ଆଇସିସି ଟି-୨୦ ମାନ୍ୟତାର ଶ୍ରେଷ୍ଠ ୧୦ରେ ସ୍ଥାନ ପାଇଲେ ଋତୁରାଜ ଗାଇକୱାଡ

ନୂଆଦିଲ୍ଲୀ: ଜିମ୍ବାୱେ ବିପକ୍ଷରେ ବିସ୍ଫୋରକ ପ୍ରଦର୍ଶନ ଭାରତୀୟ କ୍ରିକେଟର ଋତୁରାଜ ଗାଇକୱାଡଙ୍କୁ ଦେଇଛି ନୂଆ ପରିଚୟ । ଆଇସିସି ପୁରୁଷ ଟି-୨୦ ଅନ୍ତର୍ଜାତୀୟ ମାନ୍ୟତାରେ ୧୩ ସ୍ଥାନ ଉପରକୁ ଉଠିଛନ୍ତି ଋତୁରାଜ । ଦ୍ବିତୀୟ ଟି-୨୦ରେ ୪୭ ବଲ୍ ରୁ ୭୭ ରନ୍ କରି ଋତୁରାଜ ଆଇସିସି ମାନ୍ୟତାରେ ସିଧାସଳଖ ୨୦ତମ ସ୍ଥାନରୁ ସପ୍ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ଆଇସିସି ପକ୍ଷରୁ ପ୍ରକାଶିତ ସଦ୍ୟତମ ମାନ୍ୟତାରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ରିଙ୍କୁ ସିଂହ ଓ ଅଭିଷେକ ଶର୍ମା ମଧ୍ୟ ନିଜ ମାନ୍ୟତାରେ ଉନ୍ନତି ଆଣିଛନ୍ତି ।

ଟି-୨୦ ବିଶ୍ୱକପ୍ ପାଇଁ ଭାରତୀୟ ଦଳରେ ଥିବା ରିଙ୍କୁ ସିଂହ ୪ ସ୍ଥାନ ଉପରକୁ ଉଠି ୩୯ତମ ସ୍ଥାନରେ ପହଞ୍ଚିଛନ୍ତି । ଅନ୍ୟପକ୍ଷରେ ଅଲରାଉଣ୍ଡର ଅଭିଷେକ ଶର୍ମା ଦ୍ୱିତୀୟ ମ୍ୟାଚ୍ ରେ ୪୭ ବଲ୍ ରୁ ଚମତ୍କାର ୧୦୦ ରନ୍ କରି ଆଇସିସି ମାନ୍ୟତାର ସପ୍ତମ ସ୍ଥାନରେ ପହଞ୍ଚିଛନ୍ତି । ଜିମ୍ବାୱେର ବ୍ରାୟନ ବେନେଟ୍ ମାନ୍ୟତାରେ ୨୫ ସ୍ଥାନରୁ ୯୬ ତମ ସ୍ଥାନରେ ପହଞ୍ଚିଛନ୍ତି । ଜିମ୍ବାୱେ ବିପକ୍ଷ ଶୃଙ୍ଖଳାରେ ଅଧିକାଂଶ ନୂଆ ଭାରତୀୟ ଖେଳାଳିଙ୍କୁ ସୁଯୋଗ ଦିଆଯାଇଥିଲା ।

ଆଇସିସି ପୁରୁଷ ଟି-୨୦ ବୋଲିଂ ରାଙ୍କିଙ୍ଗରେ ଆଡାମ ଜାମ୍ପା ସପ୍ତମ, ଫଜଲହାକ୍ ଫାରୁକି ଅଷ୍ଟମ ଓ ମହିଶ ଥିକ୍ଶାନା ଦଶମ ସ୍ଥାନରେ ରହିଛନ୍ତି । ରବି ବିଷ୍ନୋଇ ୮ ସ୍ଥାନ ଉପରକୁ ଉଠି ୧୪ତମ ସ୍ଥାନରେ ପହଞ୍ଚିଛନ୍ତି । ବ୍ଲେସିଂ ମୁଜାରାବାଣୀ ମଧ୍ୟ ୮ ଟି ସ୍ଥାନ ଉପରକୁ ଉଠି ୫୫ତମ ସ୍ଥାନରେ ପହଞ୍ଚିଛନ୍ତି ।

Get real time updates directly on you device, subscribe now.