fbpx

ଜାହିର ଖାନ୍ ହେବେ ଟିମ୍ ଇଣ୍ଡିଆର ନୂଆ ବୋଲିଂ କୋଚ!

ନୂଆଦିଲ୍ଲୀ: ଗୌତମ ଗମ୍ଭୀର ଟିମ୍ ଇଣ୍ଡିଆର ମୁଖ୍ୟ କୋଚ ଭାବେ ନିଯୁକ୍ତି ପାଇଛନ୍ତି । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଚିବ ଜୟ ଶାୟ ଗତ ମଙ୍ଗଳବାର ଦିନ ଏନେଇ ଘୋଷଣା କରିଥିଲେ । ତେବେ ଗମ୍ଭୀର ଭାରତୀୟ କ୍ରିକେଟ ଟିମର କୋଚ ଭାବେ ନିଯୁକ୍ତି ପାଇବା ପରେ ଏବେ ବୋଲିଂ କୋଚକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛନ୍ତି । ଏଭଳି ସ୍ଥିତିରେ ଟିମ୍ ଇଣ୍ଡିଆର ପୂର୍ବନ ପେସର ଜାହିର ଖାନଙ୍କ ନାମ ସାମ୍ନାକୁ ଆସୁଛି । ଜାହିର ବୋଲିଂ କୋଚ ହୋଇପାରନ୍ତି ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି । ଜାହିରଙ୍କ ସହିତ ଅନ୍ୟ କିଛି ଖେଳାଳିଙ୍କ ନାମ ମଧ୍ୟ ରେସରେ ରହିଛି ।

ଗମ୍ଭୀର ଟିମ୍ ଇଣ୍ଡିଆର ମୁଖ୍ୟ କୋଚ ଭାବେ ନିଯୁକ୍ତି ପାଇବା ପରେ ତାଙ୍କ ଟିମରେ ଏବେ କେଉଁମାନେ ସାମିଲ ହେବେ ତାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଗମ୍ଭୀରଙ୍କ କୋଚିଂରେ ଟିମରେ ନୂଆ ବ୍ୟାଟିଂ କୋଚ, ବୋଲିଂ କୋଚ ସାମିଲ ହେବା ନେଇ କୁହାଯାଉଛି । ଏହି ପଦ ପାଇଁ ଅନେକ ବଡ଼ ବଡ଼ ଖେଳାଳିଙ୍କ ନାମ ସାମ୍ନାକୁ ଆସୁଛି । ସବୁଠାରୁ ବଡ଼ ଖବର ହେଉଛି, ୨୦୧୧ ମସିହାରେ ଟିମ୍ ଇଣ୍ଡିଆକୁ ବିଶ୍ୱବିଜୟୀ କରାଇଥିବା ଦ୍ରୁତ ବୋଲର ଜାହିର ଖାନଙ୍କ ନାମ ବୋଲିଂ କୋଚ ସେରେ ରହିଛି । ଏହି ରେସରେ ପୂର୍ବତନ ବୋଲର ଲକ୍ଷ୍ମୀପତି ବାଲାଜୀ, ବିନୟ କୁମାରଙ୍କ ନାମ ମଧ୍ୟ ସାମିଲ ରହିଛି ।

ଯଦି ଜାହିର ଟିମ୍ ଇଣ୍ଡିଆର ବୋଲିଂ କୋଚ ହୁଅନ୍ତି ତେବେ ରୋହିତ ଆଣ୍ଡ କମ୍ପାନୀକୁ ବହୁତ ଫାଇଦା ହୁଅନ୍ତା । କାରଣ ଜାହିରଙ୍କର ଅନ୍ତର୍ଜାତୀୟ କ୍ରିକେଟରେ ଦୀର୍ଘଦିନର ଅଭିଜ୍ଞତା ରହିଛି । ସେ ବିଶ୍ୱରେ ପ୍ରତି କୋଣ ଅନୁକୋଣରେ ଖେଳିଛନ୍ତି । ଏଥିସହିତ ସେ ଟିମର ସିଷ୍ଟମ ସହିତ ଭଲ ଭାବେ ପରିଚିତ ରହିଛନ୍ତି । ଜାହିର ଭାରତ ପାଇଁ ୨୦୦ଟି ଦିନିକିଆ ଖେଳି ୨୮୨ଟି ୱିକେଟ ଅକ୍ତିଆର କରିଥିଲେ । ସେ ୯୨ଟି ଟେଷ୍ଟରେ ୩୧୧ଟି ୱିକେଟ ଅକ୍ତିଆର କରିଥିଲେ । ଏଥିସହିତ ସେ ଆଇପିଏଲରେ ୧୦୦ଟି ମ୍ୟାଚରେ ୧୦୨ଟି ୱିକେଟ ହାସଲ କରିଛନ୍ତି । ଆଗାମୀ ୨ ବର୍ଷରେ ଟିମ୍ ଇଣ୍ଡିଆ ୫ଟି ଆଇସିସି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବ । ଦଳ ପାଇଁ ଦକ୍ଷଣ ପ୍ରଶିକ୍ଷକଙ୍କ ଆବଶ୍ୟକତା ନିହାତି ଜରୁରୀ ।

Get real time updates directly on you device, subscribe now.