fbpx

ଇଫିଲ ଟାୱାରଠୁ ଉଚ୍ଚ ଅଛି ଭାରତୀୟ ଖେଳାଳିଙ୍କ ମନୋବଳ, ଏହି ୫ ଖେଳରେ ମେଡାଲ ପକ୍କା…

ଓଡିଶା ଭାସ୍କର: ଧୀରେ ଧୀରେ ପାଖେଇ ଆସୁଛି ପ୍ୟାରିସ ଅଲମ୍ପିକ୍ସ । ୩୩ ତମ ଅଲମ୍ପିକ୍ସ ପ୍ୟାରିସରେ ଆସନ୍ତା ଜୁଲାଇ ୨୬ ରେ ଆରମ୍ଭ ହେବାକୁ ଯାଉଛି । ପ୍ୟାରିସ ଅଲମ୍ପିକ୍ସରେ ଭାରତରୁ ପ୍ରାୟ ୧୧୩ ଜଣ ପ୍ରତିଯୋଗୀ ବାଗ ନେଉଛନ୍ତି । ଯେଉଁମାନେ ଭିନ୍ନ ଭିନ୍ନ ଖେଳରେ ଭାରତର ପ୍ରତିନିଧିତ୍ୱ କରି ଦେଶମାତୃକାର ନାଁକୁ ସାରା ବିଶ୍ୱରେ ଝଲସାଇବେ । ଏହାପୂର୍ବରୁ ୨୦୨୦ ମସିହାରେ ଟୋକିଓ ଅଲମ୍ପିକ୍ସରେ ଭାରତ ଭାଗ ନେଇ ଐତିହାସିକ ବିଜୟ ରଚି ମୋଟ ୭ ଟି ମେଡାଲ ଜିତିଥିଲା । ଏଥର ଭାରତୀୟ ଆଥଲେଟ ଏହି ରେକର୍ଡକୁ ବି ଭାଙ୍ଗି ପାରନ୍ତି । ଏହିକ୍ରମରେ ଆଲୋଚନା କରିବା ଏମିତି ୫ ଖେଳ ଉପରେ ଯେଉଁଥିରେ ଭାରତର ପଦକ ଆଶା ପକ୍କା ଅଛି ।

୧.ଜୈଭଲିନ: ଜୈଭଲିନରେ ହିଁ ଭାରତ ଗୋଲ୍ଡ ମେଡାଲ ଜିତି ଟୋକିଓରେ ଇତିହାସ ରଚିଥିଲା । ଜୈଭଲିନ ଥ୍ରୋଅର ନୀରଜ ଚୋପ୍ରା ଭାରତର ମୁଣିରେ ସ୍ୱର୍ଣ୍ଣପଦକ ଦେଇ ଅଲମ୍ପିକ୍ସ ଇତିହାସରେ ଭାରତ ପାଇଁ ଆଥଲେଟିକ୍ସରେ ପ୍ରଥମ ସ୍ୱର୍ଣ୍ଣ ଦେଇଥିଲେ । ତାହାସହ ନୀରଜ ସାଜିଥିଲେ ଗୋଲ୍ଡେନ ବୟ । ଗତବର୍ଷ ଭଳି ଏଥର ବି ନୀରଜଙ୍କଠୁ ସେହି ସ୍ୱର୍ଣ୍ଣ ହିଁ ଆଶା ରହିବ । କିନ୍ତୁ, ନୀରଜଙ୍କ ପ୍ରଦର୍ଶନ କହିବ ସେ କେତେ କନଫିଡେନ୍ସ ଅଛନ୍ତି ।

୨.ବ୍ୟାଡମିଣ୍ଟନ: ଭାରତର ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ଅଲମ୍ପିକ୍ସରେ ୨ ଟି ମେଡାଲ ଜିତି ସାରିଛନ୍ତି । ୨୦୧୬ ମସିହା ରିଓ ଅଲମ୍ପିକ୍ସରେ ସୁନା ଝିଅ ସିନ୍ଧୁ ରୌପ୍ୟ ଓ ୨୦୨୦ ଟୋକିଓ ଅଲମ୍ପିକ୍ସରେ କାଂସ୍ୟ ଜିତିଥିଲେ । ପୁଣିଥରେ ତାଙ୍କଠୁ ଭାରତ ପଦକ ଆଶା ରଖିବ । ଏଥର ସେ ସ୍ୱର୍ଣ୍ଣ ପାଇଁ ହିଁ ଲଢିବେ । କାରଣ ତାଙ୍କ ପାଖରେ ସ୍ୱର୍ଣ୍ଣକୁ ଛାଡି ସବୁ ଅଛି ।

୩.ଗଲ୍ଫ: ଏଥର ଗଲ୍ଫରେ ଭାରତକୁ ସ୍ୱର୍ଣ୍ଣ ମିଳିବାର ସମ୍ଭାବନା ବେଶ୍ ଅଧିକ । ଭାରତର ଷ୍ଟାର ଗଲ୍ଫର ଅଦିତି ଅଶୋକ ଟୋକିଓ ଅଲମ୍ପିକ୍ସରେ ସ୍ୱର୍ଣ୍ଣ ଜିତିବାରୁ ଦୂରରେ ରହି ଚତୁର୍ଥସ୍ଥାନରେ ଅଭିଯାନ ଶେଷ କରିଥିଲେ । ଅଳ୍ପକେ ସେ ପଦକରୁ ବଞ୍ଚିତ ରହିଥିଲେ । ମାତ୍ର ତାଙ୍କ ପ୍ରଦର୍ଶନ ସାରା ବିଶ୍ୱକୁ ସ୍ତବ୍ଧ କରିଥିଲା । ପୂର୍ବତନ ଭାରତୀୟ ବିଶ୍ୱବିଜୟୀ କ୍ରିକେଟର କପିଳଦେବ ମଧ୍ୟ ସେ ମେଡାଲ ଜିତିବେ ବୋଲି ଦୃଢତାର ସହ କହି ସାରିଛନ୍ତି ।

୪. ବକ୍ସିଂ: ବକ୍ସିଂରେ ଏଥର ଭାରତକୁ ୨ ଟି ପଦକ ମିଳିପାରେ । ଗତ ଟୋକିଓ ଅଲମ୍ପିକ୍ସରେ ଭାରତର ଷ୍ଟାର ବକ୍ସର ଳଭଲିନା ବୋରଗୋହେନ କାଂସ୍ୟ ଉପରେ କବ୍ଚା କରିଥିଲେ । ଏଥର ସେ ୭୫ କିଲୋଗ୍ରାମ ବର୍ଗରେ ଭାରତରୁ ପ୍ରତିନିଧିତ୍ୱ କରିବେ ବକ୍ସିଂରେ । ଭାରତ ତାଙ୍କଠୁ ସୁନା ହିଁ ଆଶା ରଖିଛି । ସେପଟେ ପ୍ରଥମ ଥର ପାଇଁ ଅଲମ୍ପିକ୍ସକୁ କ୍ୱାଲିଫାଇ କରିଥିବା ଭାରତର ଯୁବ ବକ୍ସର ନିଖତ ଜରିନ ମଧ୍ୟ ୫୦ କିଲୋଗ୍ରାମ ବର୍ଗରେ ଭାରତକୁ ଗୋଲ୍ଡ ଦେଇ ପାରନ୍ତି । ତାଙ୍କ ପଞ୍ଝ ଆଗରେ ପ୍ରତିପକ୍ଷ ଖେଳାଳି ଘାଇଲା ହେବା ଥୟ ।

୫. ଭାରତ୍ତୋଳନ:ଭାରତ ଭାରତ୍ତୋଳନରେ ଟୋକିଓ ଅଲମ୍ପିକ୍ସରେ ମେଡାଲ ଜିତିଥିଲା । ୨୦୨୦ ମସିହାରେ ଟୋକିଓରେ ମୀରାବାଇ ଚାନୁ ରୌପ୍ୟ ପଦକ ଜିତିଥିଲେ । ଏଥର କିନ୍ତୁ, ତାଙ୍କଠୁ ସ୍ୱର୍ଣ୍ଣ ପଦକ ଆଶା ରଖିଛନ୍ତି କୋଟି କୋଟି ଭାରତବାସୀ ।

Get real time updates directly on you device, subscribe now.