fbpx

ଭାରତୀୟମାନେ କେତେ ବର୍ଷ ବଞ୍ଚିବେ! ଜାଣିଛନ୍ତି…

ଓଡିଶା ଭାସ୍କର: ବିବିଧତାରେ ଭରା ଆମ ଦେଶ ଭାରତ । କେଉଁଠି ଭାଷାର ଭିନ୍ନତା ରହିଛି ତ ପୁଣି କେଉଁଠି ଖାଦ୍ୟର । ଏକତାର ମହାମନ୍ତ୍ରରେ ବାନ୍ଧି ହୋଇ ରୁହନ୍ତି ସବୁ ଭାରତୀୟ । ପ୍ରାୟ ୧୪୪ କୋଟି ଲୋକଙ୍କୁ ନେଇ ବିଶ୍ୱର ସବୁଠୁ ବେଶୀ ଜନସାଧାରଣ ରହୁଥିବା ଦେଶ ଅଟେ ଭାରତ । ରାଜ୍ୟର ଭିନ୍ନତା ଅନୁଯାୟୀ ଏହି ଦେଶର ଲୋକଙ୍କ ମଧ୍ୟରେ ଭିନ୍ନତା ପରିଲକ୍ଷିତ ହୋଇଥାଏ । ତଥାପି ସମସ୍ତେ ଏକ ଓ ଅଭିନ୍ନ ।

ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ, ଯେବେ ଭାରତ ସ୍ୱାଧୀନତା ପାଇଥିଲା ସେହି ସମୟରେ ଲୋକଙ୍କ ହାରାହାରି ଆୟୁଷ ଥିଲା ୩୨ ବର୍ଷ ବୟସ । ବର୍ଷ ୨୦୨୧ ରେ ଭାରତୀୟଙ୍କ ହାରାହାରି ଆୟୁଷ ପ୍ରାୟ ୬୭ ବର୍ଷ ଥିଲା । ତେବେ ୨୦୨୪ ମସିହାରେ ଏହି ହାରାହାରି ବୟସ କେତେ ଜାଣନ୍ତି ! ୨୦୨୪ ମସିହାରେ ଜଣେ ଭାରତୀୟର ହାରାହାରି ଆୟୁଷ ପ୍ରାୟ ୭୧ ବର୍ଷ ବୟସ । ଏହାକୁ ଆଗାମୀ ପ୍ରାୟ ୮୧ ବର୍ଷ କରାଯିବାର ମଧ୍ୟ ଯୋଜନା ରହିଛି । ବିଜ୍ଞାନର ଚମତ୍କାରିତା ଫଳରେ ବହୁ ଦୁଃସାଧ୍ୟ ରୋଗର ମଧ୍ୟ ଚିକିତ୍ସା କରାଯାଇ ପାରୁଛି । ଫଳରେ ଅନେକ ଲୋକ ମୃତ୍ୟୁ ମୁଖରୁ ଫେରି ଆସି ଅନେକ ଦିନ ପର୍ଯ୍ୟନ୍ତ ବଞ୍ଚି ପାରୁଛନ୍ତି । ତାହାସହ ବ୍ୟବସ୍ଥିତ ଜୀବନଶୈଳୀ ଓ ଭଲ ଖାଦ୍ୟ ମଧ୍ୟ ଲୋକଙ୍କ ଆୟୁଷ ବଢାଉଛି ।

Get real time updates directly on you device, subscribe now.