fbpx

IAS ପୂଜା ଖେଡକରଙ୍କ ମାଆଙ୍କୁ ଗିରଫ କଲା ପୋଲିସ

ନୂଆଦିଲ୍ଲୀ: ମହାରାଷ୍ଟ୍ର କ୍ୟାଡରର ବିବାଦିତ ଟ୍ରେନି ଆଇଏଏସ ଅଧିକାରୀ ପୂଜା ଖେଡକରଙ୍କୁ ନେଇ ଆସିଛି ଏକ ନୂଆ ଅପଡେଟ୍ । ପୂଜାଙ୍କ ମାଆ ମନୋରମା ଖେଡକରଙ୍କୁ ପୁଣେ ପୋଲିସ ଗିରଫ କରିନେଇଛି । ରାୟଗଡ଼ ଜିଲ୍ଲରେ ମନୋରମାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି । ଏକ ପିସ୍ତଲରେ କିଷାନଙ୍କୁ ଧମକାଇଥିବା ନେଇ ମନୋରମାଙ୍କ ବିରୋଧରେ ଅଭିଯୋଗ ରହିଛି । ପୋଲିସ ଆର୍ମ୍ସ ଆକ୍ଟ ଅଧିନରେ ଏନେଇ ମାମଲା ଦାୟର କରିଥିଲା । ମନୋରମା କିଷାନଙ୍କୁ ଧମକାଉଥିବାର ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା ।

ମାମଲା ଦାୟର ହେବା ପରଠାରୁ ମନୋରମା ଫେରାର ରହିଥିଲେ । ପୁଣେ ପୋଲିସ ମନୋରମାଙ୍କୁ ରାୟଗଡ଼ର ମହାଡ଼ ତାଲୁକାର ଏକ ହୋଟେଲରୁ ଗିରଫ କରିଥିବା ଜଣାପଡ଼ିଛି । ମନୋରମାଙ୍କ ବିରୋଧରେ ପୌଣ୍ଡ ପୋଲିସ ଷ୍ଟେସନରେ ଏଫଆଇଆର ଦାୟର ହୋଇଛି । ପୋଲିସ ଆର୍ମ୍ସ ଆକ୍ଟର ଯାଞ୍ଚ ଆରମ୍ଭ କରିବ । ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିବା ଭିଡିଓରେ ମହାରାଷ୍ଟ୍ରର ମୁଲସୀରେ ମନୋରମା କୃଷକଙ୍କୁ ନିଜର ବଡିଗାର୍ଡ୍ସଙ୍କ ସହ ଧମକାଉଥିବାର ଦେଖାଯାଇଥିଲା । କୃଷକଙ୍କ ଇଚ୍ଛା ବିରୋଧରେ ଯାଇ ସେମାନଙ୍କର ଜମି ହଡ଼ପ କରିନେଇଥିବା ନେଇ ମନୋରମାଙ୍କ ବିରୋଧରେ ଅଭିଯୋଗ ହୋଇଛି । କୃଷକମାନେ ଏନେଇ ଗିରଫ କରିବାରୁ ମନୋରମା ସେମାନଙ୍କୁ ବନ୍ଧୁକ ଦେଖାଇ ଧମକ ଦେଇଥିବା ଅଭିଯୋଗ ହୋଇଥିଲା ।

Get real time updates directly on you device, subscribe now.