fbpx

ପାକିସ୍ତାନର ପେଶୱାର ବିମାନ ବନ୍ଦରରେ ଥିବା ସାଉଦି ଏୟାରଲାଇନ୍ସ ବିମାନରେ ନିଆଁ , ଅନେକ ଲୋକ ଆହତ

ପାକିସ୍ତାନର ପେଶୱାର ବିମାନବନ୍ଦରରେ ଏକ ବିମାନରେ ନିଆଁ ଲାଗିଥିବାର ଖବର ଆସିଛି। ଏହି ବିମାନ ସାଉଦି ଏୟାରଲାଇନ୍ସର ବୋଲି କୁହାଯାଉଛି।ପାକିସ୍ତାନର ପେଶାୱର ଏୟାରପୋର୍ଟରେ ଲ୍ୟାଣ୍ଡିଂ ବେଳେ ଲାଗି ଯାଇଥିଲା ନିଆଁ । ଅଗ୍ନିକାଣ୍ଡ ହୋଇଥିବା ଜାଣିବା ପରେ କ୍ୟାବିନ କ୍ରୁର ସମସ୍ତ ମେମ୍ବର ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ତଳକୁ ଓହ୍ଲାଇଥିଲେ । ବିମାନରେ ୨୭୫ ଯାତ୍ରୀ ଓ କ୍ୟାବିନ କ୍ରୁର ୨୧ ଜଣ ରହିଥିଲେ ।

ଏହି ଘଟଣାରେ କେହି ମୃତାହତ ଖବର ଏଯାଏଁ ଆସିନାହିଁ ।

ସାଉଦି ଲୟାରଲାଇନ୍ସ ୭୯୨ ବିମାନ ଯେତେବେଳେ ପେଶାୱର ଏୟାରପୋର୍ଟରେ ଲ୍ୟାଣ୍ଡ ହୋଇଥିଲା । ସେତେବେଳେ ବିମାନ ଭିତରୁ ଧୂଆଁ ବାହାରୁ ଥିବାର ଦେଖିବାକୁ ମିଳିଥିଲା । ଏହାପରେ ଏୟାର ଟ୍ରାଫିକ କଣ୍ଟ୍ରୋଲର ପାଇଲଟକୁ ଖବର ଦେଇଥିଲେ । ଏହାସହ ଫାୟାର ଏଣ୍ଡ ରେସ୍କ୍ୟୁ ସର୍ଭିସକୁ ସୂଚନା ଦେଇଥିଲେ । ନିଆଁ ଲାଗିବାର ଖବର ଜାଣିବା ପରେ ଦମକଳ କର୍ମଚାରୀ ବି ଘଟଣାସ୍ଥଳରେ ପହଞ୍ଚିଥିଲେ ।

Get real time updates directly on you device, subscribe now.