fbpx

(Video) ଟ୍ରମ୍ପ ଗୁଳିମାଡ଼ ଘଟଣା: ଚର୍ଚ୍ଚାରେ ‘The Simpson’ ର ଭବିଷ୍ୟବାଣୀ, ସୋସିଆଲ ମିଡିଆରେ ନିଆଁ

ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଗୁଳିମାଡ଼ ମାମଲାକୁ ନେି ଏବେ ସାରା ବିଶ୍ୱରେ ଚର୍ଚ୍ଚା ଆରମ୍ଭ ହୋଇଛି । ପେନସିଲଭାନିଆରେ ଏକ ରାଲିରେ ଯୋଗ ଦେଇଥିବା ବେଳେ ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଏହି ଆକ୍ରମଣ ହୋଇଛି । ଯୋଗାଯୋଗ ନିର୍ଦ୍ଦେଶକ ଷ୍ଟିଭେନ୍ ଚ୍ୟୁଙ୍ଗଙ୍କ କହିବା ଅନୁସାରେ, ଆହତ ଟ୍ରମ୍ପ ବର୍ତ୍ତମାନ ସୁସ୍ଥ ହୋଇ ସ୍ଥାନୀୟ ମେଡିକାଲରୁ ଫେରିଛନ୍ତି । କିନ୍ତୁ ଏହାମଧ୍ୟରେ ସୋସିଆଲ ମିଡିଆର ଏହି ଆକ୍ରମଣକୁ ନେଇ ଖୁବ ଚର୍ଚ୍ଚା ହେଉଛି । ବିଶେଷକରି ପପୁଲାର ଶୋ’ The Simpson ଭବିଷ୍ୟବାଣୀକୁ ନେଇ ମଧ୍ୟ ଖୁବ ଆଲୋଚନା ହେବାରେ ଲାଗିଛି ।

ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗୁଳିମାଡ଼ ମାମଲାକୁ ନେଇ ସାରା ଦେଶରେ ଏହାକୁ ନିନ୍ଦା କରାଯାଉଛି । ତେବେ ଏହାକୁ ନେଇବର୍ତ୍ତମାନ ସରଗରମ ହୋଇଛି ସୋସିଆଲ ମିଡିଆ । ଟ୍ୱିଟର (ଏକ୍ସ)ରେ ଲହି ମାମଲାକୁ ଥଣ୍ଡା କରିବା ପାଇଁ ଚେଷ୍ଟା କରୁଛନ୍ତି କିଛି ୟୁଜର । ସେଠାକାର ସର୍ବଶ୍ରଷ୍ଠ ଏବଂ ଖୁବ ଲୋକପ୍ରିୟ କାର୍ଟୁନ୍ ସୋ’ ସିମ୍ପସନ୍ ମଧ୍ୟ ଏଥିରେ ସାମିଲ ରହିଛି । ଏହି ଲୋକପ୍ରିୟ ସୋ’ ବିଶେଷ କରି ଏହାର ଭବିଷ୍ୟବାଣୀକୁ ନେଇ ବେଶ୍ ପରିଚିତ ହୋଇପାରିଛି । ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇଥିବା ଗୁଳିମାଡ଼ ଘଟଣାକୁ ସିମ୍ପସନ ପୂର୍ବରୁ ଭବିଷ୍ୟବାଣୀ ହୋଇଥିବା ନେଇ ଜଣେ ୟୁଜର ପ୍ରକାଶ କରିଥିଲେ । ଏହାପରେ ଏହି ମାମଲା ଆହୁରି ଚର୍ଚ୍ଚାକୁ ଆସିଛି । ଜଣେ ୟୁଜର ସିମ୍ପସନ ଶେଟର ଏକ ସ୍କ୍ରିନସଟ୍ ମଧ୍ୟ ସେୟାର କରିଛନ୍ତି ।

ତେବେ ସିମ୍ପସନ ସୋ’ରେ ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଗୁଳିମାଡ଼ ଘଟଣା ପୂର୍ବରୁ ଦେଖାଇଥିବା ବେଳେ ଏହାକୁ ନେଇ ସମସ୍ତେ ଆଚମ୍ବିତ ହୋଇଯାଇଛନ୍ତି । ସେପଟେ ଭୁଳିକାଡ଼ ପରେ ଟ୍ରମ୍ପ କହିଛନ୍ତି ଯେ, ମୋ ଉପରେ ଗୁଳିମାଡ଼ ହୋଇଛି, ଏହି ଗୁଳି ମୋ ଡାହାଣ କାନର ଉପରିଭାଗକୁ ଛୁଇଁ ଚାଲିଯାଇଛି । ଅଚାନକ ଏକ ଗୁଳିର ଶବ୍ଦ ଶୁଣିବା ପରେ ସଙ୍ଗେ ସଙ୍ଗେ ଏହା ମୋ କାନରେ ବାଜିଥିଲା । ଏହାପରେ ସିକ୍ରେଟ୍ ସର୍ଭିସ ଏବଂ ଲ’ ଏନଫୋର୍ସମେଣ୍ଟ ତାଙ୍କ ଜୀବନ ବଞ୍ଚାଇଥିବାରୁ ସେମାନଙ୍କୁ ଟ୍ରମ୍ପ ଧନ୍ୟାବାଦ ଦେଇଛନ୍ତି । ଏହାବ୍ୟତୀତ ଏହି ରାଲିରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଶୋକସନ୍ତପ୍ତ ପରିବାର ସହିତ ଆହତ ବ୍ୟକ୍ତିଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ଟ୍ରମ୍ପ ।

Get real time updates directly on you device, subscribe now.