fbpx

Microsoft ସଂକଟରେ ସାରା ଦୁନିଆ: ଶହ ଶହ ବିମାନ ରଦ୍ଦ କଲା ‘Indigo’… ଜାଣନ୍ତୁ ରିପୋର୍ଟ

ନୂଆଦିଲ୍ଲୀ: ‘Microsoft’ର ସଂକଟରେ ଏବେ ସାରା ଦୁନିଆ ପ୍ରଭାବିତ ହେଉଥିବା ଦେଖାଦେଇଛି । ଏହାର ପ୍ରଭାବରେ ଭାରତୀୟ ଏୟାରଲାଇନ୍ସ ‘Indigo’ ଦେଶରେ ନିଜର ପ୍ରାୟ ୨୦୦ ବିମାନ ରଦ୍ଦ କରିଛି । ଗ୍ଲୋବାଲ ସିଷ୍ଟମ ଏହାର ପ୍ରମୁଖ କାରଣ ହୋଇପାରେ ବୋଲି ଆଶା କରାଯାଉଛି । ଏ ନେଇ ଇଣ୍ଡିଗୋ ଏୟାରଲାଇନ୍ସ ଏକ ସୋସିଆଲ ମିଡିଆ ପୋଷ୍ଟ କରି ସୂଚନା ଦେଇଛି । ଏଥିପାଇଁ ଯାତ୍ରୀମାନଙ୍କୁ ସେମାନଙ୍କ ଟଙ୍କା ଫେରସ୍ତ କରାଯିବ ବୋଲି ଏହି ପୋଷ୍ଟରେ ସୂଚନା ଦେଇଛି ଇଣ୍ଡିଗୋ ।

ସୂଚନା ଅନୁସାରେ, ଇଣ୍ଡିଗୋ ନିଜର ପ୍ରାୟ ୧୯୨ଟି ବିମାନ ରଦ୍ଦ କରିଛି । ବିଶେଷ କରୀ ଦିଲ୍ଲୀ, ବେଙ୍ଗଲୁରୁ ଏବଂ ମୁମ୍ବାଇ ଆଦି ସ୍ଥାନରେ ସର୍ବାଧିକ ବିମାନ ରଦ୍ଦ ହାଇଥିବା ରେକର୍ଡ ହୋଇଛି । ଏ ନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ(ଟ୍ୱିଟର)ରେ ଏକ ପୋଷ୍ଟ କରି ସୂଚନା ଦେଇଛି ଇଣ୍ଡିଗୋ । କମ୍ପାନୀ ତରଫରୁ ପୋଷ୍ଟରେ ଲେଖାଯାଇଛି ଯେ, ବିଶ୍ୱବ୍ୟାପୀ ଟ୍ରାଭେଲ ସିଷ୍ଟମ ଆଉଟେଜର କାସକେଡିଙ୍ଗ ପ୍ରଭାବ ଯୋଗୁଁ ସମସ୍ତ ବିମାନ ରଦ୍ଦ ହୋଇଛି । ଏହା ଆମ ନିୟମନ୍ତ୍ରଣ ଅଧୀନରେ ନାହିଁ ବୋଲି ସ୍ପଷ୍ଟ କରିଛି କମ୍ପାନୀ । ଏପରିକି ବିମାନର ଟଙ୍କା ଫେରସ୍ତ କରିବା ମଧ୍ୟ ସମ୍ଭବ ହୋଇପାରୁନାହିଁ । ତେବେ ରଦ୍ଦ ହୋଇଥିବା ବିମାନ ସମ୍ବନ୍ଧରେ ଜାଣିବା ପାଇଁ ଲିଙ୍କକୁ ଫଲୋ କରିପାରିବେ । ଏହାପରେ ଯାତ୍ରୀମାନଙ୍କୁ ଧନ୍ୟବାଦ୍ ଜଣାଇଛି ଇଣ୍ଡିଗୋ କମ୍ପାନୀ ।

ମାଇକ୍ରୋସଫ୍ଟ ସଂକଟ ଯୋଗୁଁ ଇଣ୍ଡିଗୋ ସମେତ ସ୍ପାଇସଜେଟ୍, ଏୟାର ଇଣ୍ଡିଆ ଏବଂ ଭିସ୍ତାରା ଭଳି ଅନ୍ୟ ପ୍ରମୁଖ ଏୟାରଲାଇନ୍ସ ଏଭଳି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଯାତ୍ରୀମାନଙ୍କୁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିଛି, ଚେକ୍-ଇନ୍ କରିବା ସମୟରେ ମଧ୍ୟ ସମସ୍ୟା ଦେଖା ଦେଇଥିବା ବେଳେ ଏୟାରପୋର୍ଟ ସହାୟତା କେନ୍ଦ୍ରରେ ଲମ୍ବା ଲାଇନ ିତ୍ୟାଦି ଅବସ୍ଥାରେ ଫସିଛନ୍ତି ହଜାର ହଜାର ଯାତ୍ରୀ । ତେବେ ଏଥିପାଇଁ ପୂବରୁ ଅନଲାଇନରେ ଏସବୁ ସମସ୍ୟା ବିଷୟରେ ସୂଚନା ଦେଇଛି ଇଣ୍ଡିଗୋ ।

ଆମେରିକା ଏୟାରଲାଇନ୍ସରେ ମଧ୍ୟ ସମାନ ପରିସ୍ଥିତି ଦେଖାଯାଇଛି । ମାଇକ୍ରୋସଫ୍ଟ ଆଜୁରରେ ଅଘଟଣ ଯୋଗୁଁ ଆମେରିକାର ଫ୍ରଣ୍ଟିୟର ଏୟାରଲାଇନ୍ସ, ଆଲିଜେଣ୍ଟ ଏବଂ ସନ୍ କଣ୍ଟ୍ରି ଅଦି ଶହଶହ ବିମାନ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି । ମାଇକ୍ରୋସଫ୍ଟ ଆଜୁରର ବାରମ୍ବାର ବିଫଳତା, ଏକ ପ୍ଲାଟଫର୍ମ ସର୍ବଭାରତୀୟ ସ୍ତରରେ ଅନେକ ବିମାନ ସେବା ଉପରେ ନିର୍ଭରଶୀଳ, କ୍ଲାଉଡ୍ ସେବା ବ୍ୟାଘାତରେ ଜଟିଳ ବିମାନ ଭିତ୍ତିଭୂମିର ଦୁର୍ବଳତାକୁ ଦର୍ଶାଇଛି । ଅତ୍ୟାବଶ୍ୟକ କାର୍ୟ୍ୟ ପାଇଁ ଏୟାରଲାଇନ୍ସ କ୍ଲାଉଡ୍ କମ୍ପ୍ୟୁଟିଂ ଉପରେ ଅଧିକ ନିର୍ଭରଶୀଳ ହୋଇଥାଏ । ତେଣୁ ଏହିପରି ଅଘଟଣ ପାଇଁ ବିମାନ ଚଳାଚଳରେ ବ୍ୟାଘାତ ହେବାର ସମ୍ଭାବନା ଖୁବ ଅଧିକ, ଯାହା ଏକ ଚିନ୍ତାର ବିଷୟ ହୋଇପାରେ ।ତେବେ ଏଥିପାଇଁ ଯାତ୍ରୀମାନଙ୍କୁ ଧୈର୍ଯ୍ୟର ସହ ଅପେକ୍ଷା କରିବା ପାଇଁ ଅନୁରୋଧ କରିଛି ଇଣ୍ଡିଗୋ ଏୟାରଲାଇନ୍ସ ।

Get real time updates directly on you device, subscribe now.