fbpx

ରାହୁଲ ନେଉଥିଲେ ବାର୍ଷିକ ୧୨ କୋଟି, ଗମ୍ଭୀର ନେବେ ଅଧିକ ପଇସା, କେତେ ଅଧିକ ରହିବ ତାଙ୍କ କୋଚିଂ ଫିସ୍‌

ଓଡିଶା ଭାସ୍କର: ଭାରତୀୟ କ୍ରିକେଟ ଦଳ ନିଜର ନୂଆ କୋଚ ପାଇ ସାରିଛି । ବିସିସିଆଇ ଗତ ମଙ୍ଗଳବାର ନୂଆ କୋଚ ଭାବରେ ଗୌତମ ଗମ୍ଭୀରଙ୍କୁ ଦାୟିତ୍ୱ ଦେଇଛି । ଗୌତି ରାହୁଲଙ୍କ ସୁନ୍ଦର ବିକଳ୍ପ ମଧ୍ୟ । ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱକପ ୨୦୨୪ ପରେ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ସମାପ୍ତ ହୋଇ ସାରିଛି । ଅନେକ ଲୋକଙ୍କ ମନରେ ପ୍ରଶ୍ନ ଉଠୁଥିବା ଯେ, ନୂଆ କୋଚଙ୍କ ଦରମା କେତେ ହେବ । ଜାଣିବା ଗୌତମ ଗମ୍ଭୀରଙ୍କ କୋଚିଂ ପାଉଣାକୁ ନେଇ…

ରିପୋର୍ଟ ଅନୁସାରେ, ରାହୁଲ ଦ୍ରାବିଡ କୋଚ ଭାବରେ ବାର୍ଷିକ ପ୍ରାୟ ୧୨ କୋଟି ଦରମା ପାଉଥିଲେ । ଏହିକ୍ରମରେ ଦେଖାଗଲେ ଗମ୍ଭୀର ମାସିକ ପ୍ରାୟ ୧ କୋଟି ପାଇବା କଥା, ମାତ୍ର ସେ ଏହାଠୁ ବି ବେଶୀ ପାଉଣା ପାଇବେ । କହିରଖୁ, ଟିମ୍ ଇଣ୍ଡିଆର ହେଡ କୋଚ ଏକ ହାଇପ୍ରୋଫାଇଲ ଚାକିରୀ ଅଟେ । ଫଳରେ ବିସିସିଆଇ କୋଚଙ୍କୁ ଭଲ ପଇସା ଦେଇଥାଏ । ରାହୁଲ ଦ୍ରାବିଡ ୨୦୨୧ ନଭେମ୍ବର ମାସରୁ ଭାରତୀୟ ଦଳର କୋଚ ଦାୟିତ୍ୱରେ ଥିଲେ । ଅନୁମାନ କରନ୍ତୁ ସେ କେତେ ଟଙ୍କା ପାଇଥିବେ!
ରିପୋର୍ଟ ଅନୁସାରେ, ଗୌତମ ଗମ୍ଭୀର ବାର୍ଷିକ ୧୨ କୋଟିରୁ ମଧ୍ୟ ଅଧିକ ଦରମା ନେଇ ପାରନ୍ତି ।

ଗମ୍ଭୀରଙ୍କ ସୈଲେରୀକୁ ନେଇ ଆଧିକାରୀକ ଭାବରେ କୌଣସି ସୂଚନା ଏ ଯାଏଁ ଆସି ନାହିଁ । ମାତ୍ର ଅନୁମାନ କରାଯାଉଛି ଯେ ସେ ରାହୁଲଙ୍କଠୁ ବି ବେଶୀ ଦରମା ନେବେ । ପ୍ରକାଶଥାଉ ଯେ, ଗୌତମ ଗମ୍ଭୀରଙ୍କ କୋଚ ଦାୟିତ୍ୱ ଆଗାମୀ ଶ୍ରୀଲଙ୍କା ଗସ୍ତରୁ ଆରମ୍ଭ ହେବ । ତାଙ୍କର କାର୍ଯ୍ୟକାଳ ୩୧ ଡିସେମ୍ବର ୨୦୨୭ ପର୍ଯ୍ୟନ୍ତ ରହିବ ।

ଗମ୍ଭୀରଙ୍କ ଦାୟିତ୍ୱ କାଳରେ ଟିମ ଇଣ୍ଡିଆ ଗୁରୁତ୍ୱତ୍ତ୍ୱପୂର୍ଣ୍ଣ ଆଇସିସି ଟୁର୍ଣ୍ଣାମେଣ୍ଟ ଖେଳିବ । ଏଥିରେ ୨୦୨୬ ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱକପ ଓ ୨୦୨୭ ଦିନିକିଆ ବିଶ୍ୱକପ ସାମିଲ ରହିଛି। ଗୌତମ ଗମ୍ଭୀର ୨୦୦୭ ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱକପ ଓ ୨୦୧୧ ଦିନିକିଆ ବିଶ୍ୱକପ ବିଜୟୀ ଦଳର ସଦସ୍ୟ ମଧ୍ୟ ଅଟନ୍ତି ।

 

Get real time updates directly on you device, subscribe now.