fbpx

Video; ଖବର ସଂଗ୍ରହ ବେଳେ କୁନି ହାତୀର ଦୁଷ୍ଟାମୀ, କରାଇ ଦେଲାନି ରିପୋର୍ଟିଂ, ସାମ୍ବାଦିକଙ୍କ ମୁହଁରେ ବୁଲାଇଲା ଶୁଣ୍ଢ

ନୂଆଦିଲ୍ଲୀ: କେନିଆର ରାଜଧାନୀ ନାଇରୋବିରେ ରିପୋର୍ଟିଂ ସମୟରେ କୁନି ହାତୀର ଚଗଲାମି । କରାଇଦେଲାନି ରିପୋର୍ଟିଂ । କୁନି ହାତୀଟି କେନିଆର ସାମ୍ବାଦିକ ଆଲ୍ଭିନ୍ କୁଣ୍ଡାଙ୍କୁ କରିଲା ନାକେଦମ୍ । କ୍ୟାମେରାରେ କଏଦ ହେଲା ସୁଟିଂ କରୁଥିବା ବେଳର ସବୁ ଭିଜୁଆଲ । କିପରି ତାଙ୍କ କାନ୍ଧରେ ଶୁଣ୍ଢ ରଖିବା ପରେ ଅନୁଭବ ହୋଇଥିଲା। କେନିଆର ବ୍ରଡକାଷ୍ଟିଂ କର୍ପୋରେସନ୍ (କେବିସି)ର ମରୁଡ଼ି ସମୟରେ ଅନାଥାଶ୍ରମରେ ଥିବା ଶିଶୁ ହାତୀମାନଙ୍କର କିଭଳି ଯତ୍ନ ନିଆଯାଉଛି ସେ ସମ୍ପର୍କରେ କୌଣ୍ଡା ରିପୋର୍ଟିଂ କରୁଥିଲେ।

ସେହି ସମୟରେ ମାଆ ପାଖରେ ଥିବା କୁନି ହାତୀ ସାମ୍ୱାଦିକଙ୍କୁ ନାକେଦମ କରିଦେଉଛି । ଯେତେବେଳେ ଖବର ସମ୍ପର୍କିତ ପିଟିସି ଦେଉଥିଲେ, ଠିକ୍ ସେତିକି ବେଳେ କୁନି ହାତୀଟି ପ୍ରଥମେ ତାଙ୍କ କାନ୍ଧ, ପରେ ମୁଣ୍ଡ ଓ ଶେଷରେ ତାଙ୍କ ମୁହଁରେ ଶୁଣ୍ଢ ବୁଲାଉଛି । ଆଉ ସେ ପିଟିସି ଦେଇ ପାରୁ ନଥିବା ଦେଖା ଯାଉଛି । ଦେଖନ୍ତୁ ଯେମିତି ଏକ ଛୁଆ ହାତୀ ତାଙ୍କ ପଛକୁ ଆସି ତାଙ୍କ କାନ୍ଧ ଓ ମୁହଁରେ ତା’ର ଶୁଣ୍ଢ ରଖିଥିଲା ।

Get real time updates directly on you device, subscribe now.