ବନ୍ଧ୍ୟା ଦୋଷ ପାଇଁ ଆପଣ ଚିନ୍ତିତ କି! ଫର୍ଟିଲିଟି ଚିକିତ୍ସା ପାଇଁ କେମିତି ହୁଏ ଯୋଗ୍ୟ ପ୍ରାର୍ଥୀ ଚୟନ, IVFକୁ ଏମିତି କରନ୍ତୁ ଡିକୋଡ…

ଓଡିଶା ଭାସ୍କର: ସାରା ବିଶ୍ୱରେ ବହୁ ଦମ୍ପତି ବନ୍ଧ୍ୟାଦୋଷର ଶିକାର ହୁଅନ୍ତି । ଫଳରେ ସେମାନେ ପ୍ରାକୃତିକ ଭାବରେ ଛୁଆ ଜନ୍ମ କରି ପାରନ୍ତି ନାହିଁ । ଫଳରେ ସେମାନଙ୍କ ପାଇଁ ବିଜ୍ଞାନ ଏବେ ସାହାରା ସାଜିଛି । ବନ୍ଧ୍ୟାଦୋଷ କାରଣରୁ ସନ୍ତାନ ପାଇ ପାରୁ ନ ଥିବା ଦମ୍ପତି ଏବେ ଆପଣାଉଛନ୍ତି ଫର୍ଟିଲିଟି ଚିକିତ୍ସା । ଏହା ଏବେ ଉନ୍ନତିର ଶୀର୍ଷରେ ପାଦ ଥାପିଛି । ବର୍ତ୍ତମାନ ସମୟରେ ରିପ୍ରଡକ୍ଟଟିଭ ଟେକ୍ନୋଲୋଜିରେ ଫର୍ଟିଲାଇଜେଶନ ମାନେ ଆଇଭିଏଫ (IVF) ର ଉନ୍ନତି ହୋଇ ସାରିଛି । ଏହା ସାହାଯ୍ୟରେ ସହଜରେ ସନ୍ତାନ ଜନ୍ମ କରି ପାରୁଛନ୍ତି ଦମ୍ପତି ।

ଆଇଭିଏଫ (IVF) ପାଇଁ ଯୋଗ୍ୟ ପ୍ରାର୍ଥୀ ଚୟନ କରିବା ନିହାତି ଆବଶ୍ୟକ ଅଟେ । ଏହା ସାବଧାନୀ ସହକାରେ କରିବା ଉଚିତ । ୱିଟ୍ରି ଫର୍ଟିଲାଇଜେଶନ ଏକ ଫର୍ଟିଲିଟି ଚିକିତ୍ସା ଅଟେ । ଏଥିରେ ଅଣ୍ଡା ଓ ସ୍ପର୍ମକୁ ବାହାରକୁ ଆଣି ଲ୍ୟାବରେ ରଖାଯାଏ । ଡାକ୍ତରଙ୍କ କହିବାନୁସାରେ, ଲ୍ୟାବ ଡିଶରେ ତିଆରି ଭ୍ରୁଣକୁ ୟୁଟ୍ରସରେ ପରିବର୍ତ୍ତନ କରାଯାଏ । ପରେ ସଫଳ ପ୍ରେଗନେନ୍ସିର ଆଶା ରଖାଯାଏ । ଏହା ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଯେଉଁ ଦମ୍ପତି ପ୍ରଜନନ କ୍ଷମତା ସମ୍ବନ୍ଧୀୟ ସମସ୍ୟା ଦେଇ ଗତି କରୁ ଥାଆନ୍ତି । ଏଥିରେ ବ୍ଲାକ କିମ୍ବା ଡେମେଜ ଫୈଲୋପିୟନ ଟ୍ୟୁବ, ମେଲ ଫୈକ୍ଟର ଇନଫର୍ଟିଲିଟି, ଓବ୍ୟୁଲେଶନ ଡିସଅର୍ଡର, ଆଣ୍ଡ୍ରୋମେଟ୍ରିଓସିସ ଓ ଅନଏକ୍ସପ୍ଲେଣ୍ଟ ଇନଫର୍ଟିଲିଟି ସାମିଲ ଥାଏ ।

ଯେଉଁ ମହିଳାଙ୍କ ଫୈଲୋପିୟନ ଟ୍ୟୁବ ବ୍ଲାକ କିମ୍ବା ଡେମେଜ ଥାଏ, ସେମାନେ ଏହା କରାଇପାରିବେ । ଆଇଭିଏଫ (IVF) ଅନେକ ଲୋକଙ୍କ କ୍ଷେତ୍ରରେ ସଫଳ ସାବ୍ୟସ୍ତ ହୋଇଛି । ତେବେ ଆପଣଙ୍କ ପାଇଁ ଏହା ଠିକ କି ନୁହେଁ ତାହା ଜାଣିବା ପାଇଁ ଡାକ୍ତରଙ୍କ ସହ ପରାମର୍ଶ କରି ଅନେକ ବିଷୟରେ ଜାଣିବାର ଆବଶ୍ୟକତା ରହି ଥାଇପାରେ । ଆଇଭିଏଫ (IVF) ର ସଫଳତା ପଛରେ ବୟସର ଗୁରୁତ୍ୱପୂର୍ଣ୍ଣ ଭୂମିକା ମଧ୍ୟ ଥାଏ । ବୟସ ଅନୁସାରେ ଅଣ୍ଡାର କ୍ୱାଲିଟି ଓ କ୍ୱାଣ୍ଟିଟି କମି କମି ଯାଏ । ଫଳରେ ଆଇବିଏଫ ସମୟରେ ସଫଳ ପ୍ରାର୍ଥୀ ଚୟନ ପାଇଁ ବୟସକୁ ବିଶେଷ ଗୁରୁତ୍ୱ ଦେବା ଆବଶ୍ୟକ ।

Get real time updates directly on you device, subscribe now.