fbpx

ସୈନିକ ସ୍କୁଲ ପକ୍ଷରୁ ବିଜ୍ଞପ୍ତି: PGT, TGT, ଲ୍ୟାବ୍ ଆସିଷ୍ଟାଣ୍ଟ, LDC, ମାଟ୍ରନ ଓ ୱାର୍ଡ ବୟ ପଦରେ ଦିଆଯିବ ନିଯୁକ୍ତି

ନୂଆଦିଲ୍ଲୀ: ସୈନିକ ସ୍କୁଲ ପକ୍ଷରୁ ଆସିଛି ଏକ ବଢ଼ିଆ ନିଯୁକ୍ତି ସୁଯୋଗ । ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଆବେଦନର ଅନ୍ତିମ ତାରିଖ ଜୁଲାଇ ୨୨ ରହିଛି । ପ୍ରାର୍ଥୀଙ୍କୁ ପିଜିଟି (ଗଣିତ), ଟିଜିଟି (ଇଂରାଜୀ), ଟିଜିଟି (ସାମାଜିକ ବିଜ୍ଞାନ), କମ୍ପ୍ୟୁଟର ଶିକ୍ଷକ / ଟ୍ରେନର, କ୍ରାଫ୍ଟ ଆଣ୍ଡ ୱାର୍କଶପ ଇନଷ୍ଟ୍ରକଚର, ବ୍ୟାଣ୍ଡ ମାଷ୍ଟର, ଲ୍ୟାବ୍ ଆସିଷ୍ଟାଣ୍ଟ, ପିଇଏମ / ପିଟିଆଇ କମ୍ ମାଟ୍ରନ, ଏଲଡିସି, ହର୍ସ ରାଇଡିଂ ଇନଷ୍ଟ୍ରକଚର, ମେସ ମ୍ୟାନେଜର, ମାଟ୍ରନ, ୱାର୍ଡ ବୟ ଆଦି ପଦରେ ନିଯୁକ୍ତି ଦିଆଯିବ ।

ସମସ୍ତ ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା ଓ ବୟସ ଯୋଗ୍ୟତା ଅଲଗା ଅଲଗା ରହିଛି । ପ୍ରାର୍ଥୀମାନେ ନିମ୍ନୋକ୍ତ ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ । ସାଧାରଣ ବର୍ଗର ପ୍ରାର୍ଥୀଙ୍କ ପାଇଁ ଆବେଦନ ଫିସ୍ ୩୦୦ ଟଙ୍କା ରହିଥିବା ବେଳେ ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି), ଅନ୍ୟ ପଛୁଆ ଜାତି (ଓବିସି) ପ୍ରାର୍ଥୀଙ୍କ ପାଇଁ ୨୦୦ ଟଙ୍କା ରହିଛି । ପ୍ରାର୍ଥୀମାନେ ‘ଦି ପ୍ରିନ୍ସିପାଲ, ସୈନିକ ସ୍କୁଲ ଗୋଲପାରା, ପୋଷ୍ଟ: ରାଜପାରା, ଜିଲ୍ଲା: ଗୋଲପାରା, ଆସାମ- ୭୮୩୧୩୩’ ଠିକଣାରେ ନିଜ ନିଜର ଆବେଦନ ପତ୍ର ପଠାଇ ପାରିବେ ।

ବିଜ୍ଞପ୍ତି ଲିଙ୍କ: https://sainikschoolgoalpara.org/wp-content/uploads/2024/06/Advt_Adm_Academic_SSG_Jun24.pdf

Get real time updates directly on you device, subscribe now.