fbpx

(Video) ଉଦ୍ଧାର ହେଲା ୧୨ ଫୁଟ ଲମ୍ବର ଏକ ଅହିରାଜ: ଦେଖିଲେ ଡର ଲାଗିବ…

ନୂଆଦିଲ୍ଲୀ: ଆଜିକାଲି ସୋସିଆଲ ମିଡ଼ିଆରେ ଅନେକ ଭିଡିଓ ଶେୟାର ହେଉଥିବା ବେଳେ କିଛି ପଶୁପକ୍ଷୀଙ୍କର ଭିଡିଓ ମଧ୍ୟ ସାମ୍ନାକୁ ଆସିଥାଏ । ତେବେ ଏହା ମଧ୍ୟରେ ଏକ ୧୨ ଫୁଟର ଲମ୍ବର ଏକ ଅହିରାଜକୁ ଉଦ୍ଧାର କରାଯାଇଛି । କର୍ଣ୍ଣାଟକର ଆବୁମ୍ବେରେ ବନ୍ୟଜନ୍ତୁ ଅଧିକାରୀ ଏହାକୁ ଉଦ୍ଧାର କରିଛନ୍ତି । ଏଆରଆରଏସର କ୍ଷେତ୍ର ଅଧିକାରୀ ଅଜୟ ଗିରି ଏହି ଭିଡିଓକୁ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିବା ବେଳେ ଭାରତୀୟ ବନ ସେବା ଅଧିକାରୀ ସୁଶାନ୍ତ ନନ୍ଦା ଏହାକୁ ଶେୟାର କରିଛନ୍ତି ।

ଖବର ମୁତାବକ, କିଛି ସ୍ଥାନୀୟ ବାସିନ୍ଦା ରାସ୍ତା ପାର ହୋଇ ଯାଉଥିବା ସମୟରେ ଏହି ବିଶାଳକାଳୟ ଅହିରାଜକୁ ଦେଖିଥିଲେ । ଏନେଇ ସେମାନେ ବନ ବିଭାଗକୁ ଖବର ଦେବା ପରେ ତୁରନ୍ତ ସାପଟିକୁ ଉଦ୍ଧାର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଅହିରାଜ ଏକ ବୁଦା ଭିତରେ ଲୁଚି କରି ରହିଥିଲା ବେଳେ ତାକୁ ଉଦ୍ଧାର କରାଯାଇଥିଲା । କିଛି ସମୟ ଧରି ପରିଶ୍ରମ ପରେ ସାପଟିକୁ ଉଦ୍ଧାର କରାଯିବା ପରେ ତାକୁ ଜଙ୍ଗଲରେ ଛାଡ଼ି ଦିଆଯାଇଥିଲା । ଏହି ଭିଡିଓକୁ ଲକ୍ଷାଧିକ ଲୋକ ଦେଖିଥିବା ବେଳେ ହଜାର ହଜାର ଲୋକ ଲାଇକ୍ କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.