ପ୍ରଦାନ କରିବାକୁ କୋର୍ଟ ନିଷ୍ପତ୍ତି ନିଅନ୍ତି, ତେବେ ଏହାର ପ୍ରତିକୂଳ ପ୍ରଭାବ ମଧ୍ୟ ପଡିପାରେ। କାରଣ କମ୍ପାନୀ ସେମାନଙ୍କୁ କାମ ଦେବା ଠାରୁ ଦୂରେଇ ରଖିପାରେ।

ବେଞ୍ଚ ଏହା ମଧ୍ୟ କହିଛି ଯେ ଏହିପରି ଛୁଟି ବାଧ୍ୟତାମୂଳକ କରିବା ମହିଳାମାନଙ୍କୁ କର୍ମକ୍ଷେତ୍ରରୁ ଦୂରେଇ ଦେବ। ଆମେ ତାହା ଚାହୁଁନାହୁଁ । ଆମେ ସଚିବଙ୍କୁ ଅନୁରୋଧ କରୁଛୁ ଯେ, ଏନେଇ ସମସ୍ତ ରାଜ୍ୟ ସହ ପରାମର୍ଶ କରି ଏକ ମଡେଲ ପ୍ରସ୍ତୁତ କରନ୍ତୁ। ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଛନ୍ତି ଯେ ଯଦି ରାଜ୍ୟମାନେ ଏ ବାବଦରେ କୌଣସି ପଦକ୍ଷେପ ନିଅନ୍ତି, ତେବେ କେନ୍ଦ୍ରର ପରାମର୍ଶ ପ୍ରକ୍ରିୟା ସେମାନଙ୍କ ପଥରେ ଆସିବ ନାହିଁ।

Get real time updates directly on you device, subscribe now.