fbpx

କେଜ୍ରିୱାଲ ଏବଂ ଆପ ଉପରେ ଏହି ଅଭିଯୋଗ ଲଗାଇଲା ED, ଚାର୍ଜସିଟରେ ବଡ଼ ଖୁଲାସା

ନୂଆଦିଲ୍ଲୀ: ଦିଲ୍ଲୀର ମଦ ନୀତି ଦୁର୍ନୀତି ମାମଲାରେ ଇଡି ରାଉଜ ଏଭେନ୍ୟୁ କୋର୍ଟରେ ଚାର୍ଜସିଟ ଦାଖଲ କରିଛନ୍ତି । ଚାର୍ଜସିଟରେ ଇଡି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ତାଙ୍କ ଆମ ଆଦମୀ ପାର୍ଟୀକୁ ମଧ୍ୟ ଅଭିଯୁକ୍ତ କରିଛନ୍ତି । ଚାର୍ଜସିଟରେ ଇଡି ଅରବିନ୍ଦ କେଜ୍ରିୱାଲଙ୍କୁ ଦୁର୍ନୀତିରେ କିଙ୍ଗପିନ୍ ଏବଂ ଷଡଯନ୍ତ୍ରକାରୀ କହିଛନ୍ତି । ଏତିକି ନୁହେଁ ଇଡି ଦାବି କରିଛନ୍ତି ଯେ, ଗୋଆ ଇଲେକ୍ସନରେ ଲାଞ୍ଚ ଟଙ୍କା ବ୍ୟବହାର ବିଷୟରେ ମଧ୍ୟ ସେ ଜାଣିଥିଲେ ।

ଚାର୍ଜସିଟରେ ଅରବିନ୍ଦ କେଜ୍ରିୱାଲ ଏବଂ ଅଭିଯୁକ୍ତ ବିନୋଦ ଚୌହାନଙ୍କ ହ୍ୱାଟ୍ସଆପ ଚାଟର ଡିଟେଲ ଦିଆଯାଇଛି । ଅଭିଯୋଗ ରହିଛି ଯେ, କେ.କବିତାଙ୍କ ପିଏ ବିନୋଦଙ୍କ ମାଧ୍ୟମରେ ୨୫.୫ କୋଟି ଟଙ୍କା ଗୋଆ ନିର୍ବାଚନ ପାଇଁ ଆମ ଆଦମୀ ପାର୍ଟୀ ଦେଇଥିଲେ । ଇଡି କହିବାନୁଯାୟୀ, ଚାଟରେ ଏହା ସ୍ପଷ୍ଟ ଯେ, ବିନୋଦ ଚୌହାନଙ୍କର ଅରବିନ୍ଦ କେଜ୍ରିୱାଲଙ୍କ ସହ ଭଲ ସଂପର୍କ ଥିଲା ।

ଇଡିର ଚାର୍ଜସିଟରେ ମଙ୍ଗଳବାର ଦିନ କୋର୍ଟ ସଂଜ୍ଞା ନେଇଛନ୍ତି ଏବଂ କେଜ୍ରିୱାଲଙ୍କୁ ୧୨ ଜୁଲାଇ ପାଇଁ ସମନ ପଠାଇଛନ୍ତି । ମଦନୀତି ମାମଲାରେ ମନି ଲଣ୍ଡରିଂର ଯାଞ୍ଚ କରୁଥିବା ଇଡି ଅରବିନ୍ଦ କେଜ୍ରିୱାଲଙ୍କୁ ୨୧ ମାର୍ଚ୍ଚରେ ଗିରଫ କରିଥିଲା । ସେ ଏପର୍ଯ୍ୟନ୍ତ ତିହାର ଜେଲରେ ଅଛନ୍ତି । କୋର୍ଟ ତାଙ୍କୁ ୧୨ ଜୁଲାଇରେ ବ୍ୟକ୍ତିଗତଭାବେ ହାଜର ହେବାକୁ ନିର୍ଦ୍ଦେଶ ଜାରି କରିଛନ୍ତି ।

Get real time updates directly on you device, subscribe now.