fbpx

୧୦ ମିନିଟରେ ଘରେ ପହଞ୍ଚିବ ମଦ ସାଙ୍ଗକୁ ‘ଚାଖଣା’: Home Delivery କରିବେ ସ୍ୱିଗି-ଜୋମାଟୋ

ନୂଆଦିଲ୍ଲୀ: ଅନଲାଇନ୍ ଫୁଡ୍ ଏବଂ ଗ୍ରସରୀ ଡେଲିଭରୀ ସମସ୍ତଙ୍କ ଡେଲୀ ଲାଇଫଷ୍ଟାଇଲକୁ ଆହୁରି ସହଜ କରିଦେଇଛି । ସ୍ୱିଗି-ଜୋମାଟୋ ଏବଂ ବିଗ୍ ବାସ୍କେଟ ଭଳି ଅନଲାଇନ୍ ପ୍ଲାଟଫର୍ମରେ କେବଳ ଖାଦ୍ୟ ଜିନିଷ ନୁହେଁ, ଏଣିକି ଆହୁରି ଅନେକ କିଛି ଅର୍ଡର କରିପାରିବେ । ଏଣିକି ଘରେ ବସି ମଦ ବି ଅର୍ଡର କରିପାରିବେ ଗ୍ରାହକ । ଅର୍ଡର କରିବାର ମାତ୍ର ୧୦ ମିନିଟ ଭିତରେ ଗ୍ରାହକଙ୍କ ଘରେ ପହଞ୍ଚିବ ମଦ । ଗ୍ରାହକଙ୍କ ଡିମାଣ୍ଡକୁ ନଜରରେ ରଖି ମଦ ଏବଂ ଚାଖଣାର ହୋମ୍ ଡେଲିଭରୀ କରିବା ନେଇ ଚର୍ଚ୍ଚା ହେଉଛି । ଅଧିକାରୀମାନେ ବର୍ତ୍ତମାନ ଏହାର ଲାଭ-କ୍ଷତି ଉପରେ ଆକଳନ କରୁଛନ୍ତି ।

ଘରେ ବସି ଏଣିକି ହୋମ ଡେଲିଭରୀ କରିପାରିବେ ଗ୍ରାହକ । ସ୍ୱିଗି-ଜୋମାଟୋ ଏବଂ ବିଗ୍ ବାସ୍କେଟ ଭଳି ଅନଲାଇଡ଼୍ ଫୁଡ ଡେଲିଭରୀ ଆପ୍ ଏହି ସୁବିଧା ଉପଲବ୍ଧ କରିବାକୁ ଯାଉଛି । ତେବେ ବର୍ତ୍ତମାନ ଏହି ସୁବିଧା କିଛିଟା ସହରରେ ପାଇଲଟ୍ ପ୍ରୋଜେକ୍ଟ ଭାବରେ ଲଞ୍ଚ୍ କରାଯିବ । ପରେ ଏହାକୁ ବିସ୍ତାର କରାଯାଇ ଦେଶର ଅନ୍ୟ ସହର ଗୁଡ଼ିକରେ ଉପଲବ୍ଧ କରାଯିବ ବୋଲି ପ୍ଲାନ ରହିଛି । ତେବେ ମଦକୁ ହୋମ୍ ଡେଲିଭରୀ କରାଇବା ଏତେ ସହଜ ହେବନାହିଁ । ଏହି ସୁବିଧା ଉପଲବ୍ଧ କରିବା ପୂର୍ବରୁ ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ହେବ । କେୱାଇସି, ଲିମିଟ୍, ନିୟମ ଆଦି ନିଶ୍ଚିତ କରିବାକୁ ପଡ଼ିବ ଏବଂ ଏହାକୁ ସଠିକ ଭାବରେ ପାଳନ କରିବାକୁ ହେବ ।

ବର୍ତ୍ତମାନ ଦିଲ୍ଲୀ, କର୍ଣ୍ଣାଟକ, ହରିୟାଣା, ପଞ୍ଜାବ, ତାମିଲନାଡୁ, ଗୋଆ ଏବଂ କେରଳ ଇତ୍ୟାଦି ରାଜ୍ୟରେ ମଦ ହୋମ୍ ଡେଲିଭରୀ କରିବା ପାଇଁ ବ୍ୟବସ୍ଥା କରାଯାଉଛି । ସ୍ୱିଗି-ବିଗ୍ ବାସ୍କେଟ ଏବଂ ଜୋମାଟୋ ଭଳି କ୍ୱିକ୍ କମର୍ସ ପ୍ଲାଟଫର୍ମ ଦ୍ୱ।। ମଦ ହୋମ୍ ଡେଲିଭରୀ କରିବା ପାଇଁ ବିଚାର କରାଯାଉଛି । ଏହିସବୁ ସହରରେ ମଦ ହୋମ୍ ଡେଲିଭରୀ କରିବା ପାଇଁ ଅନୁମତି ଦେବାକୁ ପାଇଲଟ୍ ପ୍ରୋଜେକ୍ଟ ପ୍ରସ୍ତୁତ କରାଯାଉଛି । ପ୍ରାଥମିକ ସ୍ତରରେ ବିୟର, ୱାଇନ୍ ଏବଂ ଲିକର ଭଳି କମ୍ ଆଲକହଲ ଯୁକ୍ତ ଡ୍ରିଙ୍କ ହୋମ୍ ହେଲିଭରୀ କରାଯିବ । ତେବେ ଏ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ଘୋଷଣା କରାଯାଇନାହିଁ । ମଦ ହୋମ୍ ଡେଲିଭରୀ କରିବା ପାଇଁ ବର୍ତ୍ତମାନ ଏହାର ଲାଭ-କ୍ଷତି ବିଷୟରେ ଆକଳନ କରାଯାଉଛି । ଏଥିପାଇଁ ଇ-କମର୍ସ ପ୍ଲାଟଫର୍ମ, ମଦ କମ୍ପାନୀଗୁଡ଼ିକ ସହ ଆଲୋଚନା କରାଯାଉଛି ।

ତେବେ ଏହାପୂର୍ବରୁ ପଶ୍ଚିମବଙ୍ଗ ଏବଂ ଓଡ଼ିଶାରେ ମଦ ହୋମ୍ ଡେଲିଭରୀ ବ୍ୟବସ୍ଥା ଆରମ୍ଭ ହୋଇସାରିଛି । ବଡ଼ ସହରରେ ଜନସଂଖ୍ୟା, ସେମାନଙ୍କ ଆବଶ୍ୟକତା ଏବଂ ଲାଇଫଷ୍ଟାଇଲରେ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ମଦ ହୋମ୍ ଡେଲିଭରୀ କରିବା ଉପରେ ବିଚାର କରାଯାଉଛି । ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ମଦ ହୋମ୍ ଡେଲିଭରୀ କରାଯାଉଛି । ଅନଲାଇନରେ ଏହିସବୁ ରାଜ୍ୟରେ ମଦ ବିକ୍ରି ଏବଂ ଡେଲିଭରୀ କରାଯାଉଛି । ତେବେ ଅନଲାଇନ ବିକ୍ରି ଆରମ୍ଭ ହେବା ପରେ ଏହିସବୁ ରାଜ୍ୟରେ ଆଲକହଲ ବିକ୍ରି ପ୍ରାୟ ୨୦-୩୦ ପ୍ରତିଶତ ବୃଦ୍ଧି ରେକର୍ଡ କରାଯାଇଛି ।

Get real time updates directly on you device, subscribe now.