fbpx

Video; ମାନିଲେନି ମନ୍ତ୍ରୀଙ୍କ କଥା, ପୁଣି ଚଢା ଦରରେ ବିକୁଛନ୍ତି ପରିବା, ଶ୍ରାବଣ ମାସକୁ ନେଇ ଚିନ୍ତାରେ ଖାଉଟି

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଆଗକୁ ଆସୁଛି ଶ୍ରାବଣ ମାସ, ଯାହାକୁ ନେଇ ଚିନ୍ତାରେ ଗ୍ରାହକ । ପରିବା ହାଟକୁ ମନ୍ତ୍ରୀଙ୍କ ଘନ ଘନ ଗସ୍ତ ପରେ ବି ସୁଧୁରୁ ନାହାଁନ୍ତି ଅମାନିଆ ବୋପରୀ । ପୁଣି ଚଢା ଦରରେ ବୁକିୁଛନ୍ତି ପରିବା । ମନ୍ତ୍ରୀଙ୍କୁ କଥାକୁ ଖାତିର୍ କରୁ ନାହାଁନ୍ତି ବେପାରୀ , ଚଢା ଦରରେ ପୁଣି ବିକୁଛନ୍ତି ପରିବା । ଏଠି ଏବେ ସାଧାରଣରେ ପ୍ରଶ୍ନ ଶ୍ରାବଣ ମାସରେ ମିଳିବ ତ ପରିବା? ଶ୍ରାବଣ ମାସ ବଢାଇଲାଣି ଚିନ୍ତା! ପରିବା ହାଟରେ ମନ୍ତ୍ରୀ ବୁଲିବା ପରେ ଛାନିଆରେ ଥରୁଛନ୍ତି ବ୍ୟବସାୟୀ । ତଥାପି ଖସୁନି ପରିବା ଦର ,୫ଶହ ଟଙ୍କାରେ ବି ବ୍ୟାଗ୍ ପୁରୁନି ।

ମନ୍ତ୍ରୀଙ୍କ କଥାକୁ ବାଏଁ ବାଏଁ ଉଡାଇ ଦେଉଛନ୍ତି ଅମାନିଆ ବେପାରୀ । ସରକାରଙ୍କୁ ଓପନ ଚ୍ୟାଲେଞ୍ଜ କରି ହାଇ ରେଟ୍‌ରେ ବିକୁଛନ୍ତି । ଆସୁଛି ଧର୍ମର ମାସ ଶ୍ରାବଣ ମାସ ପରିବା ପାଇଁ ଚିନ୍ତାରେ ଶ୍ରଦ୍ଧାଳୁ । ଆଳୁ, ପିଆଜ ଠାରୁ ପନିପରିବା ସବୁର ଦର ଅକାଶଛୁଆଁ । ଦରବୃଦ୍ଧି ଦେଖି ଗ୍ରାହକ ଛାନିଆ । ଯାହାକୁ ହାତ ମାରିଲେ କରେଣ୍ଟ ଭଳି ଲାଗୁଛି । ରାଜ୍ୟର ବିଭିନ୍ନ ପରିବା ବଜାରରେ ପରିବା ଦାମ୍ ୮୦ ଟଙ୍କା ଉପରେ । ଆଳୁ କିଲୋ ୩୫ଟଙ୍କା, ପିଆଜ ୪୦ ଟଙ୍କା, ଅଦା, ରସୁଣ ୧୮୦ରୁ ୨୦୦ ଟଙ୍କା ରହିଛି । ସେହିପରି କେଜି ପ୍ରତି ବାଇଗଣ ୮୦, କଲରା ୮୦, ଝୁଡଙ୍ଗ ୮୦ ,ପୋଟଳ ୬୦ରୁ ୮୦, ଟମାଟୋ ୮୦, ବିନ୍ ୧୮୦ ଟଙ୍କା ରହିଛି ।

ଫୁଲ କୋବି ଗୋଟା ୮୦, ବନ୍ଧା କୋବି ୪୦ , ମାଟି ଆଳୁ କେଜି ୪୦, ଜହ୍ନି ୮୦ ଟଙ୍କା ରହିଛି । ଗାଜର ୩୦, ବିଟ ୩୦ ଏବଂ ଏମିତିକି କଞ୍ଚା ଲଙ୍କା କେଜି ୧୦୦ ଟଙ୍କାରେ ବିକ୍ରି ହେଉଛି । ସ୍ଥିତି ଏପରି ହୋଇଛି ଯେ କାହାକୁ ନେବେ କାହାକୁ ନେବେନି ଦ୍ୱନ୍ଦ୍ୱରେ ଗ୍ରାହକ । କିଛି ଗ୍ରାହକ କହିଛନ୍ତି ନିର୍ବାଚନ ପରେ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ପକେଟକୁ ବେଶ ବାଧୁଛି ଓ ସରକାର ଏହାକୁ ନିୟନ୍ତ୍ରଣ କରନ୍ତୁ । ଅତ୍ୟାବଶ୍ୟକ ସାମଗ୍ରୀ, ପନିପରିବା ଦର ଅକାଶଛୁଆଁ ହୋଇଥିବାରୁ ସାଧାରଣ ଲୋକେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.