fbpx

ମହାଲକ୍ଷ୍ମୀଙ୍କ ଆଦେଶରେ ରତ୍ନବେଦୀକୁ ଜଗୁଛନ୍ତି ମା ବେଢାକାଳୀ: ଶ୍ରୀମନ୍ଦିରରେ ଭଦ୍ରକାଳୀ ରୂପରେ ପାଆନ୍ତି ପୂଜା

ଓଡ଼ିଶା ଭାସ୍କର: ଶ୍ରୀମନ୍ଦିର ଛାଡ଼ି ଭକ୍ତଙ୍କ ଗହଳିଙ୍କୁ ଆସିଛନ୍ତି ଜଗମୋହନ । ରତ୍ନବେଦୀରୁ ବାହାରି ଭକ୍ତର ଦୁଃଖ ହରଣ କରିବାକୁ ବଡ଼ ଦେଉଳରୁ ବାହାରିଛନ୍ତି ପତିତପାବନ । ମାଉସୀ ମା’ଙ୍କୁ ଦେଇଥିବା କଥା ରକ୍ଷା କରି ପ୍ରତିବର୍ଷ ଗୁଣ୍ଡିଚା ମନ୍ଦିରକୁ ଆସନ୍ତି ଚତୁର୍ଦ୍ଧାମୁରତୀ । କିନ୍ତୁ ଶ୍ରୀମନ୍ଦିରକୁ ନେଇ ଏକ ଅଜଣା କାହାଣୀ ହୁଏତ ଖୁବ କମ୍ ଲୋକଙ୍କୁ ଜଣା ଅଛି । ଶ୍ରୀମନ୍ଦିରକୁ ଏକ ଅଦୃଶ୍ୟ ଶକ୍ତି ସର୍ବଦା ସୁରକ୍ଷା ପ୍ରଦାନ କରୁଛନ୍ତି । ବାହ୍ୟ ଶତୃ ଏବଂ ପାପୀଙ୍କ ଦୃଷ୍ଟିରୁ ରକ୍ଷା କରିବା ପାଇଁ ଶ୍ରୀମନ୍ଦିରରେ ପ୍ରହରା ଦେଉଛନ୍ତି ମା’ ବେଢାକାଳୀ । ମହାଲକ୍ଷ୍ମୀଙ୍କ ଆଦେଶରେ ମନ୍ଦିର ଭିତରେ ହାତରେ ଖଡ୍ଗ ଧରି ମନ୍ଦିରକୁ ସୁରକ୍ଷା ଦିଅନ୍ତି ମା’ ବେଢାକାଳୀ ।

ଶ୍ରୀମନ୍ଦିର ଭିତରେ ଲୁଚି ରହିଛି ଅନେକ ଗୁପ୍ତ ରହସ୍ୟ । କୁହାଯାଏ ଯେ, ଶ୍ରୀମନ୍ଦିରକୁ ସୁରକ୍ଷା ଦେବା ପାଇଁ ସବୁ ରାତିରେ ଜାଗି ଉଠନ୍ତି ମା ବେଢାକାଳୀ । ହାତରେ ଖଡ୍ଗ ଧରି ବନ୍ଦିରକୁ ସୁରକ୍ଷା ଦିଅନ୍ତି ମା’ । ବଡ଼ ଦେଉଳା ମହାରାଣୀ ମା’ ଲକ୍ଷ୍ମୀ ସାଆନ୍ତାଣୀଙ୍କ ଆଦେଶରେ ମା’ ବେଢାକାଳୀ ଶ୍ରୀମନ୍ଦିରର ସୁରକ୍ଷା କରୁଛନ୍ତି । ରାତିରେ ମନ୍ଦିରର ସମସ୍ତ ଦେବାଦେବୀ ନିଦ୍ରା ଯିବା ପରେ ଜାଗ୍ରତ ହୁଅନ୍ତି ମା’ ବେଢାକାଳୀ । ମନ୍ଦିରକୁ ବାହ୍ୟ ଶ୍ରତୁରୁ ରକ୍ଷା କରିବା ପାଇଁ ବେଢାକାଳୀ ରୂପରେ ବଡ଼ଦେଉଳକୁ ପ୍ରହରା ଦେଇଥାନ୍ତି । ଏଠାରେ ଦେବୀ ମା’ ବେଢାକାଳୀ ଦୁଇଟି ନାମରେ ପୂଜା ପାଆନ୍ତି । ମା’ଙ୍କର ଗୋଟିଏ ନାମ ବେଢାକାଳୀ ଏବଂ ଅନ୍ୟଟି ଭଦ୍ରକାଳୀ । ତାଙ୍କର ଆଉ ଏକ ନାମ ମଧ୍ୟ ରହିଛି ଗୁହ୍ୟକାଳୀ ।

ମା’ ବେଢାକାଳୀଙ୍କ ଶକ୍ତି ଏବଂ ମାହାତ୍ମ୍ୟ ବିଷୟରେ ଅନେକ ଲୋକଙ୍କୁ ଜଣା ନଥାଏ । ଶ୍ରୀମନ୍ଦିର ଭିତରେ ସାକ୍ଷୀଗୋପାଳ ମନ୍ଦିର ଏବଂ ମା’ ବିମଳାଙ୍କ ମନ୍ଦିର ଯିବା ବାଟରେ ଭୁବନେଶ୍ୱରୀ ମନ୍ଦିର ଏବଂ ଲକ୍ଷ୍ମୀ ମନ୍ଦିର ମଝିରେ ପୂଜା ପାଆନ୍ତି ମା’ ବେଢାକାଳୀ । ଅତ୍ୟନ୍ତ ଭୟଙ୍କର ରୂପଧାରିଣୀ ହେଉଛନ୍ତି ମା’ ବେଢାକାଳୀ । ତେଣୁ ମା’ଙ୍କର ଏହି ରୂପକୁ ଏଠାରେ ଲୁଚାଇ ଦିଆଯାଇ ଏହା ଉପରେ ଦେବୀଙ୍କର ଏକ ଶାନ୍ତ ସ୍ୱଭାବର ମୂର୍ତ୍ତି ମା’ ଭଦ୍ରକାଳୀଙ୍କୁ ପୂଜା କରାଯାଉଛି । କିନ୍ତୁ ମହାଲକ୍ଷ୍ମୀଙ୍କ ଆଦେଶରେ ମା’ ବେଢାକାଳୀ ମନ୍ଦିରକୁ ଅହରହ ସୁରକ୍ଷା ଦେଉଛନ୍ତି ।

Get real time updates directly on you device, subscribe now.