fbpx

ଆଗାମୀ ୫ ଦିନ ପର୍ଯ୍ୟନ୍ତ ଏହି ରାଜ୍ୟମାନଙ୍କରେ ଜାରି ରହିବ ବର୍ଷା, ସୂଚନା ଦେଲେ IMD ଅଧିକାରୀ

ନୂଆଦିଲ୍ଲୀ: ଉତ୍ତର ଭାରତ ସମେତ ଦେଶର ଅନେକ ଭାଗରେ ବର୍ଷା ଯୋଗୁଁ ଲୋକମାନେ ବହୁତ ଅସୁବିଧା ଭୋଗୁଛନ୍ତି । ମୌସୁମୀ ଆସିବାରେ ମୁମ୍ବାଇ, ଦିଲ୍ଲୀ ସମେତ ଅନେଜକ ସହରରେ ବର୍ଷା ଯୋଗୁଁ ରାସ୍ତା ଗାଟ ପାଣିରେ ବୁଡିଯାଇଛି । ତେବେ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ଯେ, ବର୍ତ୍ତମାନ ବର୍ଷାରୁ ଆଶ୍ୱସ୍ତି ମିଳିବ ନାହିଁ । ଆଇଏମଡି ଆଗାମୀ ୨୪ ଘଣ୍ଟାରେ ଉତ୍ତର ପ୍ରଦେଶ, ବିହାର, ମଧ୍ୟ ମହାରାଷ୍ଟ୍ର, ଆସାମ ଏବଂ ମେଘାଳୟରେ ଭାରି ବର୍ଷାକୁ ନେଇ ଅରେଞ୍ଜ ଆଲର୍ଟ ଜାରି କରିଛି ।

ଆଇଏମଡି ମୁତାବକ, ପଶ୍ଚିମ ବଙ୍ଗ, ସିକ୍କିମ ଏବଂ ଅରୁଣାଂଚଳ ପ୍ରଦେଶରେ ୧୧ ଜୁଲାଇ ୨୦୨୪ ପର୍ଯ୍ୟନ୍ତ ଅଧିକ ବର୍ଷା ହୋଇପାରେ । ଏହି ରାଜ୍ୟମାନଙ୍କରେ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ରେଡ ଆଲର୍ଟ ଜାରି କରାଯାଇଛି । ପାଣିପାଗ ବିଭାଗ ଉତ୍ତର ଭାରତ ଏବଂ ମଧ୍ୟ ଭାରତର ଅଧିକାଂଶ ରାଜ୍ୟାରେ ବର୍ଷାକୁ ଦେଖି ୟେଲୋ ଆଲର୍ଟ ଜାରି କରିଛି । ଆଇଏମଡି ମଧ୍ୟ ଭାରତ, ବିହାର ଏବଂ ଉତ୍ତର ପ୍ରଦେଶର ଅନେକ ଅଂଶରେ ଆଗାମୀ ୫ ଦିନ ମଧ୍ୟରେ ପ୍ରବଳ ବର୍ଷାର ସମ୍ଭାବନାକୁ ଦର୍ଶାଯାଇଛି ।

Get real time updates directly on you device, subscribe now.