fbpx

ଅନିଦ୍ରା ବା ଥକ୍କାପଣକୁ ମୁକ୍ତି ପାଇବାକୁ ଚାହାଁନ୍ତି କି ? ଆପଣାନ୍ତୁ ଛୋଟିଆ ଉପାୟ ଶିଘ୍ର ହେବ ସମାଧାନ

ଓଡିଶା ଭାସ୍କର: ଆଜିର ବ୍ୟସ୍ତବହୁଳ ଜୀବନ ଭିତରେ ପର୍ୟ୍ୟାପ୍ତ ପରିମାଣରେ ନିଦ ପାଇବା ଏକ ଚ୍ୟାଲେଞ୍ଜ ହୋଇପଡିଛି । ଅନେକ ଥର ରାତିରେ କେବଳ କାର୍ଯ୍ୟ ବ୍ୟସ୍ତରେ ରାତି ମଧ୍ୟ ପାଇ ଯାଇଥାଏ । ଆଉ ସକାଳେ ଏହା ଥକ୍କା ଲାଗିଥାଏ । ଆଜିର ସମୟରେ ଅନିଦ୍ରା ହେବା ମଧ୍ୟ ଅତି ସାଧାରଣ ହୋଇଗଲାଣି । ଯଦି ଆପଣ ମଧ୍ୟ ଏପରି ପରିସ୍ଥିତିର ସାମ୍ନା କରୁଛନ୍ତି, ତେବେ ଆସନ୍ତୁ ଜାଣିବା କିପରି ଏଥିରୁ ଆରାମ ପାଇବା……

ଶୋଇବା ପୂର୍ବରୁ ନିଜ ପାଦକୁ ମାଲିସ୍ କରିବା ଦ୍ୱାରା ଆପଣଙ୍କ ପାଇଁ ଲାଭଦାୟକ ହେବ । ପାଦରେ ତେଲ ମାଲିସ୍ କରିବା ଦ୍ୱାରା କେବଳ ଆପଣଙ୍କ ପାଦକୁ ଆରାମ ଦିଏ ନାହିଁ ବରଂ ଭଲ ନିଦ ହେବାରେ ମଧ୍ୟ ସାହାଯ୍ୟ କରେ । ଶରୀରର ଯନ୍ତ୍ରଣା ହେତୁ ଶୋଇବାରେ ଆପଣଙ୍କର ଅସୁବିଧା ହୁଏ । ତେବେ ପାଦ ତେଲ ମାଲିସ୍ କରିବା ଆପଣଙ୍କ ମାଂସପେଶୀକୁ ଆରାମ ମିଳିବା ସହ ଯନ୍ତ୍ରଣା କମିଯାଇଥାଏ ।

ଚାପ ହ୍ରାସ କରେ
ଶରୀରକୁ ଆରାମ କରିବାର ସର୍ବୋତ୍ତମ ଉପାୟ ହେଉଛି ମସାଜ୍ କରିବା । ଯଦି ଆପଣ ସମ୍ପୂର୍ଣ୍ଣ ଶରୀରକୁ ମାଲିସ୍ କରି ପାରୁନାହିଁନ୍ତି । ତେବେ ପାଦରେ ମାଲିସ୍ କରିବା ଦ୍ୱାରା ମଧ୍ୟ ଲାଭ ପାଇପାରିବେ । ଏହା ଚାପକୁ ହ୍ରାସ କରିବା ପାଇଁ ମଧ୍ୟ ଭଲ କାମ କରିଥାଏ ।

 

Get real time updates directly on you device, subscribe now.