fbpx

Zomato ରୁ ଖାଦ୍ୟ ଅର୍ଡର କରିବା ପରେ କିପରି ଡିଲିଟ କରିବେ ହିଷ୍ଟ୍ରୀ, ସିଇଓ ଜାରି କଲେ ନୂଆ ଫିଚର

ନୂଆଦିଲ୍ଲୀ: ଆପଣ ଫୁଡ ଡେଲିଭରୀ ପ୍ଲାଟଫର୍ମ ଜୋମାଟୋରେ ଖାଦ୍ୟ ମଗାଇଥିବେ । ଅନେକ ଥର ଆପଣଙ୍କ ପରିବାରରେ ଏହି ଖାଦ୍ୟ ଅର୍ଡର କରିବାକୁ ନେଇ ଝଗଡା ଲାଗିଥିବ । ଆପଣଙ୍କ ଆପରେ ଥିବା ଅର୍ଡର ହିଷ୍ଟ୍ରୀକୁ ଯାଇ କିଏ ଦେଖିକି ଆପଣଙ୍କୁ ଗାଳି ମଧ୍ୟ କରିଥିବେ । ତେବେ ଏପରି ପରିସ୍ଥିତି ବର୍ତ୍ତମାନ ଆଉ ଆସିବନାହିଁ । ବର୍ତ୍ତମାନ ଆପଣ ଜୋମାଟୋର ଅର୍ଡର ହିଷ୍ଟ୍ରୀକୁ ଡିଲିଟ କରିପାରିବେ ଏବଂ କାହାରିକି ଜଣାପଡିବ ନାହିଁ ।

ଜୋମାଟୋ ଅର୍ଡର ଡିଲିଟ ଫିଚରକୁ ଜାରି କରିଛି, ଯାହା ସାହାଯ୍ୟରେ ୟୁଜର୍ସ ନିଜ ଅର୍ଡର ଇତିହାସରୁ ଯେକୌଣସି ଅର୍ଡରକୁ ଡିଲିଟ କରିପାରିବେ । ଜୋମାଟୋର ଚିଫ ଏଗଜୁକୁଟିଭ ଅଫିସର ଦୀପିନ୍ଦର ଗୋୟଲ ଶୁକ୍ରବାର ଦିନ ଏହି ଫିଚରର ଘୋଷଣା କରିଛନ୍ତି ।

ଗତବର୍ଷ ଡିସେମ୍ବରରେ କରଣ ନାମକ ଜଣେ ୟୁଜର୍ସ ଟ୍ୱିଟ କରି କହିଥିଲେ ଯେ, ସେ ବିଳମ୍ବ ରାତିରେ ଜୋମାଟୋରୁ ଅର୍ଡର ଏଥିପାଇଁ କରନ୍ତି ନାହିଁ, କାରଣ ଅର୍ଡର ହିଷ୍ଟ୍ରୀ ଡିଲିଟ କରିବାର ଅପସନ ନଥିବା କାରଣରୁ ତାଙ୍କ ସ୍ତ୍ରୀ ଦେଖିଦିଅନ୍ତି ।

Get real time updates directly on you device, subscribe now.