fbpx

(Video): ବିପଦରେ Bigg Boss ପ୍ରତିଯୋଗୀଙ୍କ ଜୀବନ ! ଘରେ ପଶିଲା ସାପ, ଶୋ ନିର୍ମାତା କହିଲେ…

ମୁମ୍ବାଇ: ବିଗ୍ ବସ୍ ଓଟିଟି ୩ରେ ହାଇ ଭୋଲ୍ଟେଜ୍ ଡ୍ରାମା ଦେଖିବାକୁ ମିଳୁଛି । ଏହି ଶୋ’ରେ ଚାପୁଡ଼ା କାଣ୍ଡ ପରେ ଘରର ମାହୋଲ ବେଶ୍ ଗରମ ରହିଛି । ଗୋଟିଏ ପଟେ ୟୁଟୁ୍ୟବର ଅରମାନ ମଲ୍ଲିକ ଏବଂ କଣ୍ଟେଣ୍ଟ କ୍ରିଏଟର ବିଶାଳ ପାଣ୍ଡେଙ୍କୁ ନେଇ ଚର୍ଚ୍ଚା ଲାଗି ରହିଛି । ଏଥିମଧ୍ୟରେ ବିଗ୍ ବସ୍ ଘରୁ ଏପରି ଏକ ଭିିଡିଓ ଭାଇରାଲ ହେବାରେ ଲାଗିଛି ଯାହା ସମସ୍ତଙ୍କୁ ଚକିତ କରିଛି ।

‘Bigg Boss’ର ଏହି ଭାଇରାଲ ଭିଡିଓରେ ଲବକେଶ କଟାରିଆ ଏକ ଗାର୍ଡ଼େନ ପରିସରରେ ନଜର ଆସିଛନ୍ତି । ଦଣ୍ଡ ଆକାରରେ ତାଙ୍କ ହାତ ବନ୍ଧା ଯାଇଥିବା ଦର୍ଶାଯାଇଛି । ଏହି ଦଣ୍ଡ ପାଇଁ ସେ ଚିନ୍ତାଗ୍ରସ୍ତ ଥିବା ଜଣାପଡ଼ୁଛନ୍ତି । ଏହା ସହ ଗାର୍ଡେନ ପରିସରରେ ଏକ ସାପ ମଧ୍ୟ ଦେଖାଦେଇଛି । ଏତେ ସୁରକ୍ଷା ମଧ୍ୟରେ ଏହି ସାପଟି କେଉଁଠୁ ଆସିଲା କିଛି ଜଣା ନାହିଁ । ତେବେ ବିଗ୍ ବସର ଦର୍ଶକ ଏଥିପାଇଁ ଶୋ’ର ନିର୍ମାତାଙ୍କ ଅବହେଳାକୁ ନେଇ ଦାୟୀ କରିଛନ୍ତି । ଏ ନେଇ ଅନେକ ୟୁଜର୍ସ କମେଣ୍ଟ କରିଛନ୍ତି, ‘ବିଗ୍ ବସ୍ ଘରେ ସାପ ? ନିର୍ମାତାମାନେ ପ୍ରତିଯୋଗୀଙ୍କ ଜୀବନ ସହ ଖେଳୁଛନ୍ତି । ଅନ୍ୟ ଜଣେ ୟୁଜର ଶୋ’ ନିର୍ମାତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।’ ଅପରପକ୍ଷରେ ୟୁଜର୍ସଙ୍କ ଏଭଳି ଅଭିଯୋଗକୁ ଖଣ୍ଡନ କରି ଶୋ’ ନିର୍ମାତା କହିଛନ୍ତି ଏହି ଭିଡିଓ କ୍ଲିପ୍ ଫେକ୍ ଅଟେ । ଏହି ଦୃଶ୍ୟରେ ଦେଖାଯାଉଥିବା ସାପକୁ ଭିଡିଓ ଏଡିଟିଂ ମାଧ୍ୟମରେ କରାଯାଇଛି । ବିଗ୍ ବସ୍ ଘରେ ସମସ୍ତ ପ୍ରତିଯୋଗୀ ସୁରକ୍ଷିତ ଅଛନ୍ତି ।

 

 

Get real time updates directly on you device, subscribe now.