fbpx

(Video): Badminton Courtରେ ରାଷ୍ଟ୍ରପତି, ଅଲିମ୍ପିକ ପଦକ ବିଜେତା ସାଇନା ନେହୱାଲଙ୍କ ସହ ଖେଳିଲେ ବ୍ୟାଡମିଣ୍ଟନ୍

ନୂଆଦିଲ୍ଲୀ: ବୁଧବାର ରାଷ୍ଟ୍ରପତି ଭବନର ବ୍ୟାଡମିଣ୍ଟନ କୋର୍ଟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଭିନ୍ନ ଅନ୍ଦାଜ ଦେଖିବାକୁ ମିଳିଥିଲା । ସେ ଭେଟେରାନ୍ ଶଟଲର ତଥା କମନୱେଲ୍‌ଥ ଗେମ୍ସରେ ସ୍ୱର୍ଣ୍ଣ ବିଜେତା ସାଇନା ନେହୱାଲଙ୍କ ସହ ବ୍ୟାଡମିଣ୍ଟନ ଖେଳୁଥିବାର ନଜର ଆସିଥିଲେ । ଏହି ମ୍ୟାଚ୍ ସମୟରେ ଦ୍ରୌପଦୀ ମୁର୍ମୁ ଜଣେ ଅଭିଜ୍ଞ ଖେଳାଳି ଭଳି ସଟ୍ ମାରିଥିଲେ । ବର୍ତ୍ତମାନ ରାଷ୍ଟ୍ରପତି ବ୍ୟାଡମିଣ୍ଟନ ଖେଳୁଥିବାର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହୱାଲଙ୍କ ସହ ଏହି ମ୍ୟାଚ୍ ଅତି ରୋମାଞ୍ଚକର ଥିଲା । ଖେଳୁଥିବା ତେବେ ବ୍ୟାଡମିଣ୍ଟନ କୋର୍ଟରେ ରାଷ୍ଟ୍ରପତି ଏବଂ ସାଇନା ନେହୱାଲଙ୍କ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ଦେଖିବାକୁ ମିଳିଥିଲା । ଏନେଇ ରାଷ୍ଟ୍ରପତି ସଚିବାଳୟ ତରଫରୁ ‘ଏକ୍ସ’ରେ କିଛି ଫଟୋ ଶେୟାର କରି ଲେଖିଛି ରାଷ୍ଟ୍ରପତିଙ୍କ କ୍ରୀଡ଼ା ପ୍ରତି ସ୍ୱାଭାବିକ ଭଲପାଇବା ସେତେବେଳେ ଦେଖିବାକୁ ମିଳିଲା ଯେତେବେଳେ ସେ ରାଷ୍ଟ୍ରପତି ଭବନ ସ୍ଥିତ ବ୍ୟାଡମିଣ୍ଟନ କୋର୍ଟରେ ବହୁଚର୍ଚ୍ଚିତ ଖେଳାଳି ସାଇନା ନେହୱାଲଙ୍କ ସହ ବ୍ୟାଡମିଣ୍ଟନ ଖେଳିଥିଲେ । ରାଷ୍ଟ୍ରପତିଙ୍କ ଏହି ପ୍ରେରଣାଦାୟେକ ପଦକ୍ଷେପ ଭାରତରେ ବ୍ୟାଡମିଣ୍ଟନ ଦୁନିଆରେ ଏକ ପାୱାର ହାଉସ ଭାବରେ ଉଭା ହେବା ଅନୁରୂପ ଅଟେ । ଏହା ବିଶ୍ୱସ୍ତରରେ ମହିଳା ଖେଳାଳିଙ୍କ ଉପରେ ପ୍ରଭାବ ପକାଇବ ।

Get real time updates directly on you device, subscribe now.