fbpx

୨୦୦ ଟଙ୍କା ଶସ୍ତା ହେଲା JIO Recharge! ୟୁଜରଙ୍କ ପାଇଁ ଦମଦାର ପ୍ଲାନ ଲଞ୍ଚ୍ କଲା କମ୍ପାନୀ

ନୂଆଦିଲ୍ଲୀ: JIO ନେଟୱର୍କରେ ରିଚାର୍ଜ ପ୍ଲାନ ବୃଦ୍ଧି ହେବା ପରେ ସମସ୍ତ ୟୁଜରଙ୍କୁ ଏବେ ଝଟକା ଲାଗିଛି । ମୋବାଇଲ ରିଚାର୍ଜ ପ୍ଲାନରେ ବୃଦ୍ଧି ଯୋଗୁଁ ଅନେକ ୟୁଜରଙ୍କ ଅସନ୍ତୋଷ ଦେଖିବାକୁ ମିଳିଛି । ତେବେ ଏଭଳି ଝଟକା ପରେ ଏବେ ୟୁଜରଙ୍କୁ ଏକ ଭଲ ଏବଂ ଦମଦାର ପ୍ଲାନ ଭେଟି ଦେଇଛି । ରିଚାର୍ଜ ପ୍ଲାନ ମହଙ୍ଗା ହେବା ପରେ ଏକ ଶସ୍ତା ପ୍ରିପେଡ ପ୍ଲାନର କମବ୍ୟାକ କରାଇଛି କମ୍ପାନୀ । ଅଚାନକ ଜିଓ ନିଜର ଲୋକପ୍ରିୟ ୯୯୯ ଟଙ୍କିଆ ରିଚାର୍ଜ ପ୍ଲାନକୁ ଫେରାଇ ଆଣିଛି JIO । ନିକଟରେ ଏହାର ମୂଲ୍ୟ ବଢି ୧୧୯୯ ଟଙ୍କା ହୋଇଥିବା ବେଳେ ବର୍ତ୍ତମାନ ଏହା ପୁଣିଥରେ ପରିବର୍ତ୍ତନ ହୋଇଛି ।

୯୯୯ ଟଙ୍କାରେ ଆସୁଥିବା ପ୍ଲାନକୁ ନୂଆ ରିଚାର୍ଜ ପ୍ଲାନରେ ୧୧୯୯ ଟଙ୍କା କରାଯାଇଥିଲା । ଜୁଲାଇ ୩ ତାରିଖରେ ଏହିସବୁ ରିଚାର୍ଜ ପ୍ଲାନ ବୃଦ୍ଧି ହୋଇଛି । ତେବେ ପ୍ଲାନ ମହଙ୍ଗା ହେବା ପରେ ଏବେ ଖୁସି ଖବର ଦେଇଛି କମ୍ପାନୀ । ଏଣିକି ୯୯୯ ଟଙ୍କାର ମଧ୍ୟ ରିଚାର୍ଜ କରିପାରିବେ ଜିଓ ୟୁଜର । ନୂଆ ପ୍ଲାନରେ ୟୁଜର ବିଭିନ୍ନ ପ୍ରକାରର ଫାଇଦା ପାଇପାରିବେ । ତେବେ ଏହି ପ୍ଲାନରେ ଭାଲିଡିଟିକୁ ନେଇ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ ।

କେଉଁ ଫାଇଦା ପାଇବେ ୟୁଜର?

ପୂର୍ବରୁ ୯୯୯ ଟଙ୍କାରେ ୮୪ ଦିନର ଭାଲିଡିଟି ମିଳୁଥିବା ବେଳେ ନୂଆ ପ୍ଲାନରେ ଏହି ଭାଲିଡିଟି ୯୮ ଦିନ ରହିଛି । ଅର୍ଥାତ୍ ଏଥିରେ ୟୁଜରଙ୍କୁ ୧୪ ଦିନର ଅତିରିକ୍ତ ଭାଲିଡିଟି ମିଳିପାରିବ । କିନ୍ତୁ ପୂର୍ବ ଅପେକ୍ଷା କମ୍ ଡାଟା ପାଇବେ ୟୁଜର । ପୂର୍ବରୁ ଏହି ପ୍ଲାନରେ ଦୈନିକ 3GB ଡାଟା ମିଳୁଥିଲା, କିନ୍ତୁ ନୂଆ ପ୍ଲାନରେ ୟୁଜର 2GB ଡାଟା ପାଇପାରିବେ । ଅର୍ଥାତ୍ ପ୍ଲାନରେ ମୋଟ 252GB ଡାଟା ମିଳୁଥିବା ବେଳେ ଏବେ ମାତ୍ର 192GB ଡାଟା ମିଳିବ । ତେବେ ଏହି ପ୍ଲାନରେ ୟୁଜରଙ୍କୁ ଅନଲିମିଟେଡ 5G ଡାଟା ପ୍ରଦାନ କରିବ କମ୍ପାନୀ । ଏହାବ୍ୟତୀତ ପ୍ରତ୍ୟକ ଦିନ ଅନଲିମିଟେଡ କଲ୍ ଏବଂ ୧୦୦ SMS ପାଇପାରିବେ ଗ୍ରାହକ ।

ଜିଓର ଏହି ପ୍ଲାନକୁ ‘Hero 5G’ ପ୍ଲାନ ଭାବରେ ନାମିତ କରିଛି । ଏହି ନାମ ୩୪୯ ଟଙ୍କିଆ ପ୍ଲାନ(ସବୁଠାରୁ କମ୍ ଅନଲିମିଟେଡ୍ 5G ପ୍ଲାନ) ସହ ସେୟାର କରାଯାଇଛି । ଜିଓର ଏହି ପ୍ଲାନ ଆଗରେ ଏୟାରଟେଲର ୯୭୯ ଟଙ୍କିଆ ପ୍ଲାନ ମଧ୍ୟ ଖୁବ ଟକ୍କର ଦେଇଛି । ଏୟାରଟେଲର ୯୭୯ ଟଙ୍କା ପ୍ଲାନରେ ମଧ୍ୟ ଏହି ସମସ୍ତ ସୁବିଧା ଉପଲବ୍ଧ ରହିଛି । ତେବେ ଏୟାରଟେଲରେ ଅତିରିକ୍ତ ଭାବରେ ୫୬ ଦିନର ମାଗଣା ‘Amazon Prime’ର ସଦସ୍ୟତା ମିଳିଥାଏ ।

Get real time updates directly on you device, subscribe now.