(video): ଜନ୍ମ ହେଉଣୁ ଛୁଆ ପାଖରେ ଅଛି ୩୨ ଦାନ୍ତ, ଲୋକେ କରୁଛନ୍ତି ପ୍ରଶଂସା, ତେବେ କେମିତି ସମ୍ଭବ!

ଓଡିଶା ଭାସ୍କର: ସାଧାରଣ ଭାବରେ ଛୁଆମାନେ ଜନ୍ମ ହେବା ସମୟରେ ସେମାନଙ୍କ ପାଖରେ ଦାନ୍ତ ନ ଥାଏ । ସେମାନଙ୍କ ଦାନ୍ତ ଆସିବାକୁ ପ୍ରାୟ ୨ରୁ ୩ ବର୍ଷ ଲାଗେ । ତାହାସହ ସଂପୂର୍ଣ୍ଣ ଦାନ୍ତ ଆସିବା ପାଇଁ ଅନେକ ବର୍ଷ ଲାଗିଥାଏ । ମାତ୍ର ଏମିତି ହୋଇଛି ଜଣେ ଛୁଆ ସହ । ଭାଇରାଲ ହେଉଥିବା ଏକ ଭିଡିଓରେ ଏହା ଦେଖିବାକୁ ମିଳୁଛି । ଜଣେ ମହିଳା ନିଜର ନବଜାତ ଶିଶୁର ଏହି ଅବସ୍ଥା ଉପରେ ଜଣାଇଛନ୍ତି । ଏହି ଭିଡିଓ ଏବେ ବେଶ୍ ଚର୍ଚ୍ଚା ସାଉଁଟୁଛି । ଲୋକେ ଏହା ଉପରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖୁଛନ୍ତି । ତାହାସହ ଅନେକ ଲୋକ ଏହାକୁ ଗମ୍ଭୀରତାର ସହ ମଧ୍ୟ ନେଉଛନ୍ତି ।

ଇନଷ୍ଟାଗ୍ରାମରେ ସେୟାର ହୋଇଥିବା ଏହି ଭିଡିଓକୁ ସଚେତନତା ପାଇଁ ଛଡାଯାଇଛି । ଏହି ଭିଡିଓରେ ଭାଇରାଲ ହେଉଥିବା ନବଜାତ ଶିଶୁର ହସ ଅତ୍ୟନ୍ତ ଆକର୍ଷଣୀୟ ହୋଇଛି । ଶିଶୁଟି ସଂପୂର୍ଣ୍ଣ ୩୨ ଟି ଦାନ୍ତ ନେଇ ଜନ୍ମ ହୋଇଛି । ଫଳରେ ୟୁଜର୍ସ ଶିଶୁର ମା’ ପ୍ରତି ସମବେଦନା ମଧ୍ୟ ଜଣାଉଛନ୍ତି । ଜଣେ ୟୁଜର୍ସ ଏହାକୁ ନେଇ ଲେଖିଛନ୍ତି ଯେ ବାସ୍ତବରେ ଏହାକୁ ଷ୍ଟିବ ହର୍ବି କଣ୍ଡିସନ କୁହନ୍ତି । ଭିଡିଓକୁ ଇନଷ୍ଟାଗ୍ରାମରେ ଆକାଉଣ୍ଡରେ ସେୟାର କରାଯାଇଛି । ଯାହାକୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୨.୯୬ କୋଟି ଲୋକ ଦେଖି ସାରିଛନ୍ତି ।

 

View this post on Instagram

 

A post shared by Nika Diwa (@nika.diwa)

Get real time updates directly on you device, subscribe now.