fbpx

600 GB Data, Unlimited Calling… ଏହି ପ୍ଲାନରେ ମାତ୍ର ଥରେ ରିଚାର୍ଜ କଲେ ବର୍ଷକ ଯାଏଁ ମିଳିବ ସୁବିଧା

ଓଡ଼ିଶା ଭାସ୍କର: ଦେଶରେ ୩ଟି ପ୍ରମୁଖ ଟେଲିକମ କମ୍ପାନୀର ମୁକାବିଲା ସରକାରୀ ଟେଲିକମ କମ୍ପାନୀ ସହ ହେଉଛି । ରିଚାର୍ଜ ପ୍ଲାନ ଦାମରେ ଏୟାରଟେଲ, ଜିଓ ଓ ଭୋଡାଫୋନ ଆଇଡିଆ ବୃଦ୍ଧି କରିବା ଦ୍ୱାରା ଲୋକେ ବିଏସଏନଏଲ ର ଶସ୍ତା ପ୍ଲାନ କୁ ବେଶି ମାତ୍ରାରେ ପସନ୍ଦ କରୁଛନ୍ତି । ବିଭିନ୍ନ ପ୍ରକାରର ବେନିଫିଟସ ଓ ଦାମ ପାଇଁ ଏୟାରଟେଲ, ଜିଓ, ଭୋଡାଫୋନ ଓ BSNLର ପ୍ଲାନ ଲୋକଙ୍କ ମଧ୍ୟରେ ପସନ୍ଦ ଅ୍ଧମ ନାପସନ୍ଦ ର କାରଣ ପାଲଟିଛି । ୪ଟି ଯାକ କମ୍ପାନୀ ନିଜ ଗ୍ରାହକଙ୍କୁ ଅଲଗା ଅଲଗା ଭାଲିଡିଟି ଓ ବିଶେଷତ୍ୱ ସହ ରିଚାର୍ଜ ପ୍ଲାନ ଅଫର କରୁଛନ୍ତି । ଯଦି ଆପଣ ଜଣେ ଏମିତି ୟୁଜର ଯିଏ ୧ ବର୍ଷର ରିଚାର୍ଜ ପ୍ଲାନ ଅର୍ଥାତ ୩୬୫ ଦିନର ବୈଧତା ବିଶିଷ୍ଟ ପ୍ଲାନ ଆପଣାଇବାକୁ ଚାହାନ୍ତି ଏବଂ ନିଜ ପକେଟରୁ କିଛି ଟଙ୍କା ସେଭ କରିବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ ଆପଣ Jio, ଏୟାରଟେଲ, ଭୋଡାଫୋନ ଓ ବିଏସଏନଏଲ ର ୩୬୫ ଦିନର ରିଚାର୍ଜ ପ୍ଲାନ ବିଷୟରେ ଜାଣିବା ନିହାତି ଜରୁରୀ । ତାହେଲେ ଚାଲନ୍ତୁ ଜାଣିବା କେଉଁ କମ୍ପାନୀର ପ୍ଲାନ ଆପଣଙ୍କ ପାଇଁ ଶସ୍ତା ଓ ଭଲ ହୋଇପାରେ ।

BSNL: BSNL ତରଫରୁ ୩୬୫ ଦିନିଆ ପ୍ଲାନରେ ମୋଟ ୬୦୦ ଜିବି ଡାଟା ମିଳିପାରୁଛି । ଏହାର କିଛି ଲିମିଟ ନାହିଁ । ୟୁଜର ପ୍ରତିଦିନ ୧୦୦ SMS ସୁବିଧା ଓ କୌଣସି ବି ଫୋନ ନମ୍ବରକୁ ଅନଲିମିଟେଡ କଲ କରିପାରିବେ । ଏଥିରେ ଆନୁଆଲ ରିଚାର୍ଜ ଏକ ଭଲ ଅପ୍ସନ ବୋଲି କୁହାଯାଇପାରେ । ସେଥିପାଇଁ ଆପଣ ବିଏସଏନଏଲର ୧୩ ମାସିଆ ଏହି ପ୍ଲାନ ଆପଣ ପାଇପାରିବେ । ୨୩୯୯ ଟଙ୍କିଆ ପ୍ଲାନ ୩୯୫ ଦିନର ବୈଧତା ସହ ଆସେ । ଏହି ପ୍ରିପେଡ ପ୍ଲାନରେ ହାଇ ସ୍ପିଡ ନେଟ ସହ ପ୍ରତିଦିନ ୨ ଜିବି ଡାଟା ସୁବିଧା ମିଳେ । ଏହାବ୍ୟତୀତ ଅନଲିମିଟେଡ କଲିଂ ଓ ପ୍ରତିଦିନ ୧୦୦ SMS ପାଇପାରିବେ ।

JIO: ଜିଓର ଲାଟେଷ୍ଟ ଆନୁଆଲ ରିଚାର୍ଜ ପ୍ଲାନରେ ୨ଟି ପ୍ଲାନ ଅଛି, ଯାହା ୩୩୬ ଦିନ ଓ ୩୬୫ ଦିନର ଭାଲିଡିଟି ସହ ଆସେ । ୩୩୬ ଦିନର ବୈଧତା ବିଶିଷ୍ଟ ପ୍ଲାନ ର ଦାମ ୧୮୯୯ ଟଙ୍କା । ଏଥିରେ ଅନଲିମିଟେଡ କଲିଂ, ପ୍ରତିଦିନ ୧୦୦ ଏସଏମଏସ ଓ ମୋଟ ୨୪ ଜିବି ଡାଟା ମିଳେ । ଜିଓର ୩୫୯୯ ଟଙ୍କିଆ ପ୍ଲାନ ୩୬୫ ଦିନର ବୈଧତା ସହ ଆସେ । ଏଥିରେ ପ୍ରତିଦିନ ୨.୫ ଜିବି ଡାଟା, ଅନଲିମିଟେଡ କଲିଂ ଓ ପ୍ରତିଦିନ ୧୦୦ ଏସଏମଏସ ର ସୁବିଧା ମିଳେ ।

Airtel: ସେହିପରି ଏୟାରଟେଲର ଲାଟେଷ୍ଟ ରିଚାର୍ଜ ପ୍ଲାନରେ ବି ଅଛି ୨ଟି ପ୍ଲାନ । ଯାହା ୩୩୬ ଓ ୩୬୫ ଦିନର ଆସେ । ୧୯୯୯ ଟଙ୍କିଆ ପ୍ଲାନରେ ୩୩୬ ଦିନ ଯାଏଁ ୨୪ ଜିବି ଡାଟା ବେନିଫିଟ ମିଳେ । ଏହାବ୍ୟତୀତ ଅନଲିମିଟେଡ କଲିଂ, ପ୍ରତିଦିନ ୧୦୦ ଏସଏମଏସ ର ସୁବିଧା ମିଳେ । ସେହିପରି ୩୬୫ ଦିନିଆ ୩୫୯୯ ଟଙ୍କାର ପ୍ଲାନରେ ପ୍ରତିଦିନ ୨ ଜିବି ଡାଟା, ଅନଲିମିଟେଡ କଲିଂ, ଓ ପ୍ରତିଦିନ ୧୦୦ ଏସଏମଏସ ର ସୁବିଧା ମିଳେ ।

VI: ଅନ୍ୟପଟେ ୩୩୬ ଦିନର ବୈଧତା ସହ ୧୯୯୯ ଟଙ୍କିଆ ପ୍ଲାନରେ ୨୪ ଜିବି ଡାଟା ଦେଉଛି ଭିଆଇ । ଏହାସହ ଅନଲିମିଟେଡ କଲିଂ ଓ ମୋଟ ୩୦୦ ଏସଏମଏସ ସୁବିଧା ବି ମିଳିବ । ସେହିପରି ୩୫୯୯ ଟଙ୍କିଆ ୩୬୫ ଦିନର ପ୍ଲାନରେ ଆପଣ ପ୍ରତିଦିନ ଦେଢ ଜିବି ଡାଟା, ଅନଲିମିଟେଡ କଲିଂ ଓ ପ୍ରତିଦିନ ୧୦୦ ଏସଏମଏସ ସୁବିଧା ମିଳେ ।

Get real time updates directly on you device, subscribe now.